ପ୍ରମୂଖ ଖବର
  • ଠାକୁରମୁଣ୍ଡା ଚମ୍ପାଝର ଗ୍ରାମରେ ସ୍ତ୍ରୀକୁ ପିଟି ପିଟି ହତ୍ୟା , ସ୍ୱାମୀ ଅଟକ
  • ||
  • ଉମରକୋଟ : ଖେଳୁଥିବା ବେଳେ ପାଣି କୁଣ୍ଡରେ ପଡି ଶିଶୁପୁତ୍ର ମୃତ
  • ||
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ସମ୍ମମ୍‌ରେ ହାଡ଼ ଓ ଗଣ୍ଠିର ଅତ୍ୟାଧୁନିକ ଚିକିତ୍ସା ଉପରେ ସିଏମଇ ଆୟୋଜିତ

Published By : Gurupada Nath | August 9, 2025 11:29 PM

ଭୁବନେଶ୍ୱର, ୯/୮ : ବୟସ୍କଙ୍କ କ୍ଷେତ୍ରରେ ହାଡର଼ ଶକ୍ତି ବୃଦ୍ଧି, ଭଙ୍ଗାହାଡ଼ର ଚିକିତ୍ସା ଓ ଆଣ୍ଠୁ ପ୍ରତ୍ୟାରୋପଣ ଭଳି ବିଭିନ୍ନ ହାଡ଼ ଓ ଗଣ୍ଠି ଜନିତ ଅତ୍ୟାଧୁନିକ ଚିକିତ୍ସାକୁ ନେଇ ସମ୍ ଅଲ୍ଟିମେଟ ମେଡିକେୟାରରେ ଶୁକ୍ରବାର ଏକ ସିଏମ୍‌ଇ ଆୟୋଜିତ ହୋଇଯାଇଛି । ‘ଓଲ୍ଡ ଇଜ୍ ଗୋଲ୍ଡ – ୩୬୦ ଡିଗ୍ରୀ କେୟାର ଫର୍ ଦ ଏଲ୍‌ଡର୍ଲି: ଏନ୍‌ସ୍ୟୁରିଙ୍ଗ ମୋବିଲିଟି, ଡିଗ୍ନିଟି ଆଣ୍ଡ ଲଙ୍ଗଜିଭିଟି’ ପ୍ରସଙ୍ଗ ଭିତିକ ଏହି ସିଏମ୍‌ଇକୁ ହସ୍ପିଟାଲ୍‌ର ଅର୍ଥୋପେଡିକ୍ସ ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିଲା । ଇଣ୍ଡିଆନ୍ ଅର୍ଥୋପେଡିକ ଆସୋସିଏସନ୍‌ର ବୋନ୍ ଏବଂ ଜଏଂଟ ୱିକ୍ ପାଳନ ପରିପ୍ରେକ୍ଷୀରେ ଏହି ସିଏମ୍‌ଇ ଆୟୋଜିତ ହୋଇଥିଲା । 

ସିଏମ୍‌ଇର ବିଭିନ୍ନ ପର୍ଯ୍ୟାୟରେ ହସ୍ପିଟାଲ୍‌ର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ବୁଧେଶ୍ୱର ମାଝି, ଡାକ୍ତର ସିଦ୍ଧାର୍ଥ ସାମଲ, କନ୍‌ସଲଟାଂଟ ଡାକ୍ତର ଚନ୍ଦନ ପଣ୍ଡା ଏବଂ ଆସୋସିଏଟ୍ କନ୍‌ସଲ୍‌ଟାଂଟ ଡାକ୍ତର ସୂର୍ଯ୍ୟ କାନ୍ତ ସାହୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କର ହାଡ଼ର ସ୍ୱାସ୍ଥ୍ୟ ଓ ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ ଚିକିତ୍ସା ସମ୍ପର୍କରେ ଆଲୋକପାତ କରିଥିଲେ । ସିଏମଇରେ ସମ୍ମମର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ବକ୍ତବ୍ୟ ରଖି ସୁସ୍ଥ ହାଡ଼ ଏବଂ ଗଣ୍ଠି ମଣିଷ ଜୀବନ ନିମନ୍ତେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଅର୍ଥୋପେଡିକ ବିଶେଷଜ୍ଞ ଓ ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ସହାୟତାରେ କେବଳ ଜ୍ଞାନ ଆଦାନ ପ୍ରଦାନ ନୁହେଁ ବରଂ ବରିଷ୍ଠ ନାଗରିକଙ୍କର ଜୀବନ ଶୈଳୀକୁ ସୁଗମ କରିବା ଦିଗରେ ଏହା ଏକ ଅଭିନବ ପ୍ରୟାସ ବୋଲି ଡକ୍ଟର ଦାଶ କହିଥିଲେ । 

କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଯୋଗ ଦେଇ ଯେ କୌଣସି ବୟସର ବ୍ୟକ୍ତିଙ୍କ କ୍ଷେତ୍ରରେ ହାଡ଼ ଏବଂ ଗଣ୍ଠିର ଚିକିତ୍ସା ଏବଂ ସୁସ୍ଥତା ଦ୍ୱାରା ହିଁ ଉନ୍ନତ ଜୀବନ ଶୈଳୀ ମିଳିଥାଏ ବୋଲି କହିଥିଲେ । ଏକ ବାର୍ତ୍ତା ମାଧ୍ୟମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ କହିଥିଲେ ଯେ ସମାଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବା ସହ ବୟସ୍କ ବ୍ୟକ୍ତିଙ୍କର ସେବା ମଧ୍ୟ ଏକ ବଡ଼ ଦାୟିତ୍ୱ । ଏଭଳି କାର୍ଯ୍ୟକ୍ରମ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ଉତ୍କର୍ଷ ମାନର ଡାକ୍ତରୀ ଚିକିତ୍ସା ପ୍ରଦାନ କରିବା ନେଇ ସମ୍ମମ୍‌ର ମିଶନକୁ ପ୍ରତିପାଦିତ କରୁଛି ବୋଲି ପ୍ରଫେସର ନାୟକ କହିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.