ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଚାଇନାରେ ଆରମ୍ଭ ହେବ ଲଭ ଏଜୁକେସନ, ଲକ୍ଷ୍ୟ ବିବାହ ଲାଗି ପ୍ରେରଣା

Published By : Ankita S | December 9, 2024 1:24 PM

ଚୀନ,୦୯/୧୨: ବର୍ତ୍ତମାନ ଚୀନର ଯୁବଗୋଷ୍ଠୀ ବିବାହ ଓ ପ୍ରେମ ପ୍ରତି ଅନିଚ୍ଛା ପ୍ରକାଶ କରୁଛନ୍ତି । ଦେଶରେ ୫୭ ପ୍ରତିଶତ ୟୁଥ ବିବାହ କରିବାକୁ ଚାହୁଁନାହାନ୍ତି । ପ୍ରେମ, ବିବାହ, ପରିବାର ଓ ପ୍ରଜନନ ଭଳି ପ୍ରସଙ୍ଗରେ ପଜିଟିଭ ଚିନ୍ତାଧାରା ଆଣିବାକୁ ଚୀନ ସରକାର ଆଣିଛନ୍ତି ଲଭ ଏଜୁକେନସ କାର୍ଯ୍ୟକ୍ରମ । ଖୁବଶୀଘ୍ର କଲେଜ ଓ ବିଶ୍ବବିଦ୍ୟାଳୟରେ ଏହା ଆରମ୍ଭ ହେବ । ଫଳରେ ବିବାହ, ପରିବାର ଲାଗି ଯୁବଗୋଷ୍ଠୀ ପ୍ରେରିତ ହେବେ ।

ପିଲାଙ୍କ ମଧ୍ୟରେ ପ୍ରେମ, ବିବାହ, ପରିବାର ଓ ପ୍ରଜନନ ଭଳି ପ୍ରସଙ୍ଗରେ ପଜିଟିଭିଟି ଆଣିବାକୁ ଲଭ ଏଜୁକେସନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି ଚୀନ । ଖୁବଶୀଘ୍ର କଲେଜ ଓ ବିଶ୍ବବିଦ୍ୟାଳୟଗୁଡିକରେ ଆରମ୍ଭ ହେବ । ଏଥିରେ ବିବାହ ଓ ପରିବାର ଲାଗି ମୋଟିଭେଟ ହେବ ଯୁବଗୋଷ୍ଠୀ ।

ଚୀନ ସରକାରଙ୍କ କହିବା କଥା ଜୁନିୟର କଲେଜରେ ଜନସଂଖ୍ୟା ହ୍ରାସ, ଦେଶର ବର୍ତ୍ତମାନର ସ୍ଥିତି, ବିବାହ ଓ ସନ୍ତାନ ଜନ୍ମ ସମ୍ବନ୍ଧୀୟ କଥା ପଢାଯିବା ଦରକାର । ସନିୟର ପାଠ୍ଯକ୍ରମ ଓ ଗ୍ରାଜୁଏଟ ପ୍ରୋଗ୍ରାମରେ ଛାତ୍ରଛାତ୍ରୀମାନଙ୍କୁ କେସ୍ ଷ୍ଟଡି ଓ ଗ୍ରୁପ ଭିତ୍ତିକ ଆଲୋଚନାରେ ଶିକ୍ଷା ଦିଆଯିବା ଦରକାର ।

ସମୟ ଥିଲା ଚୀନ ସରକାର ଗୋଟିଏ ସନ୍ତାନ ଜନ୍ମ ଲାଗି ଆହ୍ବାନ ଦେଇଥିଲେ । ଲକ୍ଷ୍ୟ ଥିଲା ଜନସଂଖ୍ୟା ବୋଝ କମାଇବା । ବର୍ତ୍ତମାନ ସ୍ଥିତି ଅଲଗା । ଦେଶର ଜନସଂଖ୍ୟା ଦ୍ରୁତ ଗତିରେ ବୁଢା ହେଉଛି । ବୟସ୍କଙ୍କ ଜନସଂଖ୍ୟା ବଢିଲେ ସରକାରୀ ଖର୍ଚ୍ଚ ବଢିବ । ଏହାର ସମାଧାନ ପାଇଁ ଚୀନ ପାଖରେ ଗୋଟିଏ ବାଟ ଅଛି ଜନ୍ମହାର ବଢାଇବା । ମାତ୍ର ଏ ଦିଗରେ ସମସ୍ୟା ଉପୁଜିବାରୁ ଲଭ ଏଜୁକେନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି ଚୀନ । ୨୦୧୩ରେ ଚୀନରେ ବିବାହର ସଂଖ୍ୟା ୧କୋଟି ୩୦ ଲକ୍ଷ ଥିଲା । ୭ ବର୍ଷରେ ଏହା  ୫୦ ଲକ୍ଷ କମିଛି । ୨୦୨୩ରେ ଏହା ୧୬ ପ୍ରତିଶତ କମିଛି । ଧନୀ ଦେଶରେ ବିବାହ ସଂଖ୍ୟା କମିଛି । ଭାରତରେ ୨୩ ପ୍ରତିଶତ ଯୁବଗୋଷ୍ଠୀ ବିବାହ କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା ରିପୋର୍ଟରୁ ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.