ପ୍ରମୂଖ ଖବର
  • ନିମାପଡା : କ୍ରିକେଟ ମ୍ୟାଚ୍ ଖେଳୁଥିବା ବେଳେ ପଡ଼ିଆରେ ଚାଳିଗଲା ଛାତ୍ରଙ୍କ ଜୀବନ
  • ||
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କସରତ: ୪ରେ ବିଧାୟକ ଦଳ ବୈଠକ ପରେ ନାମ ଘୋଷଣା, ୫ରେ ଶପଥ ସମାରୋହ
  • ||
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ଶିମିଳିପାଳରେ ପୁଣି ଦେଖାଗଲା କଳାବାଘ

ବାରିପଦା ୧୦/୧୧: କାଳା ବାଘର ଆବାସ ସ୍ଥଳୀ ଶିମିଳିପାଳକୁ ବୁଲି ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଶିମିଳିପାଳରେ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିବ କଳା ବାଘ।  ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟ ପ୍ରାଣୀ ସଂରକ୍ଷକ ଡଃ ପ୍ରକାଶ ଚାନ୍ଦ ଗୋଗିନେନୀ ୨୦ସେକେଣ୍ଡର ଏକ ଭିଡିଓ ଫୁଟେଜ ସେୟାର କରିଛନ୍ତି। ଗୋଟିଏ କଳା ବାଘ ଘଞ୍ଚ ଜଙ୍ଗଲ ମଧ୍ୟରେ ବିଚରଣ କରୁଥିବା ଦେଖିବାକୁ ମିଳିଛି। ଏହି ବାଘଟି ପୁରୁଷ୍ ବାଘ T-୩୧ବୋଲି ଏସ ଟି ଆର ପକ୍ଷରୁ କୁହାଯାଇଛି। 

ଚଳିତ ବର୍ଷ ଠାରୁ ଶିମିଳିପାଳରେ  ଖୋଲା ଜିପରେ ସଫାରୀ ଆରମ୍ଭ ହୋଇ ଥିବା ବେଳେ ପର୍ଯ୍ୟଟକ କଳା ବାଘ୍ ଦେଖିବାର ସୁଯୋଗ ପାଇବାର ସମ୍ଭାବନା ଅନେକ ରହିଛି। ଶିମିଳିପାଳରେ କଳା ବାଘ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହି ବିରଳ ମିଲେନଷ୍ଟିକ ବାଘକୁ ଦେଖିବା ଆଶାରେ ଦେଶ ବିଦେଶରୁ ପର୍ଯ୍ୟଟକ ଶିମିଳିପାଳ ଆସିଥାନ୍ତି।   ସ୍ଵତନ୍ତ୍ର ସଫାରୀ ଗାଡ଼ି ସହିତ ଗାଇଡ ଏବଂ ବିଶେଷ ତାଲିମ ପ୍ରାପ୍ତ ଡ୍ରାଇଭର ଙ୍କ ସହାୟତାରେ ପର୍ଯ୍ୟଟକଙ୍କୁ ଜଙ୍ଗଲ ସଫରୀର ମଜା ନେବାକୁ ଛଡ଼ା ଯାଉଛି। ଏହି ଜଙ୍ଗଲ ସଫାରୀ ସମୟରେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପର୍ଯ୍ୟଟକ ବିରଳ କଳା ବାଘ ଦେଖିବାର ସୁଯୋଗ ପାଇବାର ଅନେକ ସମ୍ଭାବନା ଅଛି ବୋଲି ଏସ ଟି ଆର୍ ଦାବି କରିଛି।

ତେବେ ଶିମିଳିପାଳରେ କଟେଜ ରହଣି ସହିତ ଜଙ୍ଗଲ ସଫାରୀ ର ମଜା ନେବା ପାଇଁ ପର୍ଯ୍ୟଟକ ମାନେ ଡବ୍ଲ୍ୟୁ ଡବ୍ଲ୍ୟୁ ଡବଲ୍ୟୁ ଡ଼ଟ୍ ଇକୋ ଟୁର୍ ଓଡ଼ିଶା. କମ୍ ଅନ୍ ଲାଇନ୍ ରେ ବୁକିଂ କରି ପାରିବେ ବୋଲି ସୂଚନା ଦିଆଯାଇଛି। । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.