ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

‘ଛାବା’ ଆଜି ଭାଙ୍ଗିଲା ‘ଜଓ୍ବାନ’ର ରେକର୍ଡ଼ ! ଜାଣନ୍ତୁ ବକ୍ସ ଅଫିସ ରିପୋର୍ଟ

Published By : Prameya | March 19, 2025 6:55 PM

ମୁମ୍ବାଇ,୧୯/୩ : ବିକ୍କି କୌଶଲ- ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ଛାବା ବକ୍ସ ଅଫିସରେ ଆଜି ୩୪ତମ ଦିନରେ ବିଜନେସ କରୁଛି । ଫିଲ୍ମ ରିଲିଜ ହେବାର ବହୁ ଟାଇମ୍ ହୋଇସାରିଛି । ଏଥିଲାଗି ଏବେ ଏହାର କଲେକ୍ସନରେ କମି ଆସିସାରିଛି । ଏହାପରେ ବି ଫିଲ୍ମ ନିକଟରେ ରିଲିଜ ହୋଇଥିବା ଜନ ଆବ୍ରାହମଙ୍କ ଦ ଡିପ୍ଲୋମେଟରୁ ଅଧିକ କଲେକ୍ସନ କରୁଛି ।

ଏହି ଇଦରେ ସଲମାନ ଖାନଙ୍କ ସିକନ୍ଦର ରିଲିଜ ହେବାକୁ ଯାଉଛି । ଏହା ପୂର୍ବରୁ ଛାବା ନିକଟରେ ଏବେ କେବଳ ୧୦ଦିନ ହିଁ ସମୟ ରହିଛି ଯେଉଁଥିରେ ଫିଲ୍ମ କଲେକ୍ସନ କରିପାରିବ । ସିକନ୍ଦର ରିଲିଜ ପରେ କ’ଣ ହେବ ତାହା ଭବିଷ୍ୟତ କହିବ । ଏହା ପୂର୍ବରୁ ଛାବାର ଏବେ ପର୍ଯ୍ୟନ୍ତ କଲେକ୍ସନ ବିଷୟରେ ଆସନ୍ତୁ ଜାଣିବା । ଛାବା ୪ ସପ୍ତାହରେ ୫୫୨.୧୮କୋଟି ଟଙ୍କାର କଲେକ୍ସନ କରିଛି । ୨୯ତମ, ୩୦ତମ ଏବଂ ୩୧ତମ ଦିନରେ ଫିଲ୍ମ କଲେକ୍ସନ ସ୍ୟାକ୍ନିଲ୍କ ଅନୁସାରେ ୭.୨୫, ୭.୯ ଏବଂ ୮କୋଟି ଟଙ୍କା ରହିଛି । ୩୨ତମ ଦିନ ଏବଂ ୩୩ତମ ଦିନରେ ଫିଲ୍ମ ୨.୬୫ ଏବଂ ୨.୬୫କୋଟିର କଲେକ୍ସନ କରି ମୋଟ ୫୮୦.୬୩କୋଟିର କଲେକ୍ସନ କରିଛି ।

ଫିଲ୍ମ ଆଜି ତଥା ୩୨ତମ ଦିନ ୫ଟା ୨୦ମିନିଟ ପର୍ଯ୍ୟନ୍ତ ୧.୩୪କୋଟି ଟଙ୍କାର ବିଜନେସ କରି ନେଇଛି ଏବଂ ଏହାସହ ଛାବାର ମୋଟ୍ କଲେକ୍ସନ ୫୮୧.୯୭କୋଟି ଟଙ୍କା ହୋଇସାରିଛି । ଏହି ସଂଖ୍ୟା ଫାଇନାଲ ନୁହେଁ । ଏଥିରେ ପରିବର୍ତ୍ତନ ହୋଇପାରେ । ଛାବା ୩୪ତମ ଦିନ ବକ୍ସ ଅଫିସରେ ସବୁଠାରୁ ଅଧିକ କଲେକ୍ସନ କରିଥିବା ହିନ୍ଦୀ ଫିଲ୍ମ ଜଓ୍ବାନ(୬୪୦.୨୫କୋଟି)ର ଏକ କୋଟି ବି ବ୍ରେକ କରିଛନ୍ତି । ପ୍ରକାଶ ଯେ, ଜଓ୍ବାନ ୩୪ତମ ଦିନ କେବଳ ୮୨ଲକ୍ଷ ଟଙ୍କା କଲେକ୍ସନ କରିଥିଲେ । ଯାହାର ରେକର୍ଡ଼ ଛାବା ଭାଙ୍ଗି ଦେଇଛି । ଫିଲ୍ମ ପଠାନ ଯିଏ ୮୨ଲକ୍ଷ, ଆନିମଲ ଯିଏ ୫୪ଲକ୍ଷ ଏବଂ ଗଦର ୨ ଯିଏ ୫୨ଲକ୍ଷ କଲେକ୍ସନ କରିଥିଲେ ତାକୁ ବି ପଛରେ ପକାଇ ଦେଇଛି । ସ୍ତ୍ରୀ ୨ କଥା କହିବା ତ ତାହା ୨.୫କୋଟି ଟଙ୍କାର ୩୪ତମ ଦିନ‌ରେ କଲେକ୍ସନ କରିଥିଲା । ଆଶା ଅଛି କି ଏହି ଫିଲ୍ମର ରେକର୍ଡ଼ ବି ଛାବା ରାତି ପର୍ଯ୍ୟନ୍ତ କାଟିଦେବ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.