ପ୍ରମୂଖ ଖବର
  • ଗଞ୍ଜାମ: ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଭିନ୍ନ ଦାବି ନେଇ ଗଞ୍ଜାମ ବ୍ଲକ ଘେରାଉ
  • ||
  • ରାଉଲକେଲା: ଦଶାହ କର୍ମ ପାଇଁ ଆସିଥିବା ଯୁବକଙ୍କୁ ତୀର ମାଡ଼,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି, ଅଭିଯୁକ୍ତ ଫେରାର
  • ||
  • ବୁଧବାର ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • 'ଏ ଜୋକର ଭାରତ ସହ ଲଢିବେ', ଜାଣନ୍ତୁ କେଉଁ ଫଟୋକୁ ନେଇ ପାକିସ୍ତାନ ଉପରେ ବର୍ଷିଲେ ୱୱେସୀ
  • ||
  • ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଶ ତଥା ରାଜ୍ୟର ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ କଲେ ଆଲୋଚନା
  • ||
  • ଭଦ୍ରକ ଅଲଟ୍ରା ସାଉଣ୍ଡର ତ୍ରୁଟି ପୂର୍ଣ୍ଣ ରିପୋର୍ଟ ଅଭିଯୋ, ମୃତ ଶିଶୁକୁ ଧରି ରାସ୍ତାରୋକ, ଗାଡ଼ି ଚଳାଚଳ ଠପ୍‌
  • ||
  • ଗଞ୍ଜାମ: ବଡ଼ ଆର୍ଜିପଲ୍ଲୀରେ ଡେଙ୍ଗୁ ଆତଙ୍କ: ୧୩ବର୍ଷର ନାବାଳକର ମୃତ୍ୟୁ ଅଭିଯୋଗ, ୮ଜଣ ଆକ୍ରାନ୍ତ
  • ||
  • ନାକଟିଦେଉଳ : ବିଦ୍ୟୁତ୍ ଆଘାତରେ ସ୍ତ୍ରୀ ମୃତ, ସ୍ଵାମୀ ଗୁରୁତର
  • ||
  • ମୁଣ୍ଡ ନୁଆଁଇଲା ପାକିସ୍ତାନ; ଭାରତ ସହ ଶାନ୍ତି ଆଲୋଚନା ଚାହୁଁ କହିଲେ ଶହବାଜ୍ ସରିଫ୍
  • ||
  • ଗଞ୍ଜାମ: ଘର ଆଗରେ ଗଣ୍ଡଗୋଳ କରିବାକୁ ମନା କରିବାରୁ ଯୁବକଙ୍କୁ ଛୁରାମାଡ଼
  • ||
  • ଢ଼େଙ୍କାନାଳ: ବାଇକ୍‌କୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର , ପତ୍ନୀ ମୃତ, ସ୍ୱାମୀ ଓ ଶିଶୁପୁତ୍ର ଆହତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ଟେବୁଲ୍‌ ଟପ୍ପର ଲକ୍ଷ୍ୟରେ ରଜତ ବାହିନୀ
  • ||
  • ଚାଞ୍ଚଲ୍ୟ; ପ୍ରବଚନ ଶୁଣି ଫେରୁଥିଲେ, କାର୍‌ରୁ ମିଳିଲା ପରିବାରର ୭ ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ରଥ ଖଳା ହାଲ୍‌ଚାଲ୍...ରଥ ବ୍ରେକ୍‌ ଅଖ ନିର୍ମାଣ ଆରମ୍ଭ, ଚକରେ ଲାଗୁଛି ପନ୍ଦାରି ଚାବି
  • ||
  • ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା,୨୯ ତାରିଖ ବେଳକୁ ମୌସୁମୀ ପହଞ୍ଚିପାରେ
  • ||

ଓଡ଼ିଶା ବିଧାନସଭାର ସଂକ୍ଷିପ୍ତ ଇତିହାସ ପୁସ୍ତକ ଉନ୍ମୋଚିତ

Published By : Bijay Swain | May 27, 2025 6:58 PM

ଭୁବନେଶ୍ୱର, ୨୭/୦୫: ଓଡ଼ିଶା ବିଧାନସଭାର ଗବେଷଣା ଶାଖା ପକ୍ଷରୁ ପ୍ରକାଶିତ "A Brief History of Odisha Legislative Assembly"ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟିକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଛନ୍ତି ଯେ ଆମ ସମସ୍ତଙ୍କ ପାଇଁ ଏହି ପୁସ୍ତକ ପ୍ରକାଶନର ଯଥାର୍ଥତା ରହିଛି । ଏହି ପୁସ୍ତକ ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ଗବେଷକ, ବୁଦ୍ଧିଜୀବୀ, ବିଦ୍ୟାର୍ଥୀ ତଥା ସାଧାରଣ ଜନତାଙ୍କ ପାଇଁ ନିଶ୍ଚିତ ଭାବେ ଉପାଦେୟ ହୋଇପାରିବ ବୋଲି ବାଚସ୍ପତି ଆଶାବ୍ୟକ୍ତ କରିଛନ୍ତି । 

୧୯୩୬ ମସିହା ଅପ୍ରେଲ ପହିଲାରେ ବ୍ରିଟିଶ ଶାସନାଧିକ ଭାରତବର୍ଷରେ ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ଶାସନଗତ ସ୍ୱାଧୀନତା ତଥା ସ୍ୱତନ୍ତ୍ର ସାମ୍ବିଧାନିକ ସ୍ଥିତି ହାସଲ କରିଥିଲା । ସ୍ୱତନ୍ତ୍ର ଓଡ଼ିଶାର (ପ୍ରାକ୍‌ ସ୍ୱାଧୀନତା) ପ୍ରଥମ ବିଧାନସଭାଠାରୁ ଚଳିତ ସପ୍ତଦଶ ଓଡ଼ିଶା ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଓଡ଼ିଶା ଦାୟିତ୍ୱରେ ଥିବା ମାନ୍ୟବର ରାଜ୍ୟପାଳ, ମାନ୍ୟବର ବାଚସ୍ପତି, ମାନ୍ୟବର ଗୃହର ନେତା (ମୁଖ୍ୟମନ୍ତ୍ରୀ), ମାନ୍ୟବର ବିରୋଧୀ ଦଳ ନେତା, ମାନ୍ୟବର ଉପବାଚସ୍ପତି, ବିଧାନସଭା ସଚିବାଳୟର ସଚିବଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ମନ୍ତ୍ରୀମଣ୍ଡଳ ଗଠନ, ସାଧାରଣ ନିର୍ବାଚନ, ଉପନିର୍ବାଚନ, ଦଳୀୟ ସ୍ଥିତି ସହିତ ବିଧାନସଭା ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏହି ପୁସ୍ତକରେ ପ୍ରକାଶିତ ହୋଇଛି । 

ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକବୃନ୍ଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ଗବେଷଣା ଶାଖାର ନିର୍ଦ୍ଦେଶକ ଡ. ତି୍ରବିକ୍ରମ ପ୍ରଧାନ, ପୁସ୍ତକ ସଂକଳନରେ ସଂପୃକ୍ତ ଗବେଷଣା ଅଧିକାରୀ ଶ୍ରୀ ଜୟକୃଷ୍ଣ ପ୍ରଧାନ, ଶ୍ରୀ ପ୍ରଶାନ୍ତ ଦାସ ଓ ଶ୍ରୀ ଅମୂଲ୍ୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.