ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

୧ନଂ ହାଟରୁ ଦୀପ କିଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Published By : Prameya | October 31, 2024 1:22 PM

ଭୁବନେଶ୍ବର ୩୧/୧୦: ମୁଖ୍ୟମନ୍ତ୍ରୀଙ୍କ ଦିଓ୍ୱାଲି ସପିଂ। ରାସ୍ତାକଡ଼ ଦୋକାନୀଙ୍କ ଠାରୁ ଦୀପ, ତେଲ, ଆଖୁ, ବାଳୁଙ୍ଗା, ଶୁଆଁ ନଟି, ନଡ଼ିଆ, ରଙ୍ଗୋଲି କିଣିଲେ। ଦୀପ କିଣିବା ପରେ ବିଭିନ୍ନ ଦୀପ ଦୋକାନ ବୁଲୁଛନ୍ତି । ଦୋକାନ ଆଗ ସଫା ସୁତୁରା ରଖିବାକୁ ପରାମର୍ଶ ଦେଇ ଥିଲେ।

ଦୀପାବଳି ପାଳନ ଲାଗି ନିଜ ଗାଁ ରାଇକଳାକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀ ଏକ ନମ୍ବର ହାଟକୁ ଯାଇ କିଣା କିଣି କରିଥିଲେ। ମୁଖ୍ୟମନ୍ତ୍ରୀ ସପତ୍ନୀକ ଏକ ନମ୍ବର ହାଟ ଫୁଟପାଥ ଉଠା ଦୋକାନୀଙ୍କଠୁ ପୂଜା ସାମଗ୍ରୀ କିଣାକିଣି କରିଥିଲେ। ମୁଖ୍ୟମନ୍ତ୍ରୀ ଆଖୁ, ବାଳୁଙ୍ଗା, ଶୁଆଁ ନଟି, ଦୀପ, ତେଲ, ନଡ଼ିଆ, ରଙ୍ଗୋଲି କିଣିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୦୪ ରେ ବିଧାୟକ ଥିବା ସମୟରେ ଏକ ନମ୍ବର ହାଟ ନିକଟରେ ରହୁଥିଲେ। ସେ ସମୟରୁ ହାଟରୁ ଦୀପାବଳିରେ ସବୁ ସାମଗ୍ରୀ କିଣା କିଣି କରନ୍ତି। ଆଜି ମଧ୍ୟ ସେ ସେଇଠୁ ସବୁ କିଣିଛନ୍ତି। ଏହା ସହ ରାଜ୍ୟବାସୀଙ୍କ ଅଭିନନ୍ଦନ ଜଣାଇବା ସହ ସୁଖ ସମୃଦ୍ଧି କାମନା କରିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଦୋକାନରେ ପାଇ ଖୁବ ଖୁସି ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ କେବେ ଆଗରୁ ଦେଖି ନଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ବ୍ୟବସାୟ ସମ୍ପର୍କରେ ପଚରିବା ସହ ଦୋକାନ ଆଗ ସଫା ସୁତୁରା ରଖିବାକୁ ପରାମର୍ଶ ଦେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.