ପ୍ରମୂଖ ଖବର
  • ଢେଙ୍କାନାଳ : ଧରାପଡ଼ିଲେ ଲାଞ୍ଚୁଆ ଭାରପ୍ରାପ୍ତ ଆରଆଇ; ପିଅନ ମାଧ୍ୟମରେ ନେଉଥିଲେ ଟଙ୍କା
  • ||
  • କେନ୍ଦୁଝର : ଛତୁ ଗୋଟାଇବା ବେଳେ ଆକ୍ରମଣ କଲା ଦନ୍ତା, ୨ମହିଳା ଆହତ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ
  • ||
  • ଭଦ୍ରକ : ଲୁଟ୍‌ କରିବାକୁ ଆସିଥିଲେ, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ହରିୟାଣା ପରେ କେରଳ; ଅସହ୍ୟ ହେଲା ଋଣ ବୋଝ, ଜୀବନ ହାରିଲେ ଆଉ ଏକ ପରିବାର !
  • ||
  • କେନ୍ଦୁଝର : ବ୍ୟାଟେରୀ ଦୋକାନରେ ଅଗ୍ନିକାଣ୍ଡ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
  • ||
  • ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର; ଚଳିତବର୍ଷ ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ ବ୍ରାଞ୍ଚ
  • ||
  • ମୟୂରଭଞ୍ଜ : ଟ୍ରକ୍‌ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର; ୨ମୃତ, ୩ଗୁରୁତର
  • ||
  • ଭୁବନେଶ୍ଵର : ୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ଜୁନ୍‌ରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା
  • ||
  • କେନ୍ଦୁଝର : ୨ଟି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍, ତଦନ୍ତ କରୁଛି ପୋଲିସ
  • ||

ଅସରାଏ ବର୍ଷାରେ ୧୧ନଂ ୱାର୍ଡ ଉବୁଟୁବୁ : ଘରେ ପାଣି ପଶି ସ୍ଥିତି ବେହାଲ, କେବେ ସୁଧୁରିବ ସମସ୍ୟା?

Published By : Soubhagya Ranjan | May 27, 2025 11:34 PM

ପଟ୍ଟାମୁଣ୍ଡାଇ,୨୭/୦୫: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଆଜି ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ଉବୁଟୁବୁ ହେବା ସହିତ ବନ୍ୟା ପରିସ୍ଥିତି ଭଳି ଭ୍ରମ ସୃଷ୍ଟି ହୋଇଛି। ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଅସରାଏ ବର୍ଷାରେ ମୁସଲମାନ ବସ୍ତିରେ ଥିବା ଲୋକମାନଙ୍କ ଘରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି I କେତେକଙ୍କ ଘରେ ଆଣ୍ଠୁଏରୁ ଅଧିକ ପାଣି ରହିଛି। ଘରର ଆସବାପତ୍ର ସବୁ ଭାସୁଥିବା ଦେଖିବାକୁ ମିଳିଥିଲା। ମୁସଲମାନ ବସ୍ତିରେ ଥିବା ଗରିବ ଖଟିଖିଆ ମାନେ ଏଭଳି ସ୍ଥିତିରେ ଖଟ ଉପରେ ଭୋକ ଉପାସ ରେ ପିଲାଛୁଆଙ୍କୁ ଧରି ରହିଛନ୍ତି I 

ଅସରାଏ ବର୍ଷା ହେଲେ ମୁସଲମାନବସ୍ତି ଉବୁଟୁବୁ ହେବା ସହିତ ବାସିନ୍ଦାଙ୍କ ସମସ୍ୟା ବଢ଼ି ବଢ଼ି ଚାଲିଛି I ସ୍ଥାନୀୟ ଅଧିବାସୀ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀଙ୍କୁ ଭେଟି ଦାବୀ କରିଛନ୍ତି I ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଜଳନିଷ୍କାସନ ହେଉନଥିବା ସ୍ଥାନୀୟ ଅଧିବାସୀ ମାନେ ଅଭିଯୋଗ କରିଛନ୍ତିI ଆଗକୁ ଆହୁରି ୩ଦିନ ବର୍ଷା ଲାଗି ରହିବାର ସମ୍ଭାବନା ଥିବାରୁ ସମସ୍ୟା ଆହୁରି ଅଧିକ ଜଟିଳ ହେବାର ଆଶଙ୍କା କରାଯାଉଛି। 

ପୌରନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ ବସ୍ତି ବାସିନ୍ଦାଙ୍କ ନିକଟରେ ପହଞ୍ଚି ଜଳବନ୍ଦୀ ସ୍ଥିତି ଅନୁଧ୍ୟାନ କରିବା ସହ ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ମୁସଲମାନ ବସ୍ତିରୁ ଜଳ ନିଷ୍କାସନ ପାଇଁ ପୌର ପ୍ରଶାସନ ପକ୍ଷରୁ ଅଗ୍ନିଶମ ବାହିନୀର ସହାୟତା ନିଆଯାଇଛି I ସରକାରୀ ଜମି ଜବର ଦଖଲ କରାଯାଇ ବାସଗୃହ ନିର୍ମାଣ କରିବା, ପାଣି ନିଷ୍କାସନ ବାଟ ବନ୍ଦ କରିଥିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇ ଥିବାରୁ ଖୁବଶୀଘ୍ର ବେଆଇନ ଜବରଦଖଲକୁ ଉଛେଦ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ ପ୍ରକାଶ କରିଛନ୍ତି I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.