ଆଠମଲ୍ଲିକ, ୧୪।୭ : ଆଠମଲ୍ଲିକ ସହର ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଆଠମଲ୍ଲିକ ଅବକାରୀ ବିଭାଗ ଚୋରା ଚାଲାଣକାରୀକୁ ମାଡି ବସିଛି। ବୋଲେରୋ ସହିତ ୪୬ କେଜି ୩୪୦ ଗ୍ରାମ ଗଞ୍ଜେଇ ଜବତ୍ କରିଛି। ଏଥିସହ ଡ୍ରାଇଭରକୁ ଗିରଫ କରି ଅବକାରୀ ବିଭାଗ କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରବନ୍ଧ ଗ୍ରାମର ତପନ କୁମାର ସାହୁ (୨୪) ।
ତପନ ଏକ ବୋଲେରୋ ଗାଡ଼ିରେ ଗଞ୍ଜେଇ ୩ ବସ୍ତା ଧରି ଆଠମଲ୍ଲିକ ସହର ଦେଇ ଯାଉଥିଲେ। ପଶୁ ଡ଼ାକ୍ତରଖାନା ଛକଠାରେ ଅବକାରୀ ବିଭାଗ ତପନଙ୍କୁକାବୁ କରି ନେଇଥିଲେ।ଏହି ଚଢ଼ଉରେ ଅବକାରୀ ନିରୀକ୍ଷକ ପବିତ୍ର ମୋହନ ମାଝି,ଉପ ନିରୀକ୍ଷକ ନିରଞ୍ଜନ ସାହୁ, ଓ କର୍ମଚାରୀ ଅଜୟ ବେହେରା, ଅମରଦୀପ କୁଜୁର ସାମିଲ ଥିଲେ।ଜବତ୍ ଗଞ୍ଜେଇର ମୂଲ୍ୟ ୪ ଲକ୍ଷ ୬୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣା ପଡ଼ିଛି।