ନୂଆଦିଲ୍ଲୀ,୧୯।୫: ଅପରେସନ୍ ସିନ୍ଦୂରରେ ଭାରତୀୟ ସେନା ପାକିସ୍ତାନକୁ ଦେଇଥିଲା କଡ଼ା ଜବାବ୍। ଏବେ ବି ଭୟରେ ରହିଛି ପାକିସ୍ତାନ । ଏହା ଭିତରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମନାକୁ ଆସିଛି। କୁହାଯାଉଛି ଯେ, ଯୁଦ୍ଧ ବେଳେ ପାକିସ୍ତାନ ପାଇଁ ଚୀନ୍ ଭାରତରେ ଗୁଇନ୍ଦାଗିରି କରିଥିଲା। ସାଟେଲାଇଟ୍ ଡାଟା ମଧ୍ୟ ସେୟାର କରିଥିଲା। ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ସମ୍ପର୍କିତ ଏକ ସଂଗଠନ କରିଛି ବଡ଼ ଖୁଲାସା କରିଛି।
ଏହି ରିପୋର୍ଟ ଏଭଳି ସମୟରେ ଆସିଛି ଯେତେବେଳେ ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ଭିତରେ ସଂଘର୍ଷର ନିଆଁ ଶାନ୍ତ ରହିଛି। ଏବେ ଏଥିରେ ତୃତୀୟ ପକ୍ଷ ଅର୍ଥାତ ଚୀନ୍ର ଭୂମିକା ଉପରେ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି। ରିପୋର୍ଟରେ ଖୁଲାସା ହୋଇଛି ଯେ, ଚୀନ୍ ପାକିସ୍ତାନକୁ ଜିତାଇବାକୁ ପୁରା ଜୋର ଲଗାଇ ଦେଇଥିଲା। କିନ୍ତୁ ଭାରତୀୟ ସେନାର ପରାକ୍ରମ ଆଗରେ ତା’ର ଷଡଯନ୍ତ୍ର ଫେଲ ମାରିଥିଲା। ସେନା ନା କେବଳ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲା, ବଂର ସଠିକ୍ ହମଲା କରି ବହୁ ବଡ଼ ଆତଙ୍କୀଙ୍କୁ ମାରିବାରେ ସଫଳ ହୋଇଥିଲା।
ଭାରତ ସହ ସଂଘର୍ଷ ସମୟରେ ଚୀନ୍ ପାକିସ୍ତାନକୁ ବାୟୁ ପ୍ରତିରକ୍ଷା ଏବଂ ଉପଗ୍ରହ ସହାୟତା ପ୍ରଦାନ କରିଥିଲା। ଏହା ଦର୍ଶାଉଛି ଯେ ଏହି ଯୁଦ୍ଧରେ ଡ୍ରାଗନ୍ ନିଶ୍ଚିତ ଭାବରେ ସିଧାସଳଖ ଭୂମିକା ଗ୍ରହଣ କରିଥିଲା। ନୂଆଦିଲ୍ଲୀ ସ୍ଥିତ ସେଣ୍ଟର ଫର୍ ଜଏଣ୍ଟ ୱାରଫେୟାର ଷ୍ଟଡିଜ୍ ର ନିର୍ଦ୍ଦେଶକ ଅଶୋକ କୁମାର ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଚୀନ୍ ଏପ୍ରିଲ ୨୨ ନରସଂହାର ଠାରୁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ପର୍ଯ୍ୟନ୍ତ ଦୁଇ ସପ୍ତାହ ପାଇଁ ଏହାର ସାଟେଲାଇଟ୍ କଭରେଜ୍ ମାଧ୍ୟମରେ ପାକିସ୍ତାନକୁ ସାହାଯ୍ୟ କରିଥିଲା।