ପ୍ରମୂଖ ଖବର
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ପଥରବନ୍ଧ ଲଙ୍ଘିଲା ସମୁଦ୍ର, ଆତଙ୍କିତ ପର୍ଯ୍ୟଟକ

Published By : Anindita Ratha | July 24, 2025 1:54 PM

ପାରାଦୀପ,୨୪/୦୭: ଜଗତସିଂହପୁର ଜିଲ୍ଲା ନେହରୁବଙ୍ଗଳାଠାରେ ପଥରବନ୍ଧ ଲଙ୍ଘିଲା ସମୁଦ୍ର। ନେହରୁ ବଙ୍ଗଳା ଠାରେ ଥିବା ପଥର ବନ୍ଧ ଅତିକ୍ରମ କରି ରାସ୍ତାରେ ସମୁଦ୍ର ପାଣି। ସମୁଦ୍ରର ଏଭଳି ଉଗ୍ର ରୂପ ଦେଖି ପର୍ଯ୍ୟଟକ ଆତଙ୍କିତ ହୋଇଛନ୍ତି। ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା କାରଣରୁ ସମୁଦ୍ର ଅଶାନ୍ତ ଥିବା ଆଶଙ୍କା କରାଯାଉଛି। 

ଜଳବାୟୁ ପରିବର୍ତ୍ତନ ଯୋଗୁଁ  ଧୀରେ ଧୀରେ  ମନ୍ମଥ ଉଦ୍ୟାନ ଭିତରକୁ ପଶିଲାଣି ସମୁଦ୍ର। ଦୈନିକ ଜଳ ପତ୍ତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ ଜୁଆର ମନ୍ମଥ ଉଦ୍ୟାନ ଭିତରକୁ ମାଡ଼ି ଆସୁଛି। ଗୋଟେ ବର୍ଷ ଭିତରେ ନେହରୁବଙ୍ଗଳାଠାରେ ଥିବା ମନ୍ମଥ ଉଦ୍ୟାନ କୂଳରେ ଥିବା କ୍ୟାଣ୍ଟିନ ମୂଳ ଖାଇ ଯାଇଥିଲା। ତେବେ ଗତବର୍ଷ ଅଗଷ୍ଟରୁ କ୍ୟାଣ୍ଟିନ ବନ୍ଦ ରହିଥିବା ବେଳେ ଗତ ମେ ମାସରୁ ପଥର ପ୍ୟାକିଂ କରାଯାଇ କ୍ୟାଣ୍ଟିନ ଚାଲୁ କରାଯାଇଛି। କିନ୍ତୁ ପାଣି ପାଇପ ନଷ୍ଟ ହୋଇ ଯାଇଥିବାରୁ ବର୍ତ୍ତମାନ ପରିସ୍ଥିତିରେ ରୋଷେଇ ହୋଇ ପାରୁ ନ ଥିବା ସ୍ଵର୍ଣ୍ଣମୟୀ ସ୍ଵୟଂ ସହାୟିକା ଗୋଷ୍ଠୀ ସମ୍ପାଦକ ପୁରବୀ ମଣ୍ଡଳ କହିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.