ପ୍ରମୂଖ ଖବର
  • ବାଙ୍ଗିରିପୋଷି : ବାତ୍ୟା ପ୍ରଭାବରେ ଫୁଲୁଛି ନଈ ଏବଂ ନାଳ, ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ପର୍ଯ୍ୟଟନସ୍ଥଳୀ 'ବ୍ରାହ୍ମଣକୁଣ୍ଡ'
  • ||
  • ମାଲକାନଗିରି : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ଚଢାଉ, ଜଙ୍ଗଲରୁ ଏକ କୁଇଣ୍ଟାଲ ୬୦କେଜି ଗଞ୍ଜେଇ ଜବତ
  • ||
  • ବଢୁଛି ବୁଢାବଳଙ୍ଗ ନଦୀ; ସୃଷ୍ଟି ହେଲା ବନ୍ୟା ସ୍ଥିତି, ଲୋକଙ୍କ ଘରେ ପଶିଲା ବନ୍ୟାଜଳ
  • ||
  • ରାଉରକେଲା : ଜେଲ୍‌ରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି କଳରାପତରିଆ, ବାଘକୁ ଧରିବାକୁ ପହଞ୍ଚିଲେ ବନବିଭାଗ ଟିମ୍
  • ||
  • ପାଟଣାରେ ବଢୁଛି ବୈତରଣୀ ନଦୀର ଜଳସ୍ତର, ଘଣ୍ଟାପ୍ରତି ବଢୁଛି ୫ ସେଣ୍ଟିମିଟର
  • ||
  • ନୟାଗଡ଼ : ବାଣ ତିଆରି ବେଳେ ଅଘଟଣ, ବିସ୍ଫୋରଣରେ ଜଣେ ଗୁରୁତର
  • ||
  • ସମ୍ୱଲପୁର : ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍... ଚୋରି ପୂର୍ବରୁ ରିଲ୍ସ କରି ଛାଡ଼ିଲେ ଚୋର, ପୋଲିସ କହୁଛି ଚୋରି ହୋଇନି
  • ||
  • ତେହରାନ୍‌ର ସୈନ୍ୟ ଶିବିର ଉପରେ ରାତିଅଧିଆ ଆକ୍ରମଣ କଲା ଆଇଡିଏଫ୍‌; ଇସ୍ରାଏଲ କହିଲା 'ଆମେ ଜବାବ ଦେଲୁ'
  • ||
  • ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରଭାବିତ ଜିଲ୍ଲାରେ ଆକାଶ ମାର୍ଗରୁ ପରିଦର୍ଶନ କରିବେ
  • ||
  • ଭୁବନେଶ୍ୱର: ଅବପାତର ରୂପ ନେଲା 'ଦାନା', ପ୍ରବଳ ବର୍ଷା ପାଇଁ ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
  • ||
  • ବାରିପଦାରୁ ୧୫ କେଜି ସୁନା ଜବତ ,ସୁନା ଅଳଙ୍କାର ଜବତ କଲା ଜିଏସ୍‌ଟି ଟିମ୍, ସିଟି ଜିଏସ୍‌ଟି କମିଶନରଙ୍କ ସୂଚନା
  • ||
  • ଭଦ୍ରକ : ବାତ୍ୟା ପରେ ଦୁଃଖ ବଢାଇଲା ବନ୍ୟା, ଘରେ ଘରେ ପଶିଲା ଡ୍ରେନ୍‌ ପାଣି
  • ||
  • ବାଲେଶ୍ଵର : ସୋନନଦୀରେ ଆସିଲା ବନ୍ୟାପାଣି, ଉପକୂଳ ଅଞ୍ଚଳବାସୀ ପ୍ରଭାବିତ
  • ||

KBCରେ ଚମ୍ପୁଆ ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରାବଣୀ ଜେନା: ପ୍ରଥମ ସୁଯୋଗରେ ଜିତିଲେ ୧୨ ଲକ୍ଷ ୫୦ ହଜାର

ଚମ୍ପୁଆ,୨୬/୧୦: ଲୋକପ୍ରିୟ ଟିଭି ଶୋ  "କୌନ ବନେଗା କରୋଡ଼ପତି’ରେ ଭାଗ ନେଇ ବାର  ଲକ୍ଷ ପଚାଶ ହଜାର ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି  କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ସାମାଜିକ ସୁରକ୍ଷା  ଅଧିକାରୀ ଶ୍ରାବଣୀ ଜେନା । ୨୦୧୮ ମସିହାରୁ ଶ୍ରାବଣୀ  କେବିସିରେ ଯିବା ପାଇଁ ପ୍ରୟାସ କରି ଆସୁଥିଲେ ।ଗତ ବର୍ଷ କେବିସି ପାଇଁ ସାକ୍ଷାତକାର ଦେଇଥିଲେ  ମଧ୍ୟ ସଫଳ ହୋଇପାରି ନ ଥିଲେ । ତେବେ ଚଳିତ  ବର୍ଷ ଏପ୍ରିଲ ମାସରେ କେବିସି ପାଇଁ ରେଜିଷ୍ଟ୍ରେସନ୍‌  କରିବା ପରେ ମେ ମାସ ପ୍ରଥମ ସପ୍ତାହରେ କେବିସି  ତରଫରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା । ପ୍ରଥମ ରାଉଣ୍ଡରୁ ଉନ୍ନିତ ହେବା ପରେ ସେ ଜୁନ  ପ୍ରଥମ ସପ୍ତାହରେ ଦିଲ୍ଲୀ ଯାଇ ଗ୍ରାଉଣ୍ଡ ଅଡିସନରେ  ଭାଗ ନେଇଥିଲେ । ସେଠାରୁ କୃତକାର୍ଯ୍ୟ ହୋଇ  ସାକ୍ଷାତକାର ରାଉଣ୍ଡରୁ ଉନ୍ନୀତ ହେବା ପରେ ତାଙ୍କୁ  କେବିସିରେ ଖେଳିବା ପାଇଁ ସୁଯୋଗ ମିଳିଥିଲା ।  ତେବେ ପାଇଥିବା ସୁଯୋଗକୁ ହାତଛଡ଼ା କରି ନଥିଲେ  ଶ୍ରାବଣୀ । 

ପ୍ରଥମ ସୁଯୋଗରେ ହିଁ ସେ ହଟସିଟ୍‌କୁ  ଯିବାକୁ ସଫଳ ହୋଇଥିଲେ । କେବିସିର ସଂଚାଳକ  ସୁପରଷ୍ଟାର ଅମିତାଭ ବଚ୍ଚନ ପଚାରିଥିବା ୧୨ଟି  ପ୍ରଶ୍ନର ସଠିକ୍‌ ଉତ୍ତର ଦେଇ ଶ୍ରାବଣୀ ବାର ଲକ୍ଷ  ପଚାଶ ହଜାର ଟଙ୍କା ଜିତିଛନ୍ତି । ୧୩ ତମ ପ୍ରଶ୍ନର  ଉତ୍ତର ନେଇ ନିଶ୍ଚିତ ନ ଥିବାରୁ ଖେଳରୁ ସେ ଓହରି  ଆସିଥିଲେ । ଚଳିତ ମାସ ୨୪ ଓ ୨୫ ତାରିଖ ଦିନ  ସେ ଭାଗ ନେଇଥିବା ଏପିସୋଡ୍‌ ଗୁଡ଼ିକ ପ୍ରସାରିତ  ହୋଇଛି । ଏ ନେଇ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।  କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଅବସରପ୍ରାପ୍ତ କୋଲ୍‌  ଇଣ୍ଡିଆ ମ୍ୟାନେଜର ଗୋବର୍ଦ୍ଧନ ଜେନା ଓ ଗୃହିଣୀ  ସବିତା ଜେନାଙ୍କ ସୁପୁତ୍ରୀ ଶ୍ରାବଣୀ ନିଜ ସଫଳତା  ପାଇଁ ବାପା ମା’ଙ୍କୁ ଶ୍ରେୟ ଦେଇଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.