ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଏସସିବିରେ ଖୋଲିଲା ବୋନ୍ ବ୍ୟାଙ୍କ

କଟକ,୮।୧୦ : ରାଜ୍ୟ ସ୍ଵାସ୍ଥ୍ୟସେବାରେ ଯୋଡି ହେଲା ଏକ ନୂଆ ଅଧ୍ୟାୟ। ଏସସିବି ମେଡିକାଲ କଲେଜରେ ଖୋଲିଲା ଅସ୍ଥି ଭଣ୍ଡାର ବା ବୋନ୍ ବ୍ୟାଙ୍କ୍ । ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ ଖୋଲାଯାଇଥିବା ବୋନ ବ୍ୟାଙ୍କକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି। 

ଏହି ବ୍ୟାଙ୍କ କାର୍ଯ୍ୟକ୍ଷମ ହେବା ଦ୍ୱାରା ଶଲ୍ୟ ରୋଗ   ଚିକିତ୍ସା ଦିଗରେ ଆହୁରି ଉନ୍ନତି ପରିଦୃଷ୍ଟ ହେବ । କାହିଁକି ନା ପୂର୍ବରୁ ଯେତେବେଳେ କୌଣସି ବ୍ୟକ୍ତି ଦୁର୍ଘଟଣା ଜନିତ କିମ୍ବା ଦୂରାରୋଗରେ ମୃତ୍ୟୁ ହେଲେ ସେମାନଙ୍କ ଶଲ୍ୟ ମଧ୍ୟ ସତ୍କାର ହୋଇଯାଉଥିଲା। କିନ୍ତୁ ଏହି ବୋନ ବ୍ୟାଙ୍କ ଆରମ୍ଭ ହେବା ପରେ ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ଏକ ଆଶା ସଞ୍ଚାର କରିଛି। ଏଣିକି ଦୁର୍ଘଟଣା ଜନିତ ରୋଗୀଙ୍କ ଠାରେ ଏହି ବ୍ୟାଙ୍କରେ ଗଛିତ ଥିବା ଶଲ୍ୟକୁ ଉପଯୋଗ କରାଯାଇପାରିବ।ଏହି ସେବା ସମ୍ପୂର୍ଣ୍ଣ ରୂପେ ମାଗଣା ରହିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏସସିବି ମେଡିକାଲରେ ବର୍ଷକୁ  ୫୦୦ ରୁ ଊର୍ଦ୍ଧ୍ବ ଲୋକଙ୍କ ଅସ୍ଥି ଅପରେସନ କରାଯାଇ ବଦଳ କରାଯାଏ। । ଯେଉଁଥିରେ କିଛି ଶଲ୍ୟକୁ ଅଣଦେଖା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ସଂଗୃହିତ ଶଲ୍ୟକୁ ସଂଗ୍ରହ କରାଯିବ ଓ ଫ୍ରିଜର ରଖି ତାକୁ ଆବଶ୍ୟକ ସ୍ଥଳେ ବ୍ୟବହାର କରାଯିବ ବୋଲି ମେଡିକାଲ ଅସ୍ଥିଶଲ୍ୟ ବିଭାଗ ମୁଖ୍ୟ ଡାକ୍ତର ନିର୍ମଳ ମହାପାତ୍ର କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.