ନୂଆଦିଲ୍ଲୀ: ଚୀନ୍ ପୁଣିଥରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଚୀନ୍ ଇଞ୍ଜିନିୟରମାନେ ଏକ 3D-ପ୍ରିଣ୍ଟେଡ୍ ରୋବୋଟ୍ (କଚ୍ଛପ ରୋବୋଟ୍) ତିଆରି କରିଛନ୍ତି । ଛଅ ଗୋଡ଼ ବିଶିଷ୍ଟ କଇଁଛ ପରି ଦେଖାଯାଉଥିବା ଏହି ରୋବୋଟ୍ ବିଶେଷଜ୍ଞଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହା ପାଣିରେ ପହଁରିପାରୁଛି ଏବଂ ଆକାଶରେ ଉଡ଼ିପାରୁଛି । କ୍ଷେପଣାସ୍ତ୍ର ନିକ୍ଷେପ କରିବାର କ୍ଷମତା ଯୋଗୁଁ ଏହାକୁ ଯୁଦ୍ଧକ୍ଷେତ୍ରର ଭବିଷ୍ୟତ ଭାବରେ ଦେଖାଯାଉଛି। ଅନେକ ବିଶେଷଜ୍ଞ ଏହାକୁ ସମ୍ଭାବ୍ୟ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଚୀନ୍ର ପ୍ରସ୍ତୁତି ଭାବରେ ଦେଖୁଛନ୍ତି ।
ଏହି ରୋବୋଟ୍କୁ ଏକ ଘରୋଇ ଲ୍ୟାବରେ ତିଆରି କରାଯାଇଛି । ଏହାର ଭିଡିଓ ଚୀନ୍ର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ୍ ହେଉଛି । ଏହା କଇଁଛ ପରି ପଥୁରିଆ ଭୂମିରେ ଚାଲିପାରୁଛି ଏବଂ ପାଣିରେ ପହଁରି ପହଁରି ଆଗକୁ ଯାଇପାରୁଛି । ଏହା ସହ ଟ୍ରାଇରୋଟର ଫ୍ଲାଇଟ୍ ସିଷ୍ଟମ୍ ବ୍ୟବହାର କରି ବାୟୁରେ ଉଡ଼ିପାରୁଛି । କେବଳ ଏତିକି ନୁହେଁ, ଏହା ଛୋଟ କ୍ଷେପଣାସ୍ତ୍ର ବହନ କରିବାକୁ ସହ ଏହାକୁ ନିକ୍ଷେପ ମଧ୍ୟ କରିପାରୁଛି । ଏହି ରୋବୋଟକୁ ଦେଖି ସାରା ବିଶ୍ୱର ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହାକୁ ଏକ ଘରୋଇ ଲ୍ୟାବରେ 3D ପ୍ରିଣ୍ଟିଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ପ୍ରସ୍ତୁତ କରାଯାଇଛି ।
ନାଇଲନ୍ ଏବଂ କପଡାର ମିଶ୍ରଣରେ ତିଆରି ଏହି ଡ୍ରୋନକୁ ତିଆରି କରିବା ପାଇଁ କୌଣସି ମହଙ୍ଗା କାରଖାନା-ଗ୍ରେଡ୍ ଉପକରଣ ବ୍ୟବହାର କରାଯାଇ ନାହିଁ । ବିଶେଷଜ୍ଞମାନେ କହିଛନ୍ତି ଯେ, କିଛି ପରିବର୍ତ୍ତନ, AI-ଚାଳିତ ଟାର୍ଗେଟିଂ, GPS-ନିର୍ଦ୍ଦେଶିତ ନାଭିଗେସନ୍, ଇଣ୍ଟେଲିଜେନ୍ସ ଏବଂ ଦୃଢ଼ ପେଲୋଡ୍ ସହିତ, ଏହି ଟର୍ଟଲ୍ ଡ୍ରୋନ୍ ଏକ ଘାତକ ଯୁଦ୍ଧକ୍ଷେତ୍ର ଉପକରଣ ହୋଇପାରିବ । ଏଥିରେ AI-ଚାଳିତ ଡ୍ରୋନ୍ ସାମିଲ ।
ଚୀନ୍ ସୈନିକମାନେ ଉଚ୍ଚତମ ସ୍ଥାନରେ ଭାରୀ ଜିନିଷ ଉଠାଇବା ପାଇଁ ଏକ୍ସୋସ୍କେଲେଟନ୍ର ପରୀକ୍ଷଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ଏହି କଇଁଛ ରୋବୋଟ୍ ବର୍ତ୍ତମାନ ଏକ ବଡ଼ ପ୍ରୋଜେକ୍ଟ ହୋଇପାରେ । କିନ୍ତୁ ଭବିଷ୍ୟତରେ ଏହା ଚୀନ୍ର ଉଦୀୟମାନ ହାଇବ୍ରିଡ୍ ଯୁଦ୍ଧ ସିଦ୍ଧାନ୍ତର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ ବି ହୋଇପାରେ। ଭବିଷ୍ୟତରେ ଏହା ଚୀନ୍ ସେନାର ଏକ ଅସ୍ତ୍ର ହୋଇପାରେ ବୋଲି କୁହାଯାଉଛି ।