ପ୍ରମୂଖ ଖବର
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଗଗନଯାନ ମିଶନ୍ ପାଇଁ ଇସ୍ରୋର ଜୋରଦାର ପ୍ରସ୍ତୁତି, ପ୍ରଥମ ଏୟାର ଡ୍ରପ୍ ଟେଷ୍ଟ ସଫଳ

Published By : Harapriya Biswal | August 24, 2025 7:32 PM

ନୂଆଦିଲ୍ଲୀ,୨୪୮:  ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଗଗନଯାନ ମିଶନ୍ ପାଇଁ ନେଇଛି ବଡ଼ ପଦକ୍ଷେପ। ଇସ୍ରୋ ପକ୍ଷରୁ ପ୍ରଥମ ଏୟାର ଡ୍ରପ ଟେଷ୍ଟ ସମ୍ପୂର୍ଣ୍ଣ ସଫଳ ରହିଛି। ଯେଉଁଥିରେ ପାରାଚୁଟ୍ ସାହାଯ୍ୟରେ ମହାକାଶ ଯାନର ଗତି କମ୍ କରିବାର ଟେକ୍ନୋଲୋଜିକୁ ପରୀକ୍ଷା କରାଯାଇଥିଲା। ଏହି ଟେଷ୍ଟରେ ଭାରତୀୟ ବାୟୁସେନା, ଡିଆରଡିଓ, ନୌସେନା ଓ ତଟରକ୍ଷୀ ବାହିନୀର ସାହାଯ୍ୟ ନିଆଯାଇଥିଲା। ଇସ୍ରୋ ସୋସିଆଲ ମିଡିଆରେ କହିଛି ଯେ, ଏହି ଟେଷ୍ଟ ବହୁ ସଂଗଠନର ସହଯୋଗରେ ଶେଷ ହୋଇଛି।  

କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଗଗନଯାନ ମିଶନ୍ ପାଇଁ ରକେଟର ନିର୍ମାଣ ଟେଷ୍ଟ ହୋଇ ସାରିଛି। ମହାକାଶ ଯାନର କ୍ରୁ ମଡ୍ୟୁଲ ଓ ସର୍ଭିସ ମଡ୍ୟୁଲର ଇଞ୍ଜିନ ଏବଂ ଟେଷ୍ଟ ହୋଇସାରିଛି। କ୍ରୁ’ଙ୍କୁ ବଞ୍ଚାଇବା ପାଇଁ ୫ ପ୍ରକାର ମୋଟର ତିଆରି କରାଯାଇଛି ଓ ଏହାର ଟେଷ୍ଟ ମଧ୍ୟ ହୋଇଛି। ମିଶନ୍ ପାଇଁ ବହୁ ସୁବିଧା ଯେପରିକି  ତିଆରି କେନ୍ଦ୍ର, ନିୟନ୍ତ୍ରଣ କକ୍ଷ, କ୍ରୁ ଟ୍ରେନିଂ ସେଣ୍ଟର ଓ ନୂଆ ଲଞ୍ଚ ପ୍ୟାଡ୍ ତିଆରି କରାଯାଇଛି। ପୂର୍ବରୁ ବିନା ମଣିଷରେ ଥିବା ମିଶନ (ଜି-୧) ପାଇଁ କ୍ରୁ ମଡ୍ୟୁଲ ଓ ସର୍ଭିସ ମଡ୍ୟୁଲ ତିଆରି କରାଯାଉଛି। ଏହାର ପ୍ରାରମ୍ଭିକ ଯାଞ୍ଚ ଶେଷ ହୋଇସାରିଛି। କ୍ରୁ’ଙ୍କୁ ପୁଣିଥରେ ଫେରାଇ ନେବା ପାଇଁ ଉପକରଣ ଓ ଯୋଜନା ମଧ୍ୟ ପ୍ରସ୍ତୁତ ରହିଛି।

ଗଗନଯାନ ମିଶନ୍‌ର ଲକ୍ଷ୍ୟ ହେଉଛି ଭାରତକୁ ଏକ ମଜବୁତ ମହାକାଶ ଶକ୍ତି ତିଆରି କରିବା। ଯାହାକି ବିକଶିତ ଭାରତର ସ୍ବପକୁ ପୁରା କରିବାରେ ସହାୟକ ହେବ। ଏହାପରେ ୨୦୩୫ ପର୍ଯ୍ୟନ୍ତ ନିଜର ମହାକାଶ ଷ୍ଟେସନ୍ ତିଆରି କରିବ। ୨୦୪୦ ପର୍ଯ୍ୟନ୍ତ ଚନ୍ଦ୍ରରେ ଭାରତକୁ ଓହ୍ଲାଇବା। ମହାକାଶ ଷ୍ଟେସନ୍ ପାଇଁ ୫ଟି ଭାଗରେ ଯୋଜନା ରହିଛି, ଯେଉଁଥିରେ ପୂର୍ବ ଅଂଶକୁ ତିଆରି କରିବାର ମଞ୍ଜୁରୀ ମିଳିଛି। ଚନ୍ଦ୍ରମା ମିଶନ୍ ପାଇଁ ରକେଟ ଓ ଅନ୍ୟ ସିଷ୍ଟମର ଯୋଜନା ଆରମ୍ଭ ହୋଇଯାଇଛି। କ୍ରୁ’ର ପ୍ରଶିକ୍ଷଣ ମଧ୍ୟ ଗଗନଯାନ ଓ ଚନ୍ଦ୍ରମା ମିଶନ୍ ପାଇଁ ଠିକ୍ ସମୟରେ ଚାଲିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.