ନୂଆଦିଲ୍ଲୀ,୪।୮: ୮୦ ବର୍ଷ ପୂର୍ବେ ୬ ଅଗଷ୍ଟରେ ଜାପାନରେ ପ୍ରଥମ ପରମାଣୁ ଆକ୍ରମଣ ହୋଇଥିଲା। ସେତେବେଳେ ହଜାର ହଜାର ମୃତକଙ୍କୁ ହିରୋସିମାର ଦକ୍ଷିଣରେ ଥିବା ଛୋଟ ଗାଁର ଦ୍ବୀପ ନିନୋଶିମା ଅଣାଯାଇଥିଲା। ୮ ଦଶକ ପୂର୍ବରୁ ୧୯୪୫ ରେ ହୋଇଥିବା ପରମାଣୁ ଆକ୍ରମଣ ପରେ ଏବେ ବି ହିରୋସୀମା ନିକଟବର୍ତ୍ତୀ ଦ୍ବୀପରେ ମୃତକଙ୍କ ଅବଶେଷର ସନ୍ଧାନ ଜାରି ରହିଛି। ବହୁ ପୀଡିତଙ୍କ କପଡା ଜଳି ଯାଇଥିଲା, ତାଙ୍କ ଶରୀର ଓ ଅଙ୍ଗର ମାଂସପେଶୀ ଓହଳି ରହିଥିଲା। ସେମାନେ କଷ୍ଟରେ ଛଟପଟ ହେଉଥିଲେ। ଐତିହାସିକ ସୂଚନା ଅନୁସାରେ, ଖରାପ ଚିକିତ୍ସା ଓ ଦେଖାଶୁଣା କାରଣରୁ ୨୫ ଅଗଷ୍ଟରେ ଯେତେବେଳେ ଫିଲ୍ଡ ହସ୍ପିଟାଲ ବନ୍ଦ ହୋଇଥିଲା, ସେତେବେଳେ ମାତ୍ର କିଛି ଶହ ଲୋକ ଜୀବିତ ଥିଲେ। ମୃତକଙ୍କୁ ଅବ୍ୟବସ୍ଥିତ ଓ ତରବରିଆ ଭାବରେ ବିଭିନ୍ନ ସ୍ଥାନରେ ପୋତି ଦିଆଯାଇଥିଲା।
ଦଶକ ପରେ ଏହି ଅଞ୍ଚଳରେ ଲୋକ ଏବେ ନିଖୋଜ ଲୋକଙ୍କ ଅବେଶଷ ସନ୍ଧାନ କରୁଛନ୍ତି। ଯେପରି ପୀଡିତଙ୍କ ପ୍ରତି ସମ୍ମାନ ବ୍ୟକ୍ତ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିହେବ। ଏହାର ଉଦେଶ୍ୟ ସେହି ବଞ୍ଚିଥିବା ଲୋକଙ୍କୁ ଆଶ୍ବସ୍ଥି ଦେବା ଯେଉଁମାନେ ନିଜର ନିଖୋଜ ପରିବାର ଲୋକଙ୍କ ସ୍ମୃତିରେ ଦୁଃଖି ହୋଇ ରହିଛନ୍ତି। ହିରୋସିମା ୟୁନିଭର୍ସିଟିର ରିସର୍ଚ୍ଚର ରେବୁନ କାୟୋ ମୃତକଙ୍କ ଅବଶେଷର ସନ୍ଧାନ ପାଇଁ ନିୟମିତ ଭାବରେ ନିନୋଶିମା ଯାଉଛନ୍ତି। ସେ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ଏଭଳି ନହୋଇଛି ଏହି ଲୋକଙ୍କ ପାଇଁ ଯୁଦ୍ଧ ଶେଷ ହେବନି।
ନିଖୋଜ ଲୋକଙ୍କ ଅବଶେଷ ଏବେ ବି ଖୋଜା ଯାଉଛି। ନିକଟରେ ସୁବହ କାୟୋ ପାର୍ବତ୍ୟ ଅଞ୍ଚଳରେ ଥିବା ଏହି ଜଙ୍ଗଲ ଭୂଖଣ୍ଡରେ ପହଁଞ୍ଚିଥିଲା। ଯେଉଁଠାର ସେ ୨୦୧୮ରୁ ଅବଶେଷର ସନ୍ଧାନରେ ଖନନ କରିଥିଲେ। ସେ ରବରର ଯୋତା ଓ ହେଲମେଟ୍ ପିନ୍ଧିବା ଓ କୀଟନାଶକ ସ୍ପେ୍ର କରିଥିଲେ। ପ୍ରବଳ ଗରମରେ ସେ ସେହି ଦୁଃଖ ଓ କଷ୍ଟକୁ କଳ୍ପନାକୁ କରିଛନ୍ତି, ଯାହା ପୀଡିତଙ୍କୁ ମରିବା ପୂର୍ବରୁ ଅନୁଭବ ହୋଇଥିବ। କାୟୋଙ୍କୁ ଏପର୍ଯ୍ୟନ୍ତ ୧୦୦ ଟୁକୁଡାର ଅସ୍ଥି ମିଳିସାରିଛି। ତା ଭିତରେ ମୁଣ୍ଡର ଖପୁରୀର ଟୁକୁଡା, ଶିଶୁର ମାଢିର ହାର ହାଡ, ଯେଉଁଥିରେ ଛୋଟଛୋଟ ଦାନ୍ତ ରହିଛି। ଏହି ସବୁ ଅସ୍ଥି ନିନୋଶିମାର ଜଣେ ବାସିନ୍ଦା ସୂଚନା ଦେଇଥିବା ସ୍ଥାନରୁ ମିଳିଥିଲା।