ପ୍ରମୂଖ ଖବର
  • କଟକରେ ୩ ଜଣ ପାକିସ୍ତାନୀ ଚିହ୍ନଟ, ସମସ୍ତଙ୍କୁ କମିଶନରେଟ ପୋଲିସ ପକ୍ଷରୁ ନୋଟିସ ଜାରି
  • ||
  • ଏପ୍ରିଲ ୨୯ ରୁ ବନ୍ଦ ରହିବ ରତ୍ନଭଣ୍ଡାର ମାରାମତି କାର୍ଯ୍ୟ, ଜରୁରୀ ବୈଠକରେ ନିଆଗଲା ନିଷ୍ପତ୍ତି
  • ||
  • ନବ ଦାସ ହତ୍ୟା ମାମଲା: ଗୋପାଳଙ୍କ ପତ୍ନୀଙ୍କ ପରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ
  • ||
  • ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ, ରାଜଧାନୀରେ ଅଛନ୍ତି ଜଣେ ମହିଳା: ଦେଶ ଛାଡ଼ିବା ପାଇଁ ନୋଟିସ୍‌
  • ||
  • ବାଙ୍କୀ : ମଦ୍ୟପ ବରଯାତ୍ରୀଙ୍କ ଲଙ୍କାକାଣ୍ଡ, ଖଣ୍ଡା ଧରି ଗୋଡ଼ାଇଲେ ହାଣିବାକୁ
  • ||
  • ବଳରାମପୁର ଗାଁରେ ଅଘଟଣ: ନଡ଼ିଆ ଗଛ ଭାଙ୍ଗି ପଡ଼ିବାରୁ ଚାଲିଗଲା ମହିଳାଙ୍କ ଜୀବନ, ୪ ଗୁରୁତର
  • ||
  • OAS ସ୍ତରରେ ଛୋଟ ଧରଣର ଅଦଳବଦଳ, ବଦଳିଲେ ୧୧ ଓଏଏସ୍‌ ଅଫିସର
  • ||
  • ସୁନ୍ଦରଗଡ଼ : ଟ୍ରକ୍‌କୁ ଧକ୍କା ଦେଲା ହାଇୱା, ଜଣେ ମୃତ
  • ||
  • ଶନିବାର ରୋଜଗାର ମେଳା: ଭୁବନେଶ୍ୱର ସମେତ ଦେଶର ୪୭ଟି ସ୍ଥାନରେ ଆୟୋଜନ, ଉଦଘାଟନ କରିବେ ମୋଦି
  • ||
  • ରାଜ୍ୟରେ ତତାଇବ ତାତି, ଆଜି ୪ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ଆଲର୍ଟ, ଉପକୂଳରେ ଗୁଳୁଗୁଳି, ରବିବାରଠୁ ବର୍ଷା
  • ||
  • କୋଣାର୍କ ବସ୍‌ ଷ୍ଟାଣ୍ଡରେ ଜଳିଗଲା ୨ଦୋକାନ, କାରଣ ଅସ୍ପଷ୍ଟ
  • ||

ସିନ୍ଧୁର ପାଣି ବହିବ ନ ହେଲେ ତାଙ୍କ ରକ୍ତ...ଜଳ ଚୁକ୍ତିକୁ ନେଇ ଭାରତକୁ ବିଲାୱଲ ଭୁଟୋଙ୍କ ଧମକ

Published By : Ankita S | April 26, 2025 9:45 AM

ନୂଆଦିଲ୍ଲୀ,୨୬/୦୪: ଜମ୍ମୁ କଶ୍ମୀର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ବିଗିଡ଼ିବାରେ ଲାଗିଛି । ୨୮ ନୀରିହଙ୍କ ଜୀବନର ବଦଲା ନେବାକୁ ପ୍ରସ୍ତୁତି ଆରମ୍ଭ କରିଛି ଭାରତ । ଦୁଇ ଦେଶ ମଧ୍ୟରେ ଯେକୌଣସି ସମୟରେ ଯୁଦ୍ଧ ହୋଇପାରେ । ଭାରତ ପାକିସ୍ତାନ ଉପରେ ୱାର୍ଟର ଷ୍ଟ୍ରାଇକ୍ କରିଛି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବୟାନବାଜି ବି ଜାରି ରହିଛି । ପାକିସ୍ତାନ ପୂର୍ବତନ ବୈଦେଶିକ ମନ୍ତ୍ରୀ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ବିଲାୱଲ ଭୁଟୋ ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତକୁ ଧମକ ଦେଇଛନ୍ତି ।

ଏକ ସଭାକୁ ସମ୍ବୋଧନ କରି ବିଲାୱଲ ଭୁଟୋ ସିନ୍ଧୁ ଜଳ ଚୁକ୍ତିକୁ ନେଇ କହିଛନ୍ତି, ମୁଁ ସିନ୍ଧୁ ନଦୀ କୂଳରେ ଛିଡା ହୋଇ ଭାରତକୁ କହିବାକୁ ଚାହୁଁଛି କି ସିନ୍ଧୁ ନଦୀ ଆମର ଏବଂ ଆମର ହିଁ ରହିବ । ଏହି ନଦୀରୁ ଆମର ପାଣି ବୋହିବ ନ ହେଲେ ସେମାନଙ୍କ ରକ୍ତ ବୋହିବ ।' ଭୁଟୋଙ୍କର ଏହି ବୟାନକୁ ଭାରତ ବିରୋଧରେ ଖୋଲାଖୋଲି ହିଂସା ଉସକାଉଥିବା କୁହାଯାଉଛି । ବିଶେଷ କରି ଏମିତି ସମୟରେ ଯେବେ ପହଲଗାମ ଆକ୍ରମଣରେ ପୁରା ଦେଶରେ କ୍ରୋଧର ନିଆଁ ଜଳୁଛି ।

ବିଲାୱଲ ଭୁଟୋ ଆହୁରି କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ ବୁଝାମଣା ହୋଇଥିଲା । ଏଥିରେ ଭାରତ କହି ସାରିଛି ସିନ୍ଧୁ ନଦୀ ପାକିସ୍ତାନର । ଆଜି ମୋଦି କହୁଛନ୍ତି ଆମେ ଏହି ବୁଝାମଣାକୁ ମାନୁନା । ଏମିତି ହୋଇପାରିବ ନାହିଁ । ଏହାକୁ କେହି ମାନିବୁ ନାହିଁ । ପାକିସ୍ତାନ ଜନତା ଆମ ଉପରେ ହେଉଥିବା ଅତ୍ୟାଚାରକୁ ବରଦାସ୍ତ କରିବେ ନାହିଁ । ଭାରତ ଆମ ଉପରେ ଦୋଷ ଲଦୁଛି । ସିନ୍ଧୁ ଘାଟି ସଭ୍ୟତାର ପ୍ରକୃତ ଉତ୍ତରାଧିକାରୀ ଆମେ ।''

'ପାକ୍ ଦିଆଯିବନି ବୁନ୍ଦାଏ ପାଣି'- ପାକିସ୍ତାନକୁ ଭାରତରୁ ବୁନ୍ଦାଏ ବି ପାଣି ଯିବନି । କେନ୍ଦ୍ର ସରକାର ସିନ୍ଧୁ ଜଳ ଚୁକ୍ତିକୁ ନେଇ ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାର ପାଳନ କରାଯିବ । ୩ ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯିବ । ତାହା ହେଲା ତତ୍କାଳ, ମଧ୍ୟକାଳୀନ ଏବଂ ଦୀର୍ଘକାଳୀନ । ପାକିସ୍ତାନ ଯେପରି ସିନ୍ଧୁ ନଦୀର ବିନ୍ଦୁଏ ବି ପାଣି ନ ପାଏ ତାହା ସୁନିଶ୍ଚିତ କରାଯିବ ବୋଲି ଜଳ ସଂଶାଧନ ମନ୍ତ୍ରୀ ସିଆର୍‌ ପାଟିଲ ଗତକାଲି ବଡ଼ ବୟାନ ଦେଇଛନ୍ତି । ପହଲଗାମ୍‌ ଆତଙ୍କୀ ଆକ୍ରମଣର ଜବାବରେ ଭାରତ ପାକିସ୍ତାନ ସହ ହୋଇଥିବା ସିନ୍ଧୁ ନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । 

ସୂତ୍ର ଅନୁସାରେ, ଭାରତ ନିଜର ଏହି ନିଷ୍ପତ୍ତିକୁ ଲାଗୁ କରିବା ସମୟରେ ଆସିବାକୁ ଥିବା ଆଇନଗତ ସହ ସବୁପ୍ରକାର ଚାଲେଞ୍ଜର ମୁକାବିଲା ଲାଗି ପ୍ରସ୍ତୁତ । ଯଦି ପାକିସ୍ତାନ ବିଶ୍ୱବ୍ୟାଙ୍କ୍‌ର ବି ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନିଏ ତେବେ ଭାରତ ସେଥିଲାଗି ନିଜର ପ୍ରତିକ୍ରିୟା ପ୍ରସ୍ତୁତ କରି ରଖିଛି । ଦେଶ ଏହାର ଦୃଢ଼ ଜବାବ ଦେବ । ପାକିସ୍ତାନ ଯେପରି ଟୋପେ ପାଣି ନ ପାଇବ ତାହା ସୁନିଶ୍ଚିତ କରିବାକୁ ଭାରତ ୩ଟି ଯୋଜନା ଉପରେ କାର୍ଯ୍ୟ କରୁଛି । ଦୀର୍ଘକାଳୀନ ଯୋଜନା ମଧ୍ୟରେ ଡ୍ୟାମ୍‌ରୁ ମାଟି ବାହାର କରିବା, ନଦୀ ଜଳର ଦିଗକୁ ବଦଳାଇବାର ବିକଳ୍ପ ଓ ନୂଆ ଡ୍ୟାମ୍‌ ତିଆରି ସାମିଲ । ଅଧିକ ପାଣି ସଂରକ୍ଷିତ ରଖିବାକୁ ସିନ୍ଧୁ ନଦୀ ଅବବାହିକାରେ ଥିବା ଡ୍ୟାମ୍‌ର କ୍ଷମତା ବୃଦ୍ଧି କରାଯିବ ।

କହି ରଖୁଛୁ କି, ଗତ ୨୨ରେ ଆତଙ୍କୀମାନେ ପହଲଗାମ୍‌ର ବୈସରନ୍‌ ଘାଟିରେ ଧର୍ମ ପଚାରି ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ଼ କରିଥିଲେ । ସେହି ଘଟଣାର ଜବାବରେ ଭାରତ ପାକିସ୍ତାନ ସହିତ କୂଟନୈତିକ ସଂପର୍କ ହ୍ରାସ ଓ ସିନ୍ଧୁ ଜଳ ଚୁକ୍ତିକୁ ମଧ୍ୟ ସ୍ଥଗିତ ରଖିବାକୁ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍‌ କମିଟି(ସିସିଏସ୍‌) ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.