ନୂଆଦିଲ୍ଲୀ,୪।୮: ସିଡନୀର ଐତିହାସିକ ହାର୍ବର ବ୍ରିଜ୍ରେ ରବିବାର ଗାଜା ସମର୍ଥନ ଓ ଇସ୍ରାଏଲ ବିରୋଧରେ ସବୁଠାରୁ ବଡ଼ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ବର୍ଷା ପରେ ବି ପ୍ରାୟ ୯୦ ହଜାରରୁ ଅଧିକ ପ୍ରଦର୍ଶନକାରୀ ସଡକକୁ ଓହ୍ଲାଇଥିଲେ। ହାତରେ ପାଲେଷ୍ଟାଇନ୍ ପତାକା, ଖାମେନିଙ୍କ ପୋଷ୍ଟର ନେଇ ଏକାଠି ହୋଇଥିଲେ ଲୋକେ। ଇସ୍ରାଏଲ ଉପରେ ଆର୍ଥିକ କଟକଣା ଲଗାଇବା ଓ ଗାଜାରେ ଫଶିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର କରିବାର ଦାବି କରିଥିଲେ। ଅଷ୍ଟ୍ରେଲିଆର ପୂର୍ବତନ ବୈଦେଶିକ ମନ୍ତ୍ରୀ ବବ କାର ଓ ଓ୍ବିକିଲିକ୍ସର ସଂସ୍ଥାପକ ଜୁଲିୟସ୍ ଅସାଞ୍ଜ ମଧ୍ୟ ପ୍ରଦର୍ଶନରେ ସାମିଲ ହୋଇଥିଲେ।
ଏହି ପ୍ରଦର୍ଶନକୁ ‘ମାର୍ଚ ଫର ହ୍ୟୁମାନିଟି’ ନାଁ ଦିଆଯାଇଥିଲ। ଯାହାର ଆୟୋଜନ ‘ପାଲେଷ୍ଟାଇନ୍ ଆକ୍ସନ ଗ୍ରୁପ୍ ସିଡନୀ’ କରିଥିଲା। ଆୟୋଜକଙ୍କ କହିବା ଅନୁସାରେ, ଏହାର ଉଦେଶ୍ୟ ଗାଜାରେ ଶାନ୍ତି ଫେରାଇବା। ଏହା ସହ ଇସ୍ରାଏଲୀ ସେନା ଫେରାଇ ଆଣିବା ଓ ହତିଆର ଉପରେ କଟକଣା ଲଗାଇବା। ପ୍ରଦର୍ଶନରେ ସାମିଲ ଲୋକ ଜୋରଦାର ନାରାବାଜି କରିଥିଲେ।’ ଓ୍ବି ଆର ଅଲ୍ ପାଲେଷ୍ଟାଇନସ୍’ ଓ ’ଲଙ୍ଗ ଲିଭ୍ ଇପ୍ତିଫାଦା’ ଭଳି ନାରାବାଜି ଶୁଣିବାକୁ ମିଳିଥିଲା। ତେବେ ଏହି ମାର୍ଚ୍ଚରେ ହମାସ କିମ୍ବା ବନ୍ଧକଙ୍କ କଥା କୁହାଯାଇନଥିଲା।
ପ୍ରଦର୍ଶନର ଆୟୋଜନ ‘ପାଲେଷ୍ଟାଇନ୍ ଆକ୍ସନ ଗ୍ରୁପ୍ ସିଡନୀ’ କରିଥିଲା। ଏହି ଗ୍ରୁପ୍ ଫେସବୁକ୍ରେ ନିଜର ପୋଷ୍ଟ ମାଧ୍ୟମରେ କହିଥିଲା, ତାଙ୍କର ତିନୋଟି ପ୍ରମୁଖ ଦାବି ରହିଛି। ଯାହା ଭିତରେ ଗାଜାରେ ମାନବୀୟ ସହାୟତା ପହଁଞ୍ଚାଇବା ଊପରେ କଟକଣା ହଟାଯାଉ। ଇସ୍ରାଏଲ ସହ ତୁରନ୍ତ ଅସ୍ତ୍ରବିରତି କରି ଗାଜାକୁ ସମ୍ପୂର୍ଣ୍ଣ ଭାବରେ ହଟିବା ଓ ଇସ୍ରାଏଲ ଉପରେ କଟକଣା ଓ ହତିଆର ଯୋଗାଣ ଉପରେ କଟକଣା ଲଗାଯାଉ।