ପ୍ରମୂଖ ଖବର
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ମାତୃହରା ହୋଇପଡ଼ିଛି ନୀରିହ ବାଛୁରୀ; କିଛି ଖାଉନି କି ପିଉନି, ଆଖିରୁ ଲୁହ ଗଡ଼ାଇ ମା'କୁ ଝୁରୁଛି...

Published By : Manoj | August 11, 2025 12:42 PM

ଭୁବନେଶ୍ୱର,୧୧/୦୮: ଦୁଇମାସର  ହୋଇଥିଲା । କ୍ଷୀର ଖାଉଥିଲା । ମା’ ଯୁଆଡେ ଯାଉଥିଲା ତା ପଛେ ପଛେ ଗୋଡ଼ାଉଥିଲା । ମା’କୁ ନ’ ଦେଖିଲେ ରଡ଼ି ଛାଡ଼ୁଥିଲା । ମା' ଯେଉଁଠି ଥିଲେ ବି ଛୁଆର ଡାକ ଶୁଣି ଧାଇଁ ଆସୁଥିଲା । ସବୁବେଳେ ମା’ ପାଖେ ପାଖେ ରହୁଥିବା ବାଛୁରୀ ଛୁଆଟି କେବେ ଭାବିନଥିଲା ଯେ ଦିନେ ସେ ଏକୁଟିଆ ହୋଇଯିବ । ଗତ ସପ୍ତାହରେ ମା’ର  ମୃତ୍ୟୁ ପରେ ଏବେ ମାତୃହରା ହୋଇପଡ଼ିଛି ନିରୀହ ଛୁଆଟି । ମା'କୁ ଖୋଜିଖୋଜି ସେ ଅଥୟ ହୋଇଗଲାଣି । ସ୍ଥାନୀୟ ବଡ଼ଗଡ଼ ଇଏ କଲୋନୀରେ ଏଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି । ଏକକୋମଳ ବାଛୁରୀଟି ମା' ଗାଈକୁ ହରାଇବା ଏବେ ସାରା ଅଞ୍ଚଳରେ ତାକୁ ନେଇ ଚର୍ଚ୍ଚା ଲାଗିରହିଛି । ମା' ଗାଈଟି ତାକୁ ବହୁତ ଗେହ୍ଲା କରୁଥିଲା । ମା'କୁ ନପାଇ ବାଛୁରୀଟି ଏବେ ନା ଠିକ୍‌ ସେ କିଛି ଖାଉଛି ନା ଶୋଉଛି । ଆଖିରୁ ଖାଲି ଲୁହ ଗଡ଼ାଉଛି । 

ଇଏ କଲୋନୀରେ ଏକ ବୁଲା ଧଳା ଗାଈଟି ରହୁଥିଲା । ୨୦୧୮ରୁ ସେ କଲୋନୀ ସାରା  ବୁଲୁଥିଲା । ତାର କେହି ମାଲିକ ନଥିବାରୁ ତାକୁ ସମସ୍ତେ ଆଦର କରୁଥିଲେ ଓ ଶ୍ରଦ୍ଧାରେ ଗେହ୍ଲି ଡାକୁଥିଲେ । ଘର ହେଉ କି ଦୋକାନ ସବୁଠି ତାକୁ ଖାଇବାକୁ ମିଳୁଥିଲା । ଗତ ମେ ମାସରେ ସେ ଏକ ଅଣ୍ଡିରା ବାଛୁରୀ ଜନ୍ମ ଦେଇଥିଲା । ମା’  ଭଳି ଛୁଆକୁ ମଧ୍ୟ ସ୍ଥାନୀୟ ଲୋକେ ସ୍ନେହ, ଆଦର କରୁଥିଲେ । ପରସ୍ପରକୁ କେହି କ୍ଷଣିକ ଛାଡି ରହିପାରୁନଥିଲେ । ଗତ ଶନିବାର ହଠାତ୍‌ ଗେହ୍ଲିର ଶରୀର ଅସୁସ୍ଥ ହୋଇପଡ଼ିଥିଲା । ରାସ୍ତାରେ ସେ ପଡ଼ିରହି ଛଟପଟ ହେଉଥିବା ବେଳେ କଲୋନୀର ବିଶ୍ୱଜିତ ମହାପାତ୍ର ପଶୁ  ଡାକ୍ତରଙ୍କୁ ଡାକିଥିଲେ । ଡାକ୍ତର ଆସି ଗାଈକୁ  ଇଞ୍ଜେକସନ ଦେଇଥିଲେ । ତଥାପି ତା ଦେହ ଭଲ ହୋଇନଥିଲା । ରାତିସାରା ପଡ଼ିପଡ଼ି ରବିବାର ସକାଳେ ତାର ଜୀବନ ଚାଲିଯାଇଥିଲା ।

ଗେହ୍ଲୀର ମୃତ୍ୟୁ ଖବର ପାଇ କଲୋନୀବାସୀ ଆସି ତା  ଶରୀରରେ ନାଲି ଅବିର ଓ ହଳଦି ପକାଇ ପୂଜା  କରିଥିଲେ । ଏପରିକି ଖବର ଦେବା ସତ୍ତେ୍ୱ  ସ୍ମାର୍ଟସିଟି ଗାଡି ମୃତଦେହ ହଟାଇନଥିଲା । ରାତି ଅଧରେ କିଛି ଯୁବକ ଅଟୋରେ ଶବ ନେଇ କଲୋନୀ ସୀମାନ୍ତରେ ପୋତିଥିଲେ । ତେବେ ଯେଉଁସ୍ଥାନରେ ଗେହ୍ଲି ପଡ଼ିଥିଲା କୁନି ବାଛୁରୀ  ମଧ୍ୟ ସେଠାକୁ ଆସି ତାକୁ ଖୋଜିଥିଲା । ହେଲେ ପାଇନଥିଲା । ତା ପରଠୁ ଆଜି ପର୍ଯ୍ୟନ୍ତ ସେ ସେହି  ସ୍ଥାନରେ ହିଁ ଶୋଉଛି । ବିଶ୍ୱଜିତ୍‌ କହିଛନ୍ତି, ମା,  ଛୁଆଙ୍କ ସଂପର୍କ ହିଁ ଏମିତି । ତା ମା ଆଉ ନାହିଁ  ବୋଲି ସେ ଜାଣିନି । ସେଥିପାଇଁ ଦିନସାରା  ମାକୁ ଖୋଜୁଛି ରାତି ହେଲେ ମା ମରିଥିବା  ସ୍ଥାନରେ ଶୋଉଛି । ଲୋକେ ତାକୁ ପେଜ,  ତୋରାଣି, ରୁଟି ଖାଇବାକୁ ଦେଉଛନ୍ତି । କାଳେ ମା ଫେରିବ ସେ ଆଶାରେ ଚାହିଁବସିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.