ନୂଆଦିଲ୍ଲୀ,୨୪/୦୮: ଗୋଆର ଭିଏମ୍ ସାଲଗାଓଁକର ଲ’ କଲେଜର ସ୍ୱର୍ଣ୍ଣ ଜୟନ୍ତୀ ସମାପନ ସମାରୋହରେ ଯୋଗ ଦେଇଛନ୍ତି ପ୍ରଧାନ ବିଚାରପତି ବି.ଆର ଗଭଣ । ସମାରୋହକୁ ସମ୍ବୋଧନ କରିଛନ୍ତି ସିଜେଇ ବି.ଆର ଗଭଇ । ମୁଁ ତୃତୀୟ ସ୍ଥାନରେ ରହି ବି ଆଜି ମୁଖ୍ୟ ବିଚାରପତି ହୋଇଛି । କିନ୍ତୁ ମୋତେ ତୁମେ ନକଲ କରନାହିଁ । ପରୀକ୍ଷାରେ କେତେ ମାର୍କ ରହୁଛି ତାକୁ ଗୁରୁତ୍ୱ ଦିଅନାହିଁ । ରାଙ୍କ୍ ଓ ମାର୍କ ସଫଳତା ଧାର୍ଯ୍ୟ କରେନାହିଁ । ତୁମେ କେତେ ସଫଳତା ହାସଲ କରିବ ତାହା ମାର୍କ ସ୍ଥିର କରିବ ନାହିଁ ବୋଲି ସମାରୋହକୁ ସମ୍ବୋଧନ କରି କହିଛନ୍ତି ସିଜେଆଇ ବି.ଆର ଗଭଇ ।
'ମୁଁ ଥାର୍ଡ ହୋଇ ବି ସିଜେଆଇ'- ପ୍ରଧାନ ବିଚାରପତି କହିଛନ୍ତି ଯେ, ଫଳାଫଳରେ ଟପ୍ପର ହୋଇଥିବା ଜଣେ ଛାତ୍ର ଫୌଜଦାରୀ ଓକିଲ ହୋଇଥିଲେ, ଯେତେବେଳେ ଦ୍ୱିତୀୟ ସ୍ଥାନରେ ଥିବା ଛାତ୍ର ଜଣକ ହାଇକୋର୍ଟର ବିଚାରପତି ହୋଇଥିଲେ। ଏବଂ ମୁଁ ତୃତୀୟ ସ୍ଥାନରେ ଥିଲି, ଯିଏ ବର୍ତ୍ତମାନ ଭାରତର ପ୍ରଧାନ ବିଚାରପତି ହୋଇଛନ୍ତି। ସିଜେଆଇ ଗଭଇ କହିଛନ୍ତି ଯେ, ସେ କଲେଜ ନ ଯାଇ ମେରିଟ୍ ଲିଷ୍ଟରେ ତୃତୀୟ ସ୍ଥାନରେ ରହିଥିଲେ କିନ୍ତୁ ବହି ପଢିବା ଏବଂ ୫ ବର୍ଷର ପରୀକ୍ଷା ପତ୍ର ସମାଧାନ କରିବା ଜାରି ରଖିଥିଲେ ।
'ରାଙ୍କ ସଫଳତା ସ୍ଥିର କରେନି'- ପରୀକ୍ଷାରେ ନମ୍ବର କିମ୍ବା ରାଙ୍କ ସଫଳତା ଧାର୍ଯ୍ୟ କରେନାହିଁ । ବରଂ ପରିଶ୍ରମ, ଏକାଗ୍ରତା ଓ ସମର୍ପଣରୁ ହିଁ ସଫଳତା ପ୍ରାପ୍ତ ହୋଇଥାଏ । ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ବି.ଆର ଗଭଇ ଏହା କହିଛନ୍ତି । ମୁଁ କଲେଜ ବେଳେ ଅଧିକାଂଶ ଦିନରେ କ୍ଲାସ୍ କରୁ ନ ଥିଲି । ମୋ ବନ୍ଧୁ ମୋ ପାଇଁ ଉପସ୍ଥାନ ପକାଉଥିଲେ । କିନ୍ତୁ ପୁରୁଣା ପ୍ରଶ୍ନପତ୍ରଗୁଡ଼ିକୁ ଅଭ୍ୟାସ କରି ମୁଁ ମେରିଟ୍ ଲିଷ୍ଟରେ ତୃତୀୟ ସ୍ଥାନ ହାସଲ କରିବାରେ ସମର୍ଥ ହୋଇଥିଲି । ମୋ ବ୍ୟାଚ୍ର ଟପ୍ପର କ୍ରିମିନାଲ ଓକିଲ ହୋଇଥିଲେ । ଦ୍ୱିତୀୟ ସ୍ଥାନରେ ଥିବା ସାଥୀ ହାଇକୋର୍ଟ ବିଚାରପତି ହୋଇଥିଲେ । ମୁଁ ଭାରତର ପ୍ରଧାନ ବିଚାରପତି ହୋଇଛି । ଏହା କହିବାର ତାତ୍ପର୍ଯ୍ୟ ହେଉଛି ପରୀକ୍ଷାରେ କେବଳ ନମ୍ବର କିମ୍ବା ମାର୍କ ଦ୍ୱାରା ସଫଳତା ମିଳି ନ ଥାଏ ।