ପ୍ରମୂଖ ଖବର
  • ୪ ଡିସମିଲ ଜାଗାରୁ କମ ଥିଲେ ଭୂମିହୀନ ଭାବେ ଗଣନା କରାଯିବ: ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ୱର : ଅତ୍ୟଧିକ ଗରମରୁ ATM ମେସିନ୍‌ରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

ଦିଲ୍ଲୀକୁ ନଷ୍ଟ କରିବାକୁ ଚାହୁଁଥିଲା ପାକିସ୍ତାନ, ମାଡ଼ କରିଥିଲା ଶାହୀନ ମିସାଇଲ: ଆକାଶରେ ନଷ୍ଟକଲା ଭାରତ

Published By : Prameya | May 19, 2025 2:32 PM

ନୂଆଦିଲ୍ଲୀ,୧୯।୫: ଆତଙ୍କବାଦୀଙ୍କ ଉପରେ ‘ଅରେସନ୍ ସିନ୍ଦୂର’ ଜରିଆରେ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନର ଭୟଭୀତ ହୋଇପଡିଥିଲା। ଭାରତର ଅଧିକ କ୍ଷତି କରିବା ପାଇଁ ଓ ରାଜଧାନୀ ଦିଲ୍ଲୀ ଉପରେ ଆକ୍ରମଣ କରିବା ପାଇଁ ସେ ବିନାଶକ ହତିଆରରେ ସାମିଲ ଶାହିନ ମିସାଇଲ ମାଡ଼ କରିଥିଲା। ତେବେ ଭାରତର ମଜବୁତ ସୁରକ୍ଷା ଢାଲ ଆଗରେ ସେ ସଫଳ ହୋଇନଥିଲା। ଏହି ମିସାଇଲ ଆକାଶ ମାର୍ଗରେ ହିଁ ନଷ୍ଟ କରି ଦିଆଯାଇଥିଲା। ତାହା ପୁଣି ଖୁବ୍ ସାବଧାନ ସହକାରେ। ଏହାର ଭଗ୍ନାଂଶ ମାଟିରେ ମଧ୍ୟ ପଡିନଥିଲା। 

ଭାରତୀୟ ସେନା ଏହି କଥାର ସୂଚନା ଦେଇଛି। ପାକିସ୍ତାନ ସାହିନ ମିଶାଇଲ ବ୍ୟବହାର କରିଥିଲା। ତେବେ ଭାରତ ଏସ୍-୪୦୦ ମିସାଇଲ ସି୍‌ଟମ ଏହାକୁ ପୃଥିବୀ ଉପରେ ପକାଇବା ପୂର୍ବରୁ ନଷ୍ଟ କରିଦେଇଥିଲା। ଭାରତୀୟ ସେନାର ଓ୍ବେଷ୍ଟର୍ଣ୍ଣ କମାଣ୍ଡ ପାକିସ୍ତାନ ଆକ୍ରମଣକୁ ବିଫଳ କରିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ପାକିସ୍ତାନ ପକ୍ଷରୁ ମାଡ କରାଯାଇଥିବା ମିସାଇଲକୁ ଭାରତ କିଭଳି ଆକାଶରେ ନଷ୍ଟ କରିଦେଇଛି। 

ଭାରତ ଉପରେ ଆକ୍ରମଣ ପାଇଁ ପାକିସ୍ତାନ ଏସ୍‌-୧୦୦ରୁ ନେଇ ଫତହ I/II MLRS ହତିଆର ପର୍ଯ୍ୟନ୍ତର ଜବାବଦ ଦେଇଛି। ପାକିସ୍ତାନର ଶାହିନ ମିସାଇଲ ନ୍ୟୁକ୍ଲିୟର କାପାବେଲ୍ ମିସାଇଲ। ପାକିସ୍ତାନ ପ୍ରଥମ ଥର ଏହାକୁ ୨୦୧୫ ରେ ଟେଷ୍ଟ ଫାୟାର କରିଥିଲା। ତେବେ ପାକିସ୍ତାନ ଭାରତ ଉପରେ ଯେଉଁ ଶାହିନ ମିସାଇଲ ମାଡ଼ କରିଥିଲା ସେଥିରେ ଓ୍ବାରହେଡ୍ ନ୍ୟୁକ୍ଲିଅର ନଥିଲା। ତେବେ ଏଥର ହେଉଛି ପ୍ରଥମ ଥର ଯେତେବେଳେ ପାକିସ୍ତାନ ଏଭଳି ମିସାଇଲ ବ୍ୟବହାର କୌଣସି ଦେଶ ବିରୋଧରେ ବ୍ୟବହାର କରିନଥିଲା। ବିଶେଷଜ୍ଞଙ୍କ ମତରେ ପାକିସ୍ତାନ ଶାହୀନ ମିସାଇଲ ଜରିଆରେ ଭାରତକୁ କ୍ଷତି ପହଁଞ୍ଚାଇବାକୁ ଚେଷ୍ଟା କରୁଛି।  ତା ପାଖରେ ପରମାଣୁ ହତିଆର ମଧ୍ୟ ଅଛି। ଶାହିନ ମିସାଇଲ ଏକ ପ୍ରକାର ବାଲାଷ୍ଟିକ୍ ମିସାଇଲ, ଯାହାର ରେଞ୍ଜ ୭୫୦ କିଲୋମିଟରରୁ ଆରମ୍ଭ ହେଉଛି। ସେଭଳି ଅତି କମ୍‌ରେ ୧୦୦୦ କିଲୋଗ୍ରାମ୍‌ର ପେଲୋଡ୍ ନେଇପାରେ। ପାକିସ୍ତାନ ପାଖରେ ଶାହିନ-୧, ଶାହିନ-୨ ଓ ଶାହିନ-୩ କାଟାଗୋରୀର ମିସାଇଲ ରହିଛି। ଯାହାର ରେଞ୍ଜ ମଧ୍ୟ ଭିନ୍ନ ଭିନ୍ନ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.