ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ବିଧାନସଭା ନିର୍ବାଚନକୁ ନେଇ ବିଜେପି ତତ୍ପର, ୪ ରାଜ୍ୟରେ ପ୍ରଭାରୀ ଏବଂ ସହପ୍ରଭାରୀ ନିଯୁକ୍ତ

Image Courtesy: abplive

ନୂଆଦିଲ୍ଲୀ: ବିଜେପି ବିଧାନସଭା ନିର୍ବାଚନ ଲାଗି ୪ଟି ରାଜ୍ୟରେ ପ୍ରଭାରୀ ନିଯୁକ୍ତ କରିଛି । ମହାରାଷ୍ଟ୍ରରେ ଭୁପେନ୍ଦ୍ର ଯାଦବଙ୍କୁ ନିର୍ବାଚନ ପ୍ରଭାରୀ ଏବଂ ଅଶ୍ବିନ୍‌ ବୈଷ୍ଣବଙ୍କୁ ସହ ପ୍ରଭାରୀ ନିଯୁକ୍ତ କରାଯାଇଛି । ହରିୟାଣାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଦାୟିତ୍ବ ମିଳିଥିବା ବେଳେ ତାଙ୍କ ସହ ବିପ୍ଳବ ଦେବ ସହପ୍ରଭାରୀ ରହିବେ । ଝାଡ଼ଖଣ୍ଡ ନିର୍ବାଚନର ଦାୟିତ୍ବ ଶିବରାଜ ସିଂହ ଚୌହାନଙ୍କ କାନ୍ଧ ଉପରେ ଦିଆଯାଇଥିବା ବେଳେ ହିମନ୍ତ ବିଶ୍ବଶର୍ମା ସହପ୍ରଭାରୀ ରହିବେ ବୋଲି ଜଣାପଡ଼ିଛି । ଜାମ୍ମୁକାଶ୍ମୀରର ନିର୍ବାଚନ ଦାୟିତ୍ବ ଜି କିଶନ ରେଡ୍ଡିଙ୍କୁ ଦେଇଛି ବିଜେପି । 

ନିକଟରେ ଲୋକସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଜୁନ୍‌ ୪ରେ ଫଳାଫଳ ପ୍ରକାଶ ପାଇଛି । ଏହି ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ବହୁମତ ପାଇଥିବା ବେଳେ ସରକାର ଗଠନ କରିଛି । ଏହା ପରେ ବିଜେପି ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ମହାରାଷ୍ଟ୍ର, ହରିୟାଣା, ଝାଡ଼ଖଣ୍ଡ ଏବଂ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାରି ମଧ୍ୟରେ ଏହି ସବୁ ରାଜ୍ୟ ଲାଗି ବିଜେପି ପ୍ରଭାରୀ ଏବଂ ସହପ୍ରଭାରୀଙ୍କ ନାମ ଘୋଷଣା କରିଛି । 

ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ୨୦୨୪ର ଶେଷ ଆଡ଼କୁ ହୋଇପାରେ । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଲାଗି ନିର୍ବାଚନ ଅକ୍ଟୋବରରେ ହୋଇପାରେ ବୋଲି କୁହାଯାଉଛି । ସେହିଭଳି ଝାଡ଼ଖଣ୍ଡ ବିଧାନସଭା କାର୍ଯ୍ୟକାଳ ୫ ଜାନୁଆରୀ ୨୦୨୫ରେ ଶେଷ ହେବ ।  ଏଠାରେ ଗତ ନିର୍ବାଚନ ନଭେମ୍ବର-ଡିସେମ୍ବର ମାସରେ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ହରିୟାଣା ବିଧାନସଭାର କାର୍ଯ୍ୟକାଳ ୩ ନଭେମ୍ବର ୨୦୨୪ରେ ଶେଷ ହେବ । ଏହା ପୂର୍ବରୁ ଏଠାରେ ବିଧାନସଭା ନିର୍ବାଚନ ହୋଇପାରେ । ସେପଟେ ଜାମ୍ମୁକାଶ୍ମୀରରେ ସେପ୍ଟେମ୍ବର ୨୦୨୪ ମଧ୍ୟରେ ନିର୍ବାଚନ କରାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । 

 

  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.