ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ଟ୍ରେଲର -ବାଇକ୍ ମୁହାଁମୁହିଁ ଧକ୍କା , ବାଇକ ଚାଳକ ମୃତ

Published By : Suraj Kumar | June 9, 2025 9:19 PM

ବୀରମିତ୍ରପୁର, ୯।୬  : ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ବିର୍ସା ମୁଣ୍ଡା ବସ ଷ୍ଟାଣ୍ଡ ନିକଟରେ ଟ୍ରେଲର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।

ଜଣେ ଯୁବକ ବାଇକରେ ବୀରମିତ୍ରପୁର ସହରରୁ ଷ୍ଟେସନ ପଟକୁ ଯାଉଥିଲେ। ଅପର ପକ୍ଷରୁ ଏକ ଲୁହା ଏଙ୍ଗୋଡ ବୋଝେଇ  ଟ୍ରେଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ ଚାଳକ ତଳେ ପଡି ଯାଇଥିବା ବେଳେ ତାଙ୍କ ଉପରେ ଟ୍ରେଲର ଚକ ମାଡ଼ି ଯାଇଥିଲା। ଧକ୍କା ଦେଇ ଟ୍ରେଲର ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ବୀରମିତ୍ରପୁର ପୁଲିସ ଟ୍ରେଲରକୁ ପିଛା କରି ଜବତ କରିଥିଲା। ଘଟଣା ସ୍ଥଳରେ ପୁଲିସ ମୃତକ ପିନ୍ଧି ଥିବା ପ୍ୟାଣ୍ଟ ପକେଟରୁ ମିଳିଥିବା ଭୋଟର ପରିଚୟ ପତ୍ର ମୁତାବକ ପ୍ରେମାନନ୍ଦ ବର୍ଲା (୪୧) ଓ ଘର ରାଏବୋଗା ଥାନା ଅନ୍ତର୍ଗତ କାଦୁଅବାହାଲ ବୋଲି ଜଣାପଡିଛି। ପୁଲିସ ଶବ ଜବତ କରି ବୀରମିତ୍ରପୁର ସରକାରୀ ଡାକ୍ତରଖାନାରେ ରଖି ଥିବା ବେଳେ ଟ୍ରେଲର  ଚାଳକ ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚି ଅଞ୍ଚଳର ପଙ୍କଜ କୁମାର ସିଂ ଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.