ଭୁବନେଶ୍ୱର,୦୧/୧୦: ସୋମବାର ରାତି ପ୍ରାୟ ୧୧ଟା ବେଳେ ଭୁବନେଶ୍ୱର ଜାଭିଅର ଛକରେ ସିରିଜ୍ ଦୁର୍ଘଟଣା ଘଟିଛି । ଗୋଟିଏ କାର ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡ଼ିଛି । ପଛକୁ ପଛ ଅନ୍ୟ ୨ଟି କାର ମଧ୍ୟ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କର ପରିଚୟ ମିଳିପାରିନାହିଁ । ସମସ୍ତଙ୍କୁ ହସ୍ପିଟାଲକୁ ନିଆଯାଇଛି । ମୈତ୍ରୀ ବିହାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ କାରଗୁଡ଼ିକୁ ଜବତ କରିଛି । ବେପରୁଆ ଗାଡ଼ି ଚଲାଇବାରୁ ଏଭଳି ଘଟିଥିବା କୁହାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ରାତିରେ ଟ୍ରାଫିକ୍ ସିଗନାଲ ବନ୍ଦ ହୋଇଯିବା ପରେ ଯିଏ ଯେଉଁପଟେ ଚାହିଁଲେ ଗାଡ଼ି ଚଳାଉଥିଲେ । ଏହି ସମୟରେ ୩ କାର୍ ଦ୍ରୁତଗତିରେ ଜୟଦେବ ବିହାର ପଟୁ ନନ୍ଦନକାନନ ଆଡ଼କୁ ଯିବା ବେଳେ ଦୁର୍ଘଟଣା ଘଟିଥିଲା ।

‘ମୁଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ରେ ନାହିଁ’: ଉମ...