କରଞ୍ଜିଆ, ୧୧/୧୧: ଶିମିଳିପାଳରେ ବୁଲୁଛି କଳା ମହାବଳ ବାଘ । ପ୍ରଥମ କରି ଶିମିଳିପାଳରେ ଓପନ ସଫାରୀରେ ବୁଲିବା ବେଳେ କୋର୍ ଅଞ୍ଚଳରେ ଅଣ୍ଡିରା କଳା ବାଘ ବୁଲୁଥିବାର ଦେଖିଲେ ପର୍ଯ୍ୟଟକ । ଯାହାର ନାମ T31 ରଖାଯାଇଛି । ଏହା ଜଣାପଡିବା ପରେ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ସ୍ପଷ୍ଟ ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ନିଜ "X" ଆକାଉଣ୍ଟରେ ଭିଡିଓ ସେୟାର୍ ମଧ୍ୟ କରିଛନ୍ତି ପିସିସିଏଫ୍ ଶୁସାନ୍ତ ନନ୍ଦ ।