ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ ଆଜି ( ୧ ଫେବ୍ରୁଆରୀ) ସାଧାରଣ ବଜେଟକୁ ଉପସ୍ଥାପନା କରି ଅନେକ ଏମିତି ଘୋଷଣା କରିଛନ୍ତି , ଯାହାର ସିଧା ଲାଭ ଟ୍ୟାକ୍ସ ଦାତାଙ୍କୁ ମିଳିବାକୁ ଯାଉଛି। ଏମିତି ହିଁ ଏକ ଘୋଷଣା ଘରର ମାଲିକାନାର ହକ୍ରେ ଯୋଡ଼ି ହୋଇଛି। ନିର୍ମଳା ସୀତାରମଣ ଶନିବାର କହିଛନ୍ତି, ଟ୍ୟାକ୍ସ ଦାତାଙ୍କର ବିନା କୌଣସି ସର୍ତ୍ତରେ ନିଜ କବଜାରେ ଥିବା ଦୁଇ ସଂପତ୍ତିର ବାର୍ଷିକ ମୂଲ୍ୟକୁ ଶୂନ୍ୟ କହି ପାରିବେ।
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ୍ରେ କହିଛନ୍ତି – ଏହି ସମୟରେ ଟ୍ୟାକ୍ସ ଦାତାଙ୍କର କେବଳ କିଛି ସର୍ତ୍ତକୁ ପୂରା କରିବାରେ ହିଁ ନିଜ କବଜାରେ ଥିବା ସଂପତ୍ତିର ବାର୍ଷିକ ମୂଲ୍ୟ ଶୂନ୍ୟ ଦାବି କରି ପାରିବେ। ଟ୍ୟାକ୍ସ ଦାତାଙ୍କ ସାମନାକୁ ଆସୁଥିବା ମୁସ୍କିଲକୁ ଦେଖି, ବିନା କୌଣସି ସର୍ତ୍ତରେ ଏମିତି ନିଜ କବଜାରେ ଥିବା ଦୁଇଟି ସଂପତ୍ତିର ଲାଭ ଦେବାର ପ୍ରୟାସ କରାଯାଇଛି।
ସରକାର ଆୟକର ଅଧିନିୟମର ଧାରା ୨୩ର ଉପ-ଧାରା ଦୁଇରେ ସଂଶୋଧନର ପ୍ରସ୍ତାବ କରିଛନ୍ତି , ଯାହା ଆବଶ୍ୟକୀୟ ସଂପତ୍ତିର ବାର୍ଷିକ ମୂଲ୍ୟର ନିର୍ଦ୍ଧାରଣ ସହ ସମ୍ୱନ୍ଧିତ। ବଜେଟ୍ କାଗଜପତ୍ରରେ କୁହାଯାଇଛି କି, ଧାରାର ଉପଧାରା (୨)ରେ ଏହା ପ୍ରାବଧାନ ଅଛି କି, ଯେଉଁଠି ଗୃହ ସଂପତ୍ତି ସ୍ୱାମୀଙ୍କ କବଜାରେ ତାଙ୍କ ନିବାସ ପାଇଁ ରହିଛି ବା ସ୍ୱାମୀ କୌଣସି ଅନ୍ୟ ସ୍ଥାନରେ ନିଜର ରୋଜଗାର ,ବ୍ୟବସାୟ ବା ପେଶା କାରଣର ଅଛି ଏବେ ବାସ୍ତବରେ ଏହା ଉପରେ କବଜା କରି ପାରି ନାହାନ୍ତି, ଏମିତି ମାମଲାରେ ଏମିତି ଗୃହ ସଂପତ୍ତିର ବାର୍ଷିକ ମୂଲ୍ୟ ଶୂନ୍ୟ ମନେକରାଯିବ। ବଜେଟ୍ରେ କୁହାଯାଇଛି କି, ଉପଧାରା(୪)ରେ ପ୍ରାବଧାନ କେବଳ ଦୁଇଟି ଗୃହ ସଂପତ୍ତି ସମ୍ୱନ୍ଧରେ ଲାଗୁ ହେବ।