ପ୍ରମୂଖ ଖବର
  • ଗଞ୍ଜାମ: ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଭିନ୍ନ ଦାବି ନେଇ ଗଞ୍ଜାମ ବ୍ଲକ ଘେରାଉ
  • ||
  • ରାଉଲକେଲା: ଦଶାହ କର୍ମ ପାଇଁ ଆସିଥିବା ଯୁବକଙ୍କୁ ତୀର ମାଡ଼,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି, ଅଭିଯୁକ୍ତ ଫେରାର
  • ||
  • ବୁଧବାର ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • 'ଏ ଜୋକର ଭାରତ ସହ ଲଢିବେ', ଜାଣନ୍ତୁ କେଉଁ ଫଟୋକୁ ନେଇ ପାକିସ୍ତାନ ଉପରେ ବର୍ଷିଲେ ୱୱେସୀ
  • ||
  • ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଶ ତଥା ରାଜ୍ୟର ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ କଲେ ଆଲୋଚନା
  • ||
  • ଭଦ୍ରକ ଅଲଟ୍ରା ସାଉଣ୍ଡର ତ୍ରୁଟି ପୂର୍ଣ୍ଣ ରିପୋର୍ଟ ଅଭିଯୋ, ମୃତ ଶିଶୁକୁ ଧରି ରାସ୍ତାରୋକ, ଗାଡ଼ି ଚଳାଚଳ ଠପ୍‌
  • ||
  • ଗଞ୍ଜାମ: ବଡ଼ ଆର୍ଜିପଲ୍ଲୀରେ ଡେଙ୍ଗୁ ଆତଙ୍କ: ୧୩ବର୍ଷର ନାବାଳକର ମୃତ୍ୟୁ ଅଭିଯୋଗ, ୮ଜଣ ଆକ୍ରାନ୍ତ
  • ||
  • ନାକଟିଦେଉଳ : ବିଦ୍ୟୁତ୍ ଆଘାତରେ ସ୍ତ୍ରୀ ମୃତ, ସ୍ଵାମୀ ଗୁରୁତର
  • ||
  • ମୁଣ୍ଡ ନୁଆଁଇଲା ପାକିସ୍ତାନ; ଭାରତ ସହ ଶାନ୍ତି ଆଲୋଚନା ଚାହୁଁ କହିଲେ ଶହବାଜ୍ ସରିଫ୍
  • ||
  • ଗଞ୍ଜାମ: ଘର ଆଗରେ ଗଣ୍ଡଗୋଳ କରିବାକୁ ମନା କରିବାରୁ ଯୁବକଙ୍କୁ ଛୁରାମାଡ଼
  • ||
  • ଢ଼େଙ୍କାନାଳ: ବାଇକ୍‌କୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର , ପତ୍ନୀ ମୃତ, ସ୍ୱାମୀ ଓ ଶିଶୁପୁତ୍ର ଆହତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ଟେବୁଲ୍‌ ଟପ୍ପର ଲକ୍ଷ୍ୟରେ ରଜତ ବାହିନୀ
  • ||
  • ଚାଞ୍ଚଲ୍ୟ; ପ୍ରବଚନ ଶୁଣି ଫେରୁଥିଲେ, କାର୍‌ରୁ ମିଳିଲା ପରିବାରର ୭ ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ରଥ ଖଳା ହାଲ୍‌ଚାଲ୍...ରଥ ବ୍ରେକ୍‌ ଅଖ ନିର୍ମାଣ ଆରମ୍ଭ, ଚକରେ ଲାଗୁଛି ପନ୍ଦାରି ଚାବି
  • ||
  • ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା,୨୯ ତାରିଖ ବେଳକୁ ମୌସୁମୀ ପହଞ୍ଚିପାରେ
  • ||

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ଉପରେ କେନ୍ଦ୍ରମନ୍ତ୍ରୀଙ୍କ କଡ଼ା ଜବାବ; କହିଲେ ରାହୁଲ ଏବଂ କଂଗ୍ରେସ ପାର୍ଟି ମିଛ ଓ ପ୍ରତାରଣାର ସବୁଠାରୁ ବଡ଼ ବ୍ରାଣ୍ଡ୍ ଆମ୍ବାସେଡର

Published By : Bijay Swain | May 27, 2025 9:21 PM

ଭୁବନେଶ୍ୱର, ୨୭/୫: ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ଦେଶରେ ମିଛ ଏବଂ ପ୍ରତାରଣାର ସବୁଠାରୁ ବଡ଼ ବ୍ରାଣ୍ଡ ଆମ୍ବାସେଡର ହୋଇସାରିଛନ୍ତି । କଂଗ୍ରେସର ରାଜପରିବାର ଦ୍ୱାରା ଏସସି,ଏସଟି ଏବଂ ଓବିସି ସର୍ବଦା ପ୍ରତାରିତ ହୋଇଆସୁଛନ୍ତି, କିନ୍ତୁ ରାଜକୁମାର ତାଙ୍କ ନିଜ ପରିବାରର ବଞ୍ଚିତ ଏବଂ ଦଳିତ ବିରୋଧୀ ଇତିହାସ ବିଷୟରେ ଜାଣିନାହାନ୍ତି । ଏଥିପାଇଁ କଂଗ୍ରେସ ଦ୍ୱାରା ଜାରି ଟୁଲକିଟ୍ ଆଧାରରେ ରାଜକୁମାର ମିଛରେ ଭରପୁର ଥିବା ପେଡିକୁ ଧରି ସବୁଠି ଉପସ୍ଥିତ ହେଇଯାଉଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏନଏଏଫଏସକୁ ତାତ୍ସଲ୍ୟ କରିବା ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ସମୟ ଶାସନ କରିବା ପରେ ମଧ୍ୟ କଂଗ୍ରେସ ଦଳିତ, ପଛୁଆ ଏବଂ ବଞ୍ଚିତ ଲୋକମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ରଖିଲା । ୨୦୧୪ରେ ଯେତେବେଳେ ୟୁପିଏ ସରକାରକୁ ଲୋକମାନେ ପ୍ରତ୍ୟାଖ୍ୟାନ କଲେ, ସେତେବେଳେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୫୭% ଏସସି, ୬୩% ଏସଟି ଏବଂ ୬୦% ଓବିସି ଶିକ୍ଷକ ପଦବୀ ଖାଲି ଥିଲା, ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର କ୍ଷମତାକୁ ଆସିବା ମାତ୍ରେ ପୂରଣ କରିବାର କାମ କରିଥିଲେ । ଏହାବ୍ୟତୀତ, ୨୦୧୪ ମସିହାରେ ଶିକ୍ଷକ ପଦବୀ ସଂଖ୍ୟା ୧୬,୨୧୭ରୁ ୧୮,୯୪୦ କୁ ବୃଦ୍ଧି କରିବାର କାମ ମଧ୍ୟ ମୋଦୀ ସରକାର କରିଥିଲେ । ୨୦୧୪ ମସିହାରେ ଖାଲି ପଦବୀ ସଂଖ୍ୟା ୩୭% ଥିଲା, ଆଜି ତାହା ୨୫.୯୫ ପ୍ରତିଶତ ଅଛି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ସରକାରରେ ଏହି ଖାଲି ପଦବୀ ପୂରଣ ପ୍ରକ୍ରିୟା ଏବେ ବି ଜାରି ରହିଛି । 

୨୦୦୪ରୁ ୧୪ କଂଗ୍ରେସ କାର୍ଯ୍ୟକାଳରେ ଆଇଆଇଟିରେ କେବଳ ୮୩ ଜଣ ଏସସି, ୧୪ ଏସଟି ଏବଂ ୧୬୬ ଜଣ ଓବିସି ଅଧ୍ୟାପକ ଥିଲେ । ଏନଆଇଟିରେ କେବଳ ୨୬୧ ଜଣ ଏସସି, ୭୨ ଏସଟି ଏବଂ ୩୩୪ ଓବିସି ନିଯୁକ୍ତି ହୋଇଥିଲେ । ସେହିପରି ମୋଦୀ ସରକାରଙ୍କ ୨୦୧୪ ରୁ ୨୪ ପର୍ଯ୍ୟନ୍ତ କାର୍ଯ୍ୟକାଳ ମଧ୍ୟରେ ଆଇଆଇଟିରେ ୩୯୮ ଏସସି , ୯୯ ଏସଟି ଏବଂ ୭୪୬ ଓବିସି ତଥା ଏନ୍ଆଇଟିରେ ୯୨୯ ଏସସି, ୨୬୫ ଏସଟି ଏବଂ ୧୫୧୦ ଓବିସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପାଇଁ ପିଏଚଡିର ଆବଶ୍ୟକତାକୁ ମୋଦୀଜୀଙ୍କ ସରକାର ହିଁ ଉଚ୍ଛେଦ କରିଛନ୍ତି ।

ରାହୁଲ ଗାନ୍ଧୀ ଯେଉଁ ‘ଏନଏଫଏସ – ‘ନଟ୍ ଫାଉଣ୍ଡ୍ ସୁଇଟେବୁଲ’ ବିଷୟରେ କହୁଛନ୍ତି, ତାହା ବାବାସେହବଙ୍କ ନାମ ନେଇ ରାଜନୀତି କରୁଥିବା ଦଳିତ, ଶୋଷିତ ଏବଂ ବଞ୍ଚିତ ବିରୋଧୀ କଂଗ୍ରେସ ଚିନ୍ତାଧାରାରେ ହିଁ ଅଟେ ।    ସ୍ୱାଧୀନତା ପରେ କଂଗ୍ରେସର ନୀତି ଯୋଗୁଁ ଏହି ଏନଏଫଏସ ଏ ପର୍ଯ୍ୟନ୍ତ ଜାରି ରହିଥିଲା, ଯାହା ଦ୍ଵାରା ଏସସି, ଏସଟି ଏବଂ ଓବିସିମାନଙ୍କର ଅଧିକାରକୁ ନିଶ୍ଚହ୍ନ କରିଦିଆଯାଉଥିଲା ।  

ସେହି ଅନ୍ୟାୟରୁ ବଞ୍ଚିତ ବର୍ଗକୁ ମୁକ୍ତି ଦେବା ପାଇଁ ସାମାଜିକ ନ୍ୟାୟ ପ୍ରତି ସମର୍ପିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ପ୍ରଥମ ଥର ପାଇଁ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଆଇନ, ୨୦୧୯ ଆଣିଲା, ଯାହା ପରେ ଏନଏଫଏସ ଏବେ ଇତିହାସରେ ପରିଣତ ହୋଇଛି । ଏବେ ଏସସି, ଏସଟି ଏବଂ ଓବିସି ବର୍ଗଙ୍କ ପାଇଁ ସଂରକ୍ଷିତ ପଦବୀଗୁଡ଼ିକ ଅନ୍ୟ କୌଣସି ବର୍ଗ ଦ୍ୱାରା ପୂରଣ କରାଯିବ ନାହିଁ, ଏହା ହିଁ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ପ୍ରତିବଦ୍ଧତା । ଏହାବ୍ୟତୀତ, ମୋଦୀଜୀଙ୍କ ସରକାର ଅନୁସୂଚିତ ଜାତି, ଜନଜାତି, ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣରେ ଥିବା ପ୍ରତିବନ୍ଧକଗୁଡ଼ିକୁ ମଧ୍ୟ ଦୂର କରିଛନ୍ତି, ଯାହା ପୂର୍ବ କଂଗ୍ରେସ ସରକାର କେବେ ବି କରିପାରି ନଥିଲା ।

ଶ୍ରୀ ପ୍ରଧାନ କହିଛନ୍ତି ଯେ  କଂଗ୍ରେସ ଦଳ ଜଣ୍ଡିସ ରୋଗରେ ପୀଡିତ, ସେଥିପାଇଁ ସେମାନଙ୍କୁ ସବୁ କିଛି ହଳଦିଆ ରଙ୍ଗ ଦେଖାଯାଉଛି । ଏହା ମଧ୍ୟ କୁହାଯାଇପାରେ ଯେ ସେମାନଙ୍କୁ ପ୍ରତ୍ୟେକ ଭଲ ଜିନିଷ ଖରାପ ଦେଖାଯାଏ । କଥା କଥାରେ ସମ୍ବିଧାନର ନାମ ନେଉଥିବା କଂଗ୍ରେସ ଦଳ ନିଜେ ବାବାସାହେବଙ୍କ ସମ୍ବିଧାନ ଉପରେ ସବୁଠାରୁ ବଡ଼ ଆକ୍ରମଣ କରୁଛି । ଆଜି ଦେଶର ଯୁବପିଢ଼ି ଜାଣନ୍ତି ଯେ ଯଦି କେହି ପ୍ରକୃତ ସାମାଜିକ ନ୍ୟାୟର କାମ କରିଛନ୍ତି, ତେବେ ତାହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ସରକାର । କଂଗ୍ରେସ ଯେତେ ମିଛ ପ୍ରଚାର କଲେ ମଧ୍ୟ ଦେଶର ଯୁବପିଢ଼ି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଅତୁଟ ବିଶ୍ୱାସ ରଖିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.