ନୂଆଦିଲ୍ଲୀ,୩/୧୨ : ଚଳିତ ବର୍ଷର ମୋଷ୍ଟ ଆଓ୍ବେଟେଡ ଫିଲ୍ମ ‘ପୁଷ୍ପା ୨ : ଦ ରୁଲ୍’ ଚଳିତ ସପ୍ତାହରେ ରିଲିଜ ହେବାକୁ ପ୍ରସ୍ତୁତିରେ ଅଛି । ଅଲ୍ଲୁ ଅର୍ଜୁନଙ୍କ ସହ ପୁରା ଷ୍ଟାର କାଷ୍ଟ ବାରମ୍ବାର ଫିଲ୍ମର ପ୍ରମୋଶନ କରୁଛନ୍ତି । ‘ପୁଷ୍ପା ୨ : ଦ ରୁଲ’ର କ୍ରେଜ୍ ଏଭଳି ରହିଛି କି ଟିକେଟ ମହଙ୍ଗା ହୋଇଥିଲେ ବି ଆଡଭାନ୍ସ ବୁକିଂ ଏହାର ଜବରଦସ୍ତ ରହିଛି । ମଙ୍ଗଳବାର ଅପରାହ୍ନ ୩ଟା ସମୟ ପର୍ଯ୍ୟନ୍ତ ଏହି ଫିଲ୍ମର ୧୩ଲକ୍ଷରୁ ଅଧିକ ଟିକେଟ୍ ବୁକିଂ ହୋଇସାରିଛି । ଏବେ ପର୍ଯ୍ୟନ୍ତ ଆଡଭାନ୍ସ ବୁକିଂରେ ୪୧କୋଟିର କଲେକ୍ସନ କରି ସାରିଛି । ବ୍ଲକ ସିଟ୍ସ ସହ ଏହା ୫୫କୋଟି ଅଟେ । ଏହି ସଂଖ୍ୟା ୩ଡିସେମ୍ବର ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅଛି ।
ରିପୋର୍ଟ ଅନୁସାରେ ସବୁଠାରୁ ଅଧିକ ବୁକିଂ ତେଲେଙ୍ଗାନାରେ ହୋଇଛି । ଏଠାରେ ଫିଲ୍ମ ଆଡଭାନ୍ସ ବୁକିଂରେ ୧୨.୨୨ କୋଟିର କଲେକ୍ସନ ହୋଇଛି । ସେହିଭଳି ଦ୍ବିତୀୟ ନମ୍ବରରେ କର୍ଣ୍ଣାଟକ ଅଛି ଯେଉଁଠାରେ ୫.୨୫କୋଟିର ବୁକିଂ ହୋଇଛି ।
ସେହିଭଳି ତେଲୁଗୁରେ ସବୁଠାରୁ ମହଙ୍ଗା ଟିକେଟ ବିକ୍ରିର ରେକର୍ଡ଼ ବି ଏହି ଫିଲ୍ମ କରି ସାରିଛି । ଦିଲ୍ଲୀରେ ’ପୁଷ୍ପା ୨’ର ଟିକେଟ ୧,୮୦୦ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି । ମୁମ୍ବାଇ ଏବଂ ବେଙ୍ଗାଲୁରରେ ସବୁଠାରୁ ମହଙ୍ଗା ଟିକେଟ ୧୬୦୦ଟଙ୍କା ଏବଂ ୧୦୦୦ଟଙ୍କାରେ ବିକ୍ରି କରାଯାଉଛି ।