ପ୍ରମୂଖ ଖବର
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

‘ପ୍ରତିଦିନ ୨୦ ଜଣ ମହିଳା ଯୌତୁକର ଶିକାର ହେଉଛନ୍ତି...’, ନିକ୍କି ହତ୍ୟା ମାମଲା ପରେ ସାମ୍ନାକୁ ଆସିଲା ଏହି ତଥ୍ୟ

Published By : Soubhagya Ranjan | August 24, 2025 10:16 PM

Image source: TV9

ନୂଆଦିଲ୍ଲୀ: ସ୍କର୍ପିଓ ନେଲା, ବୁଲେଟ୍‌ ନେଲା..ଯେତେବେଳେ ଲକ୍ଷେ ମାଗିଲା ଲକ୍ଷେ ନେଲା, ଦି ଲକ୍ଷ ମାଗିଲେ ଦି ଲକ୍ଷ ବି ନେଲା...ହେଲେ ତଥାପି ଯୌତୁକ ଜୁଇରେ ଝିଅ ଜଳିଲା। ଉତ୍ତରପ୍ରଦେଶ ନୋଏଡାର ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ଯୌତୁକ...୨୦୨୫ର ପ୍ରଗତିର ଏଇ ଏରାରେ ହୁଏତ ଜେନ୍ ଜି ଏଭଳି ଶବ୍ଦ ଶୁଣି ଯେତିକି ଆଶ୍ଚର୍ଯ୍ୟ ହେଉଥିବା ସେତିକି ଚିନ୍ତିତ ହେଉଥିବା ଏଭଳି ଘୃଣ୍ୟ ମାନସିକତାକୁ ନେଇ। ସମ୍ପତ୍ତି ଲୋଭରେ ବିବାହର ୭ ବର୍ଷ ପରେ ସ୍ତ୍ରୀକୁ ଜାଳି ମାରିଦେଇଛି ସ୍ବାମୀ। ମାରିବା ପୂର୍ବରୁ ଅକଥନୀୟ ଅତ୍ୟାଚାର ବି ଦେଇଛି। ନୋଏଡାର ଏହି ଘଟଣା ଶୁଣିଲେ ଆପଣଙ୍କ ଛାତି ବି କୋହରେ ଭରିଯିବ।

ଅଗ୍ନୀକୁ ସାକ୍ଷୀ ରଖି ଯାହା ସହ ଜୀବନ କାଟିବାକୁ ଶପଥ ନେଇଥିଲେ, ସାମାନ୍ୟ କେଇଟା ଟଙ୍କା ଆଉ ଗାଡ଼ିର ଲୋଭରେ ତାକୁ ହିଁ ଜାଳି ମାରିଦେଲେ। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ୩୫ ବର୍ଷୀୟା ମହିଳା ନିକିଙ୍କ ହତ୍ୟା ମାମଲାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ନିକିଙ୍କୁ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ତାଙ୍କ ଉପରେ କେମିକାଲ ଢାଳି ଲାଇଟରରେ ନିଆଁ ଲଗାଇ ଜୀଅନ୍ତା ଜାଳି ଦେଇଥିଲେ। ଆଉ ନିକିଙ୍କ ମୃତ୍ୟୁ ପଛର କାରଣ ଥିଲା ଯୌତୁକ।

ବିବାହ ପରେ ନିକିଙ୍କ ପରିବାର ଜ୍ୱାଇଁ ବିପିନ ଭଟିର ପ୍ରତ୍ୟେକଟି ଦାବିକୁ ପୂରଣ କରିଚାଲିଥିଲେ। ପ୍ରଥମେ ସ୍ପର୍ପିଓ, ତା' ପରେ ବୁଲେଟ, ଯେତେବେଳେ ଚାହିଁଲେ ସେତେବେଳେ ଲକ୍ଷ ଲକ୍ଷ ଟଙ୍କା...ନିକ୍କିଙ୍କ ବାପା କିଣି‌ଥିବା ମର୍ସିଡିସ୍‌ ଉପରେ ମଧ୍ୟ ଜ୍ମାଇଁର ଲୋଭ ଥିଲା। ଯୌତୁକ ଲୋଭରେ ମୋ ଝିଅକୁ ମାରିଦେଲା ବୋଲି ଏମିତି କିଛି ଖୁଲାସା କରିଛନ୍ତି ମୃତ ନିକ୍କିଙ୍କ ମା। ନିକ୍କିଙ୍କ ମା' କହିଛନ୍ତି 'ମୋ ଝିଅକୁ ଯେପରି କୌଣସି ପ୍ରକାର ନିର୍ଯାତନା ଜ୍ବାଇଁ ପୁଅ ନଦେଉ ବା ତାର ଶାଶୂଘର ଲୋକେ ନିର୍ଯାତନା ନ ଦିଅନ୍ତୁ ଆମେ ସେମାନଙ୍କର ସବୁ ଦାବି ପୂରା କରୁଥିଲୁ। ତଥାପି ସେମାନେ ଆମ ଝିଅକୁ ମାରିଦଲେ। ୫ ମିନିଟ ପୂର୍ବରୁ ଝିଅ ଫୋନ୍‌ କରିଥିଲା....କହିଲା,' ମା', ମୁଁ ଆଜି ଘରକୁ ପଳେଇ ଆସୁଛି, ନହେଲେ ଏମାନେ ମତେ ମାରିଦେବେ...ଫୋନ୍‌ କଟିଗଲା...ମୋ ଝିଅ ଉପରେ ସେମାନେ କେମିକାଲ ଢ଼ାଳି ନିଆଁ ଲଗାଇଦେଲେ...'। ପୋଲିସର କହିବା ଅନୁସାରେ, ଅଭିଯୁକ୍ତ ସ୍ବାମୀ ବିପିନ ଠାରୁ ଜାଳେଣି ଇନ୍ଧନ ବୋତଲ ଜବତ କରିବାକୁ ଯିବା ବେଳେ ସେ ପୁଲିସ ଅଧିକାରୀଙ୍କ ଠାରୁ ଏକ ପିସ୍ତଲ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲା। ବାରମ୍ବାର ଚେତାବନୀ ସତ୍ତ୍ୱେ ସେ ସିରସା ଛକ ନିକଟରେ ପୁଲିସ କବଳରୁ ଖସି ପଳାଇବାକୁ ଚେଷ୍ଟା କରିଥିଲା। ବାଧ୍ୟ ହୋଇ ପୋଲିସ ଗୁଳି ଚଳାଇବାରୁ ତା ଗୋଡ଼ରେ ଗୁଳି ବାଜିଥିଲା। ବର୍ତ୍ତମାନ ନିକ୍କିଙ୍କ ଶାଶୂଙ୍କୁ ଗିରଫ କରିଛି ପୁଲିସ। ଘଟଣାକୁ ନେଇ ନିକ୍କିଙ୍କ ବାପା କହିଛନ୍ତି ପୁଲିସ ଠିକ୍‌ କରିଛି। 

ଇଏ ଗୋଟିଏ ଘଟଣା ନୁହେଁ। ସବୁଦିନ ଏବେବି ଏମିତି ଅଗଣିତ ଘଟଣା...ସରକାରୀ ତଥ୍ୟ କହୁଛି ଯୌତୁକ କାରଣରୁ ପ୍ରତିଦିନ ପ୍ରାୟ ୨୦ ଜଣ ମହିଳାଙ୍କ ଜୀବନ ଯାଉଛି। ୨୨ ବର୍ଷ ଭିତରେ ୧.୮ ଲକ୍ଷ ମହିଳା ଯୌତୁକ ନିର୍ଯାତନା ଯୋଗୁ ପ୍ରାଣ ହରାଇଛନ୍ତି। ୨୦୧୮-୨୦୨୧ରେ ୩୪,୪୯୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା। ୨୦୨୨ରେ ୬,୪୫୦ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିଲା। ୟୁପିରେ ସର୍ବାଧିକ ଯୌତୁକ ଜନିତ ମାମଲା। ୟୁପିରେ ଯୌତୁକ କାରଣରୁ ୧୧,୮୭୪ ଜଣ ମହିଳା ପ୍ରାଣ ହରାଇଛନ୍ତି। ବିହାରରେ ୫,୩୫୪, ମଧ୍ୟପ୍ରଦେଶରେ ୨,୮୫୯ ଜଣଙ୍କ ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗରେ ୨,୩୮୯ ଜଣ ମହିଳା ଏବଂ ରାଜସ୍ଥାନରେ ୨,୨୪୪ ଜଣ ମହିଳା ଯୌତୁକ କାରଣରୁ ପ୍ରାଣ ହରାଇଛନ୍ତି। ଅଥଚ ୧୯୬୧ରେ ଭାରତ ସରକାର ଯୌତୁକ ନିଷେଧ ଆଇନ ପ୍ରଣୟନ କଲେ, କିନ୍ତୁ ୨୦୨୫ରେ ମଧ୍ୟ ଲୋକଙ୍କର ଏଥିପ୍ରତି ନିଘା ନାହିଁ। 

() ପ୍ରଶ୍ନ ଉଠୁଛି, ଝିଅ ପାଇଁ ପାଇଁ ବରପାତ୍ର ଖୋଜିବା ବେଳେ ଏବେ କେଉଁ ଯୋଗ୍ୟତାର ଆବଶ୍ୟକତା ଅଛି? ଝିଅ ଖୁସିରେ ରହିବ ବୋଲି ଜ୍ବାଇଁର ସବୁ ଆବଶ୍ୟତା ପୂରଣା କରିବା ଶ୍ବଶୁର ଘରର ଅଧିକାର ବୋଲି କୋଉ ଅଭିଧାନରେ ଲେଖା ଅଛି? ସବୁ ପାଠ ପଢ଼ୁଆ ଲୋକମାନେ କ'ଣ ପ୍ରକୃତରେ ଶିକ୍ଷିତ ? ନା ସବୁ ନିରକ୍ଷର ବ୍ୟକ୍ତି ପ୍ରକୃତରେ ମୁର୍ଖ? ଏ ପ୍ରଶ୍ନ ଆଜି ଏଥିପାଇଁ ଉଠିଛି, କାରଣ ଆଜି ଗୋଟିଏ ନିରକ୍ଷର ମଣିଷର ଦାମ୍ପତ୍ୟ ଜୀବନ କେଉଁଠି ସୁଃଖଦ ହେଉଥିବା ବେଳେ ଆଉ କେଉଁଠି ଗୋଟିଏ ଶିକ୍ଷିତ ପରିବାରର ପରିବେଶ ଭିତରେ, କୁତଘ୍ନ ମାନସିକତାର ମଣିଷ ଗୁଡ଼ାକ ମନରୁ ଏବେବି ଯୌତୁକର ଜମାନା ଶେଷ ହେଇନି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.