ଭୁବନେଶ୍ୱର, ୧୨/୧୨: ଭୁବନେଶ୍ୱରରେ ପହଞ୍ଚିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ । ସେଠାରେ ତାଙ୍କୁ ସ୍ୱାଗତ କରାଯାଇଛି । ବିମାନ ବନ୍ଦରରୁ ସିଧା ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ହିମନ୍ତ । ଏହା ପରେ ଭୁବନେଶ୍ୱର ଫେରିଆସି କଳିଙ୍ଗ ଷ୍ଟାଡିୟମ୍ର ବ୍ୟାଡ଼ ମିଣ୍ଟନ ହାଇ ପରଫମାନ୍ସ ସେଣ୍ଟର ଉଦ୍ଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ।
ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ ଇଣ୍ଡିଆ ସଭାପତି ଅଛନ୍ତି ହିମନ୍ତ । କଳିଙ୍ଗ ଷ୍ଟାଡିୟମ୍ର ଏହି କାର୍ଯ୍ୟକ୍ରମରେ ସେ ମୁଖ୍ୟମନ୍ତ୍ରୀ ମେହନ ମାଝୀଙ୍କ ସହ ଯୋଗ ଦେବେ । ଏହା ପରେ ଆଜି ଏକ ଘରୋଇ ହୋଟେଲରେ ରାତ୍ରି ଯାପନ କରି ଆସନ୍ତାକାଲି ଆସାମ ଫେରିଯିବେ ହିମନ୍ତ ବିଶ୍ୱଶର୍ମା ।