ଲକ୍ଷ୍ନୌ,୨୭/୦୩ : ଗାଈ, ଗୋଶାଳା ନିର୍ମାଣକୁ ନେଇ ବିଜେପି ଓ ସପା ପରସ୍ପରକୁ ଟାର୍ଗେଟ କରିଛନ୍ତି । ଦୁର୍ଗନ୍ଧ-ସୁଗନ୍ଧକୁ ନେଇ ବୟାନବାଜି ଚାଲିଛି । ଭାରତୀୟ ଜନତା ପାର୍ଟିକୁ ଦୁର୍ଗନ୍ଧ ପସନ୍ଦ । ତେଣୁ ସେ ଗୋଶାଳା ବନାଉଛି ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଜେପିକୁ ଟାର୍ଗେଟ କରି କହିଛନ୍ତି । ଅଖିଳେଶଙ୍କ ଏହି ବୟାନକୁ ନେଇ ସରଗରମ ହୋଇଛି ଉତ୍ତରପ୍ରଦେଶ ରାଜନୀତି । ଏହାର ଜବାବ୍ ଦେଇ ବିଜେପି କହିଛି ଭୋଟ ବ୍ୟାଙ୍କ ଚକ୍କରରେ ସମାଜବାଦୀ ପାର୍ଟି 'ସମାପ୍ତବାଦୀ ପାର୍ଟି' ହେବାକୁ ଯାଉଛି ।
'ଭାଜପାକୁ ଦୁର୍ଗନ୍ଧ ପସନ୍ଦ'- ଗୋଶାଳା ନିର୍ମାଣକୁ ନେଇ ସପା ମୁଖ୍ୟ ଅଖିଳେଶ ଯାଦବ ବିଜେପିକୁ କଟାକ୍ଷ କରିଛନ୍ତି । ବିଜେପିକୁ ଦୁର୍ଗନ୍ଧ ପସନ୍ଦ ତେଣୁ ସେ ଗୋଶାଳା ନିର୍ମାଣ କରୁଛି । ସପାକୁ ସୁଗନ୍ଦ ପସନ୍ଦ ତେଣୁ ସେ ଇତର ପାର୍କ ବନାଇଛି । ଗୋଶାଳା ଇତର ପାର୍କକୁ ନେଇ ଏକ ଟପ୍ପଣୀ ଦେଇ ଏହା କହିଛନ୍ତି । ତାଙ୍କର ଏହି ବୟାନକୁ ନେଇ ୟୁପି ରାଜନୀତି ସରଗମର ହୋଇଛି ।
ଜବାବ୍ ଦେଲା ବିଜେପି- ସପା ଅଧ୍ୟକ୍ଷ ଅଖିଳେଶଙ୍କର ଏହି ବୟାନକୁ ନେଇ କଡ଼ା ଜବାବ ଦେଇଛି ଭାରତୀୟ ଜନତା ପାର୍ଟି । ବିଜେପି ମୁଖ୍ୟ ପ୍ରବକ୍ତା ସେହଜାଦ୍ ପୁନେୱାଲା ସପାକୁ ଟାର୍ଗେଟ କରି କହିଛନ୍ତି, ''ସପା ମୁଖ୍ୟ ହିନ୍ଦୁ-ସନାତନ ସଂସ୍କୃତିର ଅପମାନ କରିଛନ୍ତି । ଶ୍ରୀକୃଷ୍ଣ ନିଜକୁ 'ଗୋପାଳ' କୁହନ୍ତି । ଗାଈଙ୍କ ପ୍ରତି ତାଙ୍କ ଭଲ ପାଇବା ସେମାନଙ୍କ ପ୍ରତି ସୁରକ୍ଷା ରହିଥିଲା । ମାତ୍ର ଭୋଟ ବ୍ୟାଙ୍କ ପାଇଁ ଜଣେ କିପରି ଏତେ ତଳକୁ ଖସି ଯାଉଛନ୍ତି । ଭୋଟ ବ୍ୟାଙ୍କ ପାଇଁ ସମାଜବାଦୀ ପାର୍ଟି ଏବେ 'ସମାପ୍ତବାଦୀ ଦଳ' ହୋଇଛି । ଯାହାକୁ ଘୁଷୁରୀ ପସନ୍ଦ ତାଙ୍କୁ ଗାଈ କେଉଁଠୁ ବା ପସନ୍ଦ ଆସିବ ? ''
ସେହିପରି ଅଖିଳେଶଙ୍କର ଏହି ବୟାନକୁ ନେଇ ରାଜ୍ୟସଭା ସାଂସଦ ତଥା ପୂର୍ବ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା କହିଛନ୍ତି, ''ସପା ଶାସନରେ ଅତର ପାର୍କ ବନାଯିବା ସହିତ ଅତରର ଘୋଟାଲ ମଧ୍ୟ ହୋଇ ସାରିଛି । ଗୋଶାଳାରେ ତୁମେ ଦୁର୍ଗନ୍ଧ ଓ ସୁଗନ୍ଧ କାହିଁକି ଖୋଜୁଛ ? ଗୋଶାଳାରେ ସନାତନର ଆସ୍ଥା ଖୋଜ । ଗୋମାତାଙ୍କ ଉପରେ ଟିପ୍ପଣୀ ଦିଆଯାଏ ନାହିଁ । ''