ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ମୋତେ ମନ୍ଦିର ଯିବାର ଆବଶ୍ୟକତା ନାହିଁ , ମୋ ଘର ହିଁ ମନ୍ଦିର ପରି : ରେଖା

ମୁମ୍ୱାଇ : ଏହି କଥାରେ କେହି ଅସହମତ ହେବେ ନାହିଁ ଯେ, ଅଭିନେତ୍ରୀ ରେଖା ହିନ୍ଦୀ ଫିଲ୍ମ ଜଗତରେ ଏବେସୁଦ୍ଧା ଦେଖା ଯାଇ ଥିବା ସବୁଠୁ ସୁନ୍ଦର ମହିଳା ଅଭିନେତ୍ରୀ ଏବଂ ତାଙ୍କର ନିଜର କଠିନ ପରିଶ୍ରମ ବ୍ୟତୀତ , ଅଭିନେତ୍ରୀଙ୍କ ମାତା ପିତା , ବିଶେଷ କରି ତାଙ୍କ ମାଆଙ୍କର ତାଙ୍କର ବ୍ୟକ୍ତିତ୍ୱ ଓ ତାଙ୍କର ଅନ-ସ୍କ୍ରିନ୍‌ ଉପସ୍ଥିତିକୁ ଆକାର ଦେବାରେ ଏକ ବଡ଼ ଭୂମିକା ରହିଛି। ନିକଟରେ ଏକ ସାକ୍ଷାତ୍କାରରେ , ଏହି ଅନୁଭବୀ ଅଭିନେତ୍ରୀ ହିନ୍ଦୀ ଫିଲ୍ମ ଉଦ୍ୟୋଗରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନକୁ ନେଇ ତାଙ୍କର ଦିବଙ୍ଗତ ମାଆଙ୍କ ବିଷୟରେ କହିଥିଲେ। 

ମୁମ୍ୱାଇର ବାନ୍ଦ୍ରାରେ ଅଭିନେତ୍ରୀ ରେଖାଙ୍କ ଘର , ଯାହାର ନାଁ ‘ପୁଷ୍ପାବଲ୍ଲୀ’ । ‘ପୁଷ୍ପାବଲ୍ଲୀ’ ରେଖାଙ୍କ ମାଆଙ୍କର ନାଁ। ରେଖା ଏକ ଇଣ୍ଟରଭ୍ୟୁରେ ନିଜ ଘର ବିଷୟରେ କହିଥିଲେ। ସେ କହିଥିଲେ , ମୋତେ ମନ୍ଦିର ଯାଇ ପ୍ରାର୍ଥନା କରିବାର ଆବଶ୍ୟକତା ଅନୁଭବ ହୋଇ ନଥାଏ। ମୋ ଘର ମନ୍ଦିର ଭଳି। ସେ ଏହା କହିବାକୁ ଚାହୁଁଥିଲେ କି ତାଙ୍କ ମାଆ ତାଙ୍କ ପାଇଁ କୌଣସି ଦେବୀ ଠାରୁ କମ୍‌ ନୁହଁନ୍ତି। ସେ ତାଙ୍କର ବହୁତ ନିକଟତର ଥିଲେ। ଏଥିପାଇଁ ସେ ନିଜର ଘରକୁ ନିଜର ମାଆଙ୍କ ନାଁରେ ନାମିତ କରିଛନ୍ତି ଏବଂ ଏହାକୁ ମନ୍ଦିର ପରି ଭାବିଛନ୍ତି। ରେଖା ନିଜର ଅଧିକାଂଶ ସମୟ ଏହି ବଙ୍ଗଳାରେ ବିତାଇଛନ୍ତି। ସେ ଲାଇମଲାଇଟ୍‌ରୁ ଦୂରେଇ ରହି ଏକାନ୍ତରେ ରହିବାକୁ ପସନ୍ଦ କରନ୍ତି।  

ରେଖାଙ୍କ ବାପା ଅଭିନେତା ଜେମିନୀ ଗଣେଶନ , ଜଣେ ପ୍ରସିଦ୍ଧ ତାମିଲ ଅଭିନେତା ଓ ମାଆ ପୁଷ୍ପାବଲ୍ଲୀ, ଯିଏ ତେଲୁଗୁ ସିନେମାରେ ଜଣେ ଷ୍ଟାର ଥିଲେ । ନିଜ ମାଆଙ୍କୁ ନିଜର ଗୁରୁ ଭାବେ ଦର୍ଶାଇ ରେଖା ସାକ୍ଷାତକାରରେ କହି ଥିଲେ, ମୋ ମାଆ ମୋର ଗୁରୁ ଥିଲେ , ସେ ଏତେ ଦୟାଳୁ ମହିଳା ଥିଲେ ଯେ, ସେ ତାଙ୍କୁ ଜଣେ ଦେବୀ ଭଳି ଅନୁଭବ କରୁଥିଲେ। ସେ ମୋତେ ସମ୍ମାନ ଓ ଶ୍ରଦ୍ଧାର ସହ ଜିଇଁବାର କଳା ଶିଖାଇଛନ୍ତି। 

ରେଖା କହିଛନ୍ତି , ମାଆ ମୋତେ ବୁଦ୍ଧିମାନର ସହ ଏହା ମଧ୍ୟ ପରାମର୍ଶ ଦେଇଥିଲେ ଯେ, ମୋର ଯାହା ପସନ୍ଦ ତାକୁ ଅଭ୍ୟାସ କରିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.