ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ପର କରି ଦେଉଛି ଜନ୍ମକଲା ମା’, ଅଲୋଡ଼ା ଛୁଆଙ୍କୁ କୋଳେଇ ନେଉଛନ୍ତି ନିଃସନ୍ତାନ ଦମ୍ପତି

Published By : Rasmita Pradhan | June 11, 2025 2:30 PM

ରାଉରକେଲା, ୧୧/୬ : ପରିଚୟ ପାଇଁ ସଂଘର୍ଷ । ଜନ୍ମକଲା ମା’ ପର କରି ଦେଉଛି । ବୁଦାମୂଳେ, ରାସ୍ତାକଡ଼, ଅଳିଆ ଗଦାରେ ଫିଙ୍ଗି ଦେଉଛି ଅବୋଧ ସନ୍ତାନକୁ । ପରିସ୍ଥିତିର ଦ୍ୱାହି ଦେଇ ମା’ ସିନା ହୃଦୟହୀନା ହୋଇଯାଉଛି କିନ୍ତୁ ଏଭଳି ଅଲୋଡ଼ା ଛୁଆଙ୍କୁ କୋଳାଇ ନେଉଛନ୍ତି ନିଃସନ୍ତାନ ଦମ୍ପତି । ପୋଷ୍ୟସନ୍ତାନ ଗ୍ରହଣରେ ସୁନ୍ଦରଗଡ଼ ଜିଲ୍ଲା ଉଦାହରଣ ସୃଷ୍ଟି କରିଛି । ଗଲା ପାଞ୍ଚ ବର୍ଷରେ ଉଦ୍ଧାର ହୋଇଥିବା ୧୪୧ ଶିଶୁଙ୍କ ମଧ୍ୟରୁ ୧୪୦ ଜଣ କୋଳ ପାଇଲେଣି । ତନ୍ମଧ୍ୟରୁ ୧୫ଜଣଙ୍କୁ ମିଳିଛନ୍ତି ବିଦେଶୀ ମା’ବାପା । ପୌଷ୍ୟସନ୍ତାନ ଗ୍ରହଣକୁ ନେଇ ଏଭଳି ଉତ୍ସାହ ଅନେକ ଶିଶୁଙ୍କ ପାଇଁ ସାଜୁଛି ଆଶୀର୍ବାଦ । 

ସୁନ୍ଦରଗଡ଼ ଜିଲ୍ଲାରେ ପରିତ୍ୟକ୍ତ ଶିଶୁଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ିବାରେ ଲାଗିଛି । ଗତ ୫ବର୍ଷର ତଥ୍ୟରୁ ଏହା ସ୍ପଷ୍ଟ । ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ, ୨୦୨୦-୨୧ ବର୍ଷରେ ୧୭ ଜଣ, ୨୦୨୧-୨୨ରେ ୩୧ ଜଣ, ୨୦୨୨-୨୩ରେ ୨୦ ଜଣ, ୨୦୨୩-୨୪ବର୍ଷରେ ୩୧ ଜଣ, ୨୦୨୪-୨୫ରେ ୪୧ ଜଣ ଶିଶୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ସେଥିରୁ ୭୧ ଝିଅ ଓ ୭୦ ଜଣ ପୁଅ । ଜନ୍ମକଲା ମା’ବାପା ସିନା ଛୁଆଙ୍କୁ ମରିବାକୁ ଛାଡ଼ି ଦେଉଛନ୍ତି । ହେଲେ ସେମାନେ ଉଦ୍ଧାର ହୋଇ ଶିଶୁ ଯତ୍ନ ଅନୁଷ୍ଠାନକୁ ଆସିବା ପରେ ବଦଳିଯାଉଛି ସେମାନଙ୍କ ଭାଗ୍ୟ । ଆଇନଗତ ପ୍ରକ୍ରିୟା ପରେ ସେମାନେ ପାଉଛନ୍ତି ମା’ବାପା । ନିଃସନ୍ତାନ ଦମ୍ପତି ସେମାନଙ୍କୁ ବିନା ଦ୍ୱିଧାରେ କୋଳାଇ ନେଉଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ଉଦ୍ଧାର ହୋଇଥିବା ୧୪୧ ଶିଶୁଙ୍କ ମଧ୍ୟରୁ ୧୨୫ ଜଣଙ୍କୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଦମ୍ପତି ପୌଷ୍ୟ ଗ୍ରହଣ କରିଛନ୍ତି । ଏଠାରୁ ବିଦେଶକୁ ଯାଇଛନ୍ତି ୧୫ ଛୁଆ । ପୋଷ୍ୟ ସନ୍ତାନ ଗ୍ରହଣରେ ସମଗ୍ର ରାଜ୍ୟରେ ସୁନ୍ଦରଗଡ଼ ସର୍ବାଗ୍ରେ ଥିବା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । 

ଖଣିସମୃଦ୍ଧ ଜିଲ୍ଲାରେ ହଜାର ହଜାର ପରିବାର ଉତ୍କଟ ଦାରିଦ୍ର‌୍ୟ ମଧ୍ୟରେ ଗତି କରୁଛନ୍ତି । ଶିକ୍ଷା ଏବଂ ସ୍ୱାସ୍ଥ୍ୟଗତ ସଚେତନତାର ଅଭାବ ରହୁଛି । ଅସୁରକ୍ଷିତ ଶାରୀରିକ ସମ୍ପର୍କରୁ ଅନେକେ କୁଆଁରୀ ମା’ ସାଜୁଛନ୍ତି । ଛୁଆକୁ ବାପାଙ୍କ ପରିଚୟ ଦେବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଲୋକଲଜ୍ଜ୍ୟା ଭୟରେ ସେମାନେ ଜନ୍ମକଲା ପିଲାଙ୍କୁ ପର କରିଦେଉଛନ୍ତି । ସେହିପରି ଲାଳନପାଳନରେ ଅସମର୍ଥ ମା’ବାପା ମଧ୍ୟ ସେମାନଙ୍କ ପିଲାଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ଦେଉଛନ୍ତି । ଜିଲ୍ଲାରେ ବର୍ଷକୁ ବର୍ଷ ଏଭଳି ଅଲୋଡ଼ା ଶିଶୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଉଦ୍ଧାର ଶିଶୁଙ୍କୁ ଥଇଥାନ ପାଇଁ ଜିଲ୍ଲାରେ ଗୋଟିଏ ପୋଷ୍ୟ ସମ୍ୱଳ କେନ୍ଦ୍ର ଏବଂ ୮ଟି ଶିଶୁ ଯତ୍ନ ଗୃହ ରହିଛି । ପୋଷ୍ୟ ସମ୍ବଳ କେନ୍ଦ୍ରରେ ଜନ୍ମରୁ ୫ବର୍ଷ ବୟସର ଶିଶୁ ଏବଂ ଶିଶୁଯତ୍ନ ଗୃହରେ ୫ରୁ ୧୮ବର୍ଷ ପର୍ଯ୍ୟନ୍ତ ପିଲା ରହିବା ବ୍ୟବସ୍ଥା ଅଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.