ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଓଡ଼ିଶା ମହିଳାଙ୍କ ପାଇଁ ଥିଲା ଚମକର ବର୍ଷ...ରାଜନୀତିଠୁ ମିଶନ ଶକ୍ତି, ସଙ୍ଗୀତ, ଲେଖିକା, ଅଗ୍ନିଯୋଦ୍ଧା ପାଲଟିଲେ ପ୍ରେରଣା

Published By : Prameya | December 14, 2024 11:17 AM

ଭୁବନେଶ୍ୱର ୧୪/୧୨(ସସ୍ମିତା ମଲ୍ଲ): ବର୍ଷ ୨୪ ଓଡ଼ିଶାର ମହିଳାଙ୍କ ପାଇଁ ଥିଲା ଚମକର ବର୍ଷ ।  ପ୍ରଥମ ଥର ଲାଗି ବିଧାୟକ ହେଇଥିବା ଜଣେ ମହିଳା  ଏକାଥରକେ ଉପମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କଲେ ।  ଯାହାଦ୍ୱାରା ଓଡ଼ିଶା ଦେଖିଲା ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ।  ପୁଣି ଥରେ ଓଡ଼ିଶା ବିଧାନସଭାରେ ଦ୍ୱିତୀୟ ଥର ପାଇଁ  ଆଉ ଜଣେ ମହିଳା ବାଚସ୍ପତି ଆସନ ଅଳଙ୍କୃତ କଲେ ।  ସେମିତି ବିଧାନସଭା ଇତିହାସରେ ପ୍ରଥମ ଥର ଲାଗି  ଜଣେ ମହିଳା ହେଲେ ବିରୋଧୀଦଳ ମୁଖ୍ୟ ସଚେତକ ।  ସରକାରଙ୍କ ତରଫରୁ ଘୋଷଣା ହେଲା ସୁଭଦ୍ରା ଯୋଜନା ।  ୫ବର୍ଷରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ଆସିବ ୫୦ହଜାର  ଟଙ୍କା । କିସ୍ତି ଦିଆ ବି ଆରମ୍ଭ ହୋଇଗଲା । ଋତୁସ୍ରାବ ପାଇଁ  ମହିଳାଙ୍କୁ ଗୋଟିଏ ଦିନ ବୋନ୍‌ସ ଛୁଟି ଭଳି ଐତିହାସିକ  ନିଷ୍ପତ୍ତି ଆସିଲା । ଅଗ୍ନିଯୋଦ୍ଧାରେ ବି ସାମିଲ ହେଲେ ମହିଳା ।  ମୋଟାମୋଟି ଭାବେ ୨୪ରେ ଚମକିଲେ ନାରୀଶକ୍ତି....

ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ

ଯାହା ହୋଇନଥିଲା ତାହା ହେଲା । ଓଡ଼ିଶା ଦେଖିଲା ତା’ର ପ୍ରଥମ  ଉପମୁଖ୍ୟମନ୍ତ୍ରୀ । ସେହି ପଦବି ପାଇଁ ମହିଳାଙ୍କୁ ଚୟନ କରାଗଲା । ଚଳିତ ବର୍ଷ ନିର୍ବାଚନରେ ବିଜେପି ସରକାର ଗଠନ କଲା ।  ଏହାପରେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ୨ଜଣଙ୍କୁ ଚୟନ  କରାଯାଇଥିଲା । ସେଥିରୁ ଜଣେ ମହିଳା ଏହି  ଆସନର ଅଧିକାରୀ ହେଲେ । କଟକ  ଜିଲ୍ଲା ନିଆଳି ବ୍ଲକ୍‌ ନିଭରଣ  ଗ୍ରାମର ପ୍ରଭାତୀ ପରିଡ଼ା ।  ସେ ନିଆଳି ବ୍ଲକ୍‌ରୁ  ୨୦୦୨ରୁ ରାଜନୀତି  ଆରମ୍ଭ କରିଥିଲେ ।

ଓଡ଼ିଶାର ୫ଲକ୍ଷ ଲକ୍ଷପତି ଦିଦି

ଦିନଦୟାଲ ଅନ୍ତୋଦ୍ୟୋୟ ଯୋଜନା' ମାଧ୍ୟମରେ ସ୍ୱୟଂ ସହାୟକ  ଗୋଷ୍ଠୀ ସମୂହଙ୍କୁ ଆତ୍ମନିର୍ଭର କରିବା ଓ ସେମାନଙ୍କୁ ଲକ୍ଷପତି  ଦିଦି କରାଇବା ଉଦ୍ଦେଶ୍ୟରେ ଚଳିତ ବର୍ଷ ସୁଦ୍ଧା ବଜେଟରେ  ୩ କୋଟି ଲକ୍ଷପତି ଦିଦି କରିବାର ଲକ୍ଷ୍ୟ ରଖାଯାଇଛି ।  ପ୍ରଧାନମନ୍ତ୍ରୀଙ୍କ ଲକ୍ଷପତି ଦିଦି ସ୍କିମ୍‌ ଓ ଡ୍ରୋନ୍‌ ଦିଦି ମାଧ୍ୟମରେ  ମହିଳାମାନେ ଉପକୃତ ହୋଇପାରୁଛନ୍ତି । ଓଡ଼ିଶାରେ ଏପର୍ଯ୍ୟନ୍ତ  ୫ଲକ୍ଷ ୩୭ହଜାର ଲକ୍ଷପତି ଦିଦି ଓ ୧୨ ଡ୍ରୋନ  ଦିଦି ତିଆରି ହୋଇପାରିଛନ୍ତି । ଲକ୍ଷପତି  ଦିଦି ବାର୍ଷିକ ଏକ ଲକ୍ଷ ଟଙ୍କା ଆୟ  କରୁଥିବା ବେଳେ ଡ୍ରୋନ୍‌ ଦିଦି  ମାଧ୍ୟମରେ ଏସ୍‌ଏଚ୍‌ଜି  ମହିଳାଙ୍କୁ ଡ୍ରୋନ୍‌ ପ୍ରଦାନ  କରାଯାଉଛି ।

ବଲିଉଡ୍‌ ମଞ୍ଚରେ  ଓଡ଼ିଆ ଲୋକ ସଙ୍ଗୀତ 


ଓଡ଼ିଶାର ଲୋକଗୀତ । ‘ଉଠ କଙ୍କାଳ ଛିଡ଼ୁ  ଶୃଙ୍ଖଳ....’ । ଲୋକଗୀତକୁ ନୂଆ ରୂପ ଦେଇ  ଲୋକଲୋଚନକୁ ଆଣିଛନ୍ତି ଓଡ଼ିଆ ଝିଅ ବର୍ଣ୍ଣାଳୀ ହୋତା । ସରଳ ଦେଶୁଆ ଭାଷାର ଗୀତକୁ  ଜାତୀୟସ୍ତରରେ ପହଞ୍ଚାଇ କୋଟି କୋଟି ଓଡ଼ିଆଙ୍କ  ହୃଦୟରେ ରାଜ୍‌ କରିଥିଲେ । ରିଏଲିଟି ଶୋ’ ମାଧ୍ୟମରେ  ଓଡ଼ିଶାର ଲୋକଗୀତକୁ ଜାତୀୟ ସ୍ତରରେ ପହଞ୍ଚାଇଥିଲେ ।  ଏଥିପାଇଁ ଓଡ଼ିଶାବାସୀଙ୍କ ଭଲ ପାଇବା ବି ସାଉଣ୍ଟି ଥିଲେ । ବର୍ଣ୍ଣାଳୀ ଦ୍ୱିତୀୟ ରନର୍ସ ଅପ୍‌ ହୋଇ ଓଡ଼ିଶାର କଳା,  ସଂସ୍କୃତି ଓ ଲୋକଗୀତକୁ ବେଶ ଲୋକପ୍ରିୟ କରାଇଥିଲେ ।  

ସରୋଜିନୀଙ୍କୁ ଶାରଳା ପୁରସ୍କାର 

ସେ କାଳେ ନାରୀମାନଙ୍କୁ ବେଶ୍‌ ଭଲପାଆନ୍ତି । ସେଥିପାଇଁ ତ କିଏ ତାଙ୍କୁ  ନାରୀବାଦୀ ଲେଖିକା କୁହନ୍ତି ତ କିଏ ବାମବାଦୀ ଲେଖିକା । ତାଙ୍କର ଅନେକ ବହି  ମଧ୍ୟ ନାରୀମାନଙ୍କ ଉପରେ ପର୍ଯ୍ୟବେସିତ । ଓଡ଼ିଆ ସାହିତ୍ୟ ଜଗତକୁ ବିଶେଷ ଅବଦାନ  ପାଇଁ ଡକ୍ଟର ସରୋଜିନୀ ସାହୁଙ୍କୁ ଚଳିତବର୍ଷ ମର୍ଯ୍ୟାଦାଜନକ ୪୫ତମ ଶାରଳା ପୁରସ୍କାର  ପ୍ରଦାନ କରାଯାଇଛି । ଉପନ୍ୟାସ ‘ଅସ୍ଥିର ପାଦ’ ପାଇଁ ସେ ସମ୍ମାନର ଅଧିକାରୀ ହୋଇପାରିଛନ୍ତି ।

ମିଲେଟ୍‌ରାଣୀ ରାଇମତୀଙ୍କୁ ଡକ୍ଟରେଟ୍‌


୭୦ରୁ ଅଧିକ ଚାଷୀଙ୍କୁ ବଞ୍ଚିବାର ବାଟ ଦେଖାଉଛନ୍ତି । ୭୦ରୁ  ଅଧିକ କିସମର ଧାନ ଓ ୩୦୦ରୁ ଅଧିକ କିସମର ମାଣ୍ଡିଆ  ବିହନ ସାଇତିଛନ୍ତି । କମ୍‌ ବୟସରୁ କୃଷି, ସାମାଜିକ ବ୍ୟବସ୍ଥା,  ଜୀବନଜୀବିକାର ଉନ୍ନତି, ଜୈବ ବିବିଧତାର ସଂରକ୍ଷଣ, ମହିଳା  ସଶକ୍ତୀକରଣ ପରି ଅନେକ ପ୍ରଗତିମୂଳକ କାର୍ଯ୍ୟରେ ସାମିଲ  ହୋଇ ନିଜ ପାଇଁ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ । ସେ ହେଉଛନ୍ତି  ମିଲେଟରାଣୀ କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ନୂଆଗୁଡା ଗାଁର ଭୂମିଆ  ସମ୍ପ୍ରଦାୟର ମହିଳା ରାଇମତୀ ଘିଉରିଆ । କୃଷି କ୍ଷେତ୍ରରେ ଜାରି ରଖିଥିବା  ଗବେଷଣା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର(ଓୟୁଏଟି)  ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ତାଙ୍କୁ ସମ୍ମାନିତ କରିଛନ୍ତି । 

ଋଷିତାଙ୍କ ଆପ୍‌ ଗର୍ଭବତୀଙ୍କୁ ସୁରକ୍ଷା ଗର୍ଭବତୀ 

ମହିଳା ନିରାପଦରେ କିଭଳି ଯାତ୍ରା କରିବେ । ଗର୍ଭବତୀ ମହିଳା ଯଦି କୌଣସି  ବସ୍‌ଷ୍ଟପ୍‌ରେ ଛିଡ଼ା ହୋଇଥିବେ ତେବେ ବସ୍‌କୁ ମିଳିବ ଆଗୁଆ ସୂଚନା । ଏମିତି ଏକ ଆପ୍‌  ତିଆରି କରିଛନ୍ତି ଭୁବନେଶ୍ୱରର ଋିଷିତା ସାମନ୍ତରାୟ । ଏଥିପାଇଁ ୨୦୨୩-୨୪ ବର୍ଷ ପାଇଁ ସେ ଏ.ପି. ଜେ ଅବଦୁଲ କଲାମ ଜାତୀୟ ପୁରସ୍କାର ପାଇଛନ୍ତି ।

ସୁଭଦ୍ରା ପାଇଁ ମହିଳାଙ୍କ ଭିତରେ ଉତ୍ସାହ


ସୁଭଦ୍ରା ଯୋଜନାରେ ମହିଳାମାନେ ହେବେ  ଲାଭବାନ୍‌ । ୫ ବର୍ଷରେ ମହିଳାଙ୍କ ଆକାଉଣ୍ଟକୁ  ଯିବ ୫୦ ହଜାର ଟଙ୍କା । ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କଲେ । ଏହାକୁ ନେଇ ଓଡ଼ିଶାର  ମହିଳାଙ୍କ ଭିତରେ ଦେଖାଗଲା ଉତ୍ସାହ । 

ଅଗ୍ନିଯୋଦ୍ଧା ହେବେ ମହିଳା


ଫାୟାର ମ୍ୟାନ ଯଥା ଅଗ୍ନିଯୋଦ୍ଧା ପଦବିରେ ନିଜର  ପରାକାଷ୍ଠା ଦେଖାଇବେ ମହିଳା । ଅଗ୍ନିଯୋଦ୍ଧା ଭାବେ ମହିଳାଙ୍କୁ ମିଳିବ ନିଯୁକ୍ତି । ରାଜ୍ୟସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି  ସମାରୋହରେ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି ।

ନାରୀଙ୍କ ହାତରେ ଜଳ ସଂରକ୍ଷଣ ଭାର

ମହିଳା କେବଳ ଘର ପରିଚାଳନା ଦାୟିତ୍ୱ ସମ୍ଭାଳୁଛନ୍ତି  ତାହା ନୁହେଁ । ଏବେ ଜଳସଂରକ୍ଷଣର ଭାର ମଧ୍ୟ  ମହିଳାମାନଙ୍କୁ ଦିଆଯାଇଛି । ଜଳାଶୟକୁ ସଫା ରଖିବା, ପୁନରୁଦ୍ଧାର  ଭଳି ଦାୟିତ୍ୱ ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଛି । 

ଦ୍ୱିତୀୟ ମହିଳା ବାଚସ୍ପତି 


ସ୍ୱାଧୀନତା ପରେ ଓଡ଼ିଶାର ଦ୍ୱିତୀୟ ବାଚସ୍ପତି ଭାବେ ସାଧାରଣ ଜନତା ଯାହାକୁ  ଦେଖିଲେ ସେ ହେଉଛନ୍ତି ରଣପୁର ବିଧାୟିକା ସୁରମା ପାଢ଼ୀ । ୧୯୮୮ ମସିହାରେ  ବିଜେପିରେ ଯୋଗଦେବା ପରେ ୧୯୯୮-୨୦୦୦ ମସିହା ଯାଏ ରାଜ୍ୟ ବିଜେପି  ମହିଳା ମୋର୍ଚ୍ଚାର ମଙ୍ଗ ରହିଥିଲା ସୁରମାଙ୍କ ହାତରେ । ୨୦୨୪ ନିର୍ବାଚନ ସୁରମାଙ୍କ  ଜୀବନରେ ଆଣିଛି ନୂଆ ଅଧ୍ୟାୟ । ନିଦ୍ୱର୍ନ୍ଦ୍ୱରେ ମର୍ଯ୍ୟାଦାଜନକ ବାଚସ୍ପତି ଆସନ  ଅଳଙ୍କୃତ କରିବାରେ ସୁରମା ଥିଲେ ଦ୍ୱିତୀୟ ମହିଳା ।

ପ୍ରମିଳା ବିରୋଧୀ ଦଳ ମୁଖ୍ୟ ସଚେତକ 


ନାରୀଶକ୍ତି ଦିନକୁ ଦିନ ସୁଦୃଢ଼ ହେଉଛି । ଘର କୋଣଠାରୁ ଆରମ୍ଭ କରି ରାଜ୍ୟ  ରାଜନୀତିରେ ହଟଚମଟ କରୁଛନ୍ତି ମହିଳା । ରାଜ୍ୟ ରାଜନୀତିରେ ପ୍ରଥମ ଥର ବିରୋଧୀ  ଦଳ ମୁଖ୍ୟ ସଚେତକ ଆସନ ହାତେଇଥିଲେ ପ୍ରମିଳା ମଲ୍ଲିକ । ଖୋଦ୍‌ ବିରୋଧୀ  ଦଳ ମୁଖିଆ ନରୀ ଶକ୍ତିକୁ ପ୍ରାଧାନ୍ୟ ଦେଇ ଏଭଳି ଏକ ନିଷ୍ପତ୍ତି ନେଇଥିଲେ । 

ଋତୁସ୍ରାବ ପାଇଁ ଦିନେ ଛୁଟି 

ରାଜ୍ୟ ସରକାର ମହିଳାଙ୍କ ଋତୁସ୍ରାବ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି  ତାଙ୍କ ପାଇଁ ଗୋଟିଏ ଦିନ ଛୁଟି ଘୋଷଣା କଲେ । ମାସକରେ ଗୋଟିଏ ଦିନ ସେମାନେ ଏହି ଛୁଟି ନେଇପାରିବେ ।  ପୂର୍ବରୁ ମିଳୁଥିବା ବାର୍ଷିକ ଅତିରିକ୍ତ ସାମୟିକ ଛୁଟି  ୧୨ଦିନକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଲେ ।

ମହିଳାଙ୍କ ପାଇଁ ମିଶନ ଶକ୍ତି ବଜାର


ମା’ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ମିଶନ ଶକ୍ତି ବଜାର ଉଦ୍‌ଘାଟନ  କରାଯାଇଥିଲା । ଗୋଟିଏ ଛାତ ତଳେ ଭଳିକି ଭଳି ସାମଗ୍ରୀ ମିଳିବା ସହ ବିକ୍ରିବଟା  ପାଇଁ ରାଜ୍ୟର କୋଣ ଅନୁକୋଣରୁ ଏସ୍‌ଏଚଜି ମା’ମାନେ ସାମଗ୍ରୀ ଆଣିବେ । ବିକ୍ରିବଟା  କରିବେ । ଯାହାଫଳରେ ହାତ ପାଆନ୍ତାରେ ଗ୍ରାହକ ମନ ମୁତାବକ ସାମଗ୍ରୀ କିଣିପାରିବେ ।  ଏସଏଚଜି ମା’ମାନେ ଉପଯୁକ୍ତ ବଜାର ମୂଲ୍ୟ ପାଇବେ । ଏମିତି ସୁଯୋଗ ଆଣିଛି  ମିଶନ ଶକ୍ତି ବଜାର । ରାଜଧାନୀରେ ଖୋଲିଥିବା ଏହି ମିଶନ ଶକ୍ତି ବଜାରକୁ ପୂର୍ବତନ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା

ସାବାସ ଶିବାନୀ 


ଘଡ଼ଘଡ଼ି ମାରୁଥାଏ । ବର୍ଷା ବି ପ୍ରବଳ ଛେଚୁଥାଏ ।  ତାଣ୍ଡବ ରଚୁଥାଏ ବାତ୍ୟା ଦାନା । ଏତିକିବେଳେ  କେନ୍ଦ୍ରପଡ଼ାର ଜଣେ ମହିଳା ଝଡ଼ ବର୍ଷାକୁ  ଖାତିର ନକରି ମାନବିକତା ଦେଖାଇଥିଲେ ।  ବାତ୍ୟା ପବନରେ ଘରୁ ବାହାରିବା ଅସମ୍ଭବ  ଥିଲାବେଳେ ବାହାରେ ଫସି ଯାଇଥିଲେ ଜଣେ  ବୃଦ୍ଧା । ତାଙ୍କ ପାଇଁ ଦେବଦୂତ ପାଲଟି ଥିଲେ  କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖାସମୁଣ୍ଡା ଗାଁର  ଆଶାକର୍ମୀ ଶିବାନୀ ମଣ୍ଡଳ । ବୃଦ୍ଧାଙ୍କୁ କାନ୍ଧରେ  ବୋହି ସୁରକ୍ଷିତ ସ୍ଥାନକୁ ନେଇ ଆସିଥିଲେ । ଏହି  ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା  ପରେ ତାଙ୍କ ପାଖକୁ ଛୁଟିଥିଲା ପ୍ରଶଂସାର ସୁଅ ।

  • ଆରଆର ଇଭେଣ୍ଟସ୍‌ ଆଣ୍ଡ ସିନେ ପ୍ରଡକ୍ସନ୍‌ ପକ୍ଷରୁ  ଓଡ଼ିଶା କୁଇନ୍‌ ସଜିନି୍‌-୪ ବିଜୟିନୀ ହୋଇଥିଲେ  ବାଲେଶ୍ୱରର ରାମିୟା ହୁଇ ।   
  • ଓଡ଼ିଆ ଝିଅ ଆଦ୍ୟାଂଶା ପାଣିଗ୍ରାହୀ  ଜିତିଲେ "ଷ୍ଟାର୍‌ ମିସ ଟିନ  ଇଣ୍ଡିଆ' କ୍ରାଉନ୍‌ । ୩୫ ଜଣ  ପ୍ରତିଯୋଗୀଙ୍କୁ ପଛରେ  ପକାଇ ସେ ଏହି କ୍ରାଉନ୍‌ ହାତେଇବାରେ ସଫଳ  ହୋଇଛନ୍ତି ।   
  • ମାଲେସିଆରେ ଆୟୋଜିତ  ଗ୍ଲାମନ ମିସ୍‌ ଇଣ୍ଡିଆ- ୨୦୨୪ର  ଟାଇଟଲ ହାତେଇବାର ସୌଭାଗ୍ୟ ଆଣିଥିଲେ ବ୍ରହ୍ମପୁର ନିବାସୀ ରଶ୍ମୀ ନାୟକ । ଖାଲି ସେତିକି ନୁହେଁ ରଶ୍ମୀ ମିସ  ପପୁଲାର ଫେସ୍‌ର ଆଖ୍ୟା ମଧ୍ୟ ପାଇଛନ୍ତି ।  
  • ଓଡ଼ିଶା ଫ୍ୟାଶନ୍‌ ଭିଲ୍ଲା ପକ୍ଷରୁ ଓଡ଼ିଶା ଫ୍ୟାଶନ୍‌ ଆଇକନ୍‌  ପୁରସ୍କାର ୨୦୨୪ରେ ମିସ୍‌ ବର୍ଗରେ କୋରାପୁଟରୁ  ହିନାରାନି ଟାଇଟଲ୍‌ ଜିତିଥିଲେ ।
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.