ପ୍ରମୂଖ ଖବର
  • ଗଞ୍ଜାମ: ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଭିନ୍ନ ଦାବି ନେଇ ଗଞ୍ଜାମ ବ୍ଲକ ଘେରାଉ
  • ||
  • ରାଉଲକେଲା: ଦଶାହ କର୍ମ ପାଇଁ ଆସିଥିବା ଯୁବକଙ୍କୁ ତୀର ମାଡ଼,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି, ଅଭିଯୁକ୍ତ ଫେରାର
  • ||
  • ବୁଧବାର ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • 'ଏ ଜୋକର ଭାରତ ସହ ଲଢିବେ', ଜାଣନ୍ତୁ କେଉଁ ଫଟୋକୁ ନେଇ ପାକିସ୍ତାନ ଉପରେ ବର୍ଷିଲେ ୱୱେସୀ
  • ||
  • ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଶ ତଥା ରାଜ୍ୟର ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ କଲେ ଆଲୋଚନା
  • ||
  • ଭଦ୍ରକ ଅଲଟ୍ରା ସାଉଣ୍ଡର ତ୍ରୁଟି ପୂର୍ଣ୍ଣ ରିପୋର୍ଟ ଅଭିଯୋ, ମୃତ ଶିଶୁକୁ ଧରି ରାସ୍ତାରୋକ, ଗାଡ଼ି ଚଳାଚଳ ଠପ୍‌
  • ||
  • ଗଞ୍ଜାମ: ବଡ଼ ଆର୍ଜିପଲ୍ଲୀରେ ଡେଙ୍ଗୁ ଆତଙ୍କ: ୧୩ବର୍ଷର ନାବାଳକର ମୃତ୍ୟୁ ଅଭିଯୋଗ, ୮ଜଣ ଆକ୍ରାନ୍ତ
  • ||
  • ନାକଟିଦେଉଳ : ବିଦ୍ୟୁତ୍ ଆଘାତରେ ସ୍ତ୍ରୀ ମୃତ, ସ୍ଵାମୀ ଗୁରୁତର
  • ||
  • ମୁଣ୍ଡ ନୁଆଁଇଲା ପାକିସ୍ତାନ; ଭାରତ ସହ ଶାନ୍ତି ଆଲୋଚନା ଚାହୁଁ କହିଲେ ଶହବାଜ୍ ସରିଫ୍
  • ||
  • ଗଞ୍ଜାମ: ଘର ଆଗରେ ଗଣ୍ଡଗୋଳ କରିବାକୁ ମନା କରିବାରୁ ଯୁବକଙ୍କୁ ଛୁରାମାଡ଼
  • ||
  • ଢ଼େଙ୍କାନାଳ: ବାଇକ୍‌କୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର , ପତ୍ନୀ ମୃତ, ସ୍ୱାମୀ ଓ ଶିଶୁପୁତ୍ର ଆହତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ଟେବୁଲ୍‌ ଟପ୍ପର ଲକ୍ଷ୍ୟରେ ରଜତ ବାହିନୀ
  • ||
  • ଚାଞ୍ଚଲ୍ୟ; ପ୍ରବଚନ ଶୁଣି ଫେରୁଥିଲେ, କାର୍‌ରୁ ମିଳିଲା ପରିବାରର ୭ ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ରଥ ଖଳା ହାଲ୍‌ଚାଲ୍...ରଥ ବ୍ରେକ୍‌ ଅଖ ନିର୍ମାଣ ଆରମ୍ଭ, ଚକରେ ଲାଗୁଛି ପନ୍ଦାରି ଚାବି
  • ||
  • ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା,୨୯ ତାରିଖ ବେଳକୁ ମୌସୁମୀ ପହଞ୍ଚିପାରେ
  • ||

ରବି ଧାନ କିଣାକୁ ନେଇ ବଢ଼ୁଛି ଅସନ୍ତୋଷ; ଯୋଗାଣ ବିଭାଗର ପ୍ରମୁଖ ସଚିବ ଓ ମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ

Published By : Soubhagya Ranjan | May 27, 2025 10:53 PM

ଚନ୍ଦନେଶ୍ଵର, ୨୭/୦୫: ସରକାର ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରିବା ପରେ ଧାନକିଣାକୁ ନେଇ ଖରିଫ ଠାରୁ ରବି ଋତୁ ପର୍ଯ୍ୟନ୍ତ ଦେଖା ଦେଉଛି ନାନା ସମସ୍ୟା । କାଣ୍ଟଛାଣ୍ଟକୁ ଚାଷୀ ଆପାତତଃ ସହ୍ୟ କରି ନେଉଥିବା ବେଳେ ସରକାରଙ୍କ ଟାର୍ଗେଟକୁ ନେଇ ଅସନ୍ତୋଷ ହେଉଛି । ଧାନମଣ୍ଡି ଖୋଲିବାର ଏକ ସପ୍ତାହ ପୂରିଥିଲେ ମଧ୍ୟ ଉପୁଜୁଥିବା ସମସ୍ୟା ପାଇଁ ଧାନକିଣା ଆରମ୍ଭ ହୋଇ ପାରୁନାହିଁ। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ଏବଂ  ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଲିଖିତ ଅବଗତ କରିଛନ୍ତି । ଧାନକିଣାର ଟାର୍ଗେଟ ବୃଦ୍ଧି ପାଇଁ ସେ ନିବେଦନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲାର ଭାତହାଣ୍ଡି କୁହା ଯାଉଥିବା ଭୋଗରାଇ ବ୍ଲକରେ ଚଳିତ ରବି ଋତୁରେ ୫ଲକ୍ଷ କ୍ୟୁଇଣ୍ଟାଲରୁ ଅଧିକ ଧାନ ଅମଳ ହୋଇଛି । ମାତ୍ର ୧୯ଟି ସେବା ସମବାୟ ସମିତି ଜରିଅରେ ସରକାର ୧୮ହଜାର ୫ଶହ କ୍ୟୁଇଟାଲ ଧାନ କିଣିବା ପାଇଁ ଟାର୍ଗେଟ ରଖିଛନ୍ତି । ଅବଶିଷ୍ଟ ଧାନ ଚାଷୀ କରିବେ କଣ?  ଗୋଟିଏ ପଟେ ଧାନକୁ ପଶ୍ଚିମବଙ୍ଗର ବେପାରୀ ନ କିଣିବା ପାଇଁ କଟକଣା ରହିଥିବା ବେଳେ ଅନ୍ୟପଟେ ଟାର୍ଗେଟ ମଧ୍ୟ କମ୍ । ଯେଉଁ ଚାଷୀ ୨ଶହ କ୍ୟୁଇଣ୍ଟାଲ ଧାନ ବିକିବା ପାଇଁ ଟୋକନ ପାଇଛନ୍ତି ସମିତି ତାଙ୍କ ଠାରୁ ୫୦କ୍ୟୁଇଣ୍ଟାଲ କିଣିବା ପାଇଁ ସକ୍ଷମ ହେଉଛି। 

ଏଭଳି ପରିସ୍ଥିତିରେ ଉଭୟ ଚାଷୀ ଓ ସମବାୟ ସମିତି ହରଡ଼ଘଟଣାରେ ପଡ଼ିଛନ୍ତି। ତେବେ ସମସ୍ତ ଘଟଣା ସମ୍ପର୍କରେ ବିଧାୟକ ବିଭାଗୀୟ ସଚିବଙ୍କୁ ଅବଗତ କରିବା ସହ ଆହୁରି ୩ଲକ୍ଷ କ୍ୟୁଇଟାଲ ଧାନ କିଣିବା ପାଇଁ ନିବେଦନ କରିଥିଲେ । ଶ୍ରୀ ସିଂ ଏହାର ଗୁରୁତ୍ବକୁ ଉପଲବ୍ଧି କରି ଖୁବଶିଘ୍ର ବାଲେଶ୍ବରକୁ ଆହୁରି ୮ଲକ୍ଷ କ୍ୟୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆ ଯିବ ବୋଲି ପ୍ରତିଶୃତି ଦେଇଥିବା କଥା ବିଧୟକ ଦାସ ପ୍ରକାଶ କରିଛନ୍ତି । ଏପରି ହେଲେ ଭୋଗରାଇ ଚାଷୀଙ୍କ ସମସ୍ୟା ନିଶ୍ଚିତ ହଟି ଯିବ। ସୂଚନା ଥାଉକି,ଭୋଗରାଇ କଂଗ୍ରେସ ପକ୍ଷରୁ ମଧ୍ୟ ଧାନ କିଣାର ସମସ୍ୟାକୁ ନେଇ ସମ୍ବାଦିକ ସମ୍ମିଳନୀ ହୋଇଥିଲା । ଚାଷୀଙ୍କ ଠାରୁ ସବୁ ଧାନ ନକିଣିଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲା କଂଗ୍ରେସ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.