କୁଜଙ୍ଗ,୨୮/୦୭; ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି । ନିକଟରେ ଜଣେ ନାବାଳିକା ୭ ମାସର ଗର୍ଭବତୀ ହେବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଆଉ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଖବର ସାମ୍ନାକୁ ଆସିଛି । ନାବାଳିକା ଜଣକ ରବିବାର ବିଳମ୍ବିତ ରାତିରେ ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରେ ମୃତ ଶିଶୁ ଜନ୍ମ ଦେଇଥିବା ବେଳେ ସେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି ।
ଏ ସମ୍ପର୍କରେ ଖବର ପାଇ କୁଜଙ୍ଗ ଥାନା ପୁଲିସ ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚି ପୀଡ଼ିତା ନାବାଳିକା ଛାତ୍ରୀଙ୍କ ବୟାନ ରେକର୍ଡ କରିଥିବା ଜଣାପଡ଼ିଛି। ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବା କୁଜଙ୍ଗ ପୋଲିସ ଜୋରଦାର ତନାଘନା କରୁଛି।