ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ବିଶିଷ୍ଟ ସୋଆ ବୈଜ୍ଞାନିକଙ୍କୁ ସିଏନ୍‌ଆର୍‌ ରାଓ ବକ୍ତୃତା ସମ୍ମାନ

Published By : Prameya | December 12, 2024 6:23 PM

ଭୁବନେଶ୍ୱର, ୧୨/୧୨ : ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍‌ ନାନୋ ସାଇନ୍‌ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ାଙ୍କୁ ସି.ଏନ୍‌.ଆର୍‌ ରାଓ ବକ୍ତୃତା ସମ୍ମାନରେ ସମ୍ମାନିତ କରାଯାଇଛି । ନିକଟରେ ଇନ୍ଦୋର ଠାରେ ସମାପ୍ତ ହୋଇଥିବା ମ୍ୟାଟେରିଆଲ୍ସ ରିସର୍ଚ୍ଚ ସୋସାଇଟି ଅଫ୍‌ ଇଣ୍ଡିଆ (ଏମ୍‌ଆର୍‌ଏସ୍‌ଆଇ)ର ୩୫ ତମ ବାର୍ଷିକ ସାଧାରଣ ଅଧିବେଶନ ଓ ୬ଷ୍ଠ ଇଣ୍ଡିଆନ୍‌ ମ୍ୟାଟେରିଆଲ୍ସ କନ୍‌କ୍ଲେଭ୍‌ରେ ପ୍ରଫେସର ପରିଡ଼ାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । 

ମ୍ୟାଟେରିଆଲ୍ସ ସାଇନ୍‌ସ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଅବଦାନ ନିମନ୍ତେ ଏମ୍‌ଆରଏସ୍‌ଆଇ ପକ୍ଷରୁ ପ୍ରଫେସର ପରିଡ଼ାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଇନ୍ଦୋରଠାରେ ଗତ ଡିସେମ୍ବର ୩ ରୁ ୬ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ସମ୍ମାନଜନକ କାର୍ଯ୍ୟକ୍ରମ ୟୁଜିସି-ଡିଏଇ କନ୍‌ସରଟିୟମ୍‌ ଫର୍‌ ସାଇଂଟିଫିକ୍‌ ରିସର୍ଚ୍ଚ (ସିଏସ୍‌ଆର), ଆଇଆଇଟି ଇନ୍ଦୋର, ରାଜା ରମନ୍ନା ସେଂଟର ଫର୍‌ ଆଡଭାନ୍ସଡ ଟେକ୍ନୋଲୋଜି (ଆରଆର୍‌ସିଏଟି) ଏବଂ ଦେବୀ ଅହିଲ୍ୟା ବିଶ୍ୱବିଦ୍ୟାଳୟ (ଡିଏଭିଭି) ଦ୍ୱାରା ମିଳିତ ଭାବେ ଆୟୋଜିତ ହୋଇଥିଲା ।

ସମ୍ମାନିତ ହେବା ପରେ ଓଡ଼ିଶା ଫେରି ପ୍ରଫେସର ପରିଡ଼ା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ପ୍ରଫେସର ନାୟକ ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନିକଟରେ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୪ ନିମନ୍ତେ ପ୍ରକାଶିତ ବିଶ୍ୱର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ପ୍ରଫେସର ପରିଡ଼ା ସାମିଲ ହୋଇଥିବା ବେଳେ ସେ ପୂର୍ବରୁ ଆଚାର୍ଯ୍ୟ ଜେ. ସି. ଘୋଷ ମେମୋରିଆଲ୍‌ ଆୱାଡ୍‌, ଏମ୍‌ଆର୍‌ଏସ୍‌ଆଇ ଆନୁଆଲ୍‌ ପ୍ରାଇଜ୍‌, ପ୍ରଫେସର ଏସ୍‌.କେ. ଭଟ୍ଟାଚାର୍ଯ୍ୟ ଏଣ୍ଡୋମେଂଟ ଏମିନେଂଟ ସାଇନ୍‌ଟିଷ୍ଟ ଆୱାର୍ଡ, ଏମ୍‌ଆରଏସ୍‌ଆଇ ମେଡାଲ୍‌ ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ପଠାଣୀ ସାମନ୍ତ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପ୍ରଫେସର ପରିଡ଼ା ଫଟୋକ୍ୟାଟାଲିସିସ୍‌, ଏନର୍ଜି କନ୍‌ଜରଭେସନ୍‌, ଷ୍ଟୋରେଜ୍‌ ଏବଂ ଗ୍ରୀନ୍‌ କେମିଷ୍ଟ୍ରି କ୍ଷେତ୍ରରେ ଅଭିନବ ଗବେଷଣାରେ ସଂପୃକ୍ତ ଅଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.