ପ୍ରମୂଖ ଖବର
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ, ଚାଷୀଙ୍କୁ ଉନ୍ନତ ଚାଷ ସମ୍ପର୍କରେ ବୈଷୟିକ ଜ୍ଞାନ ଦେଲେ ବୈଜ୍ଞାନିକ

Published By : Harapriya Sethi | May 31, 2025 2:47 PM

କୋକସରା,୩୧/୦୫: ଭାରତ ସରକାରଙ୍କ କୃଷି ଓ କୃଷକ ମନ୍ତ୍ରଣାଳୟ ପକ୍ଷରୁ ଦେଶର କୃଷି ଓ କୃଷକଙ୍କ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ । ଏହି ଅଭିଯାନ ମାଧ୍ୟମରେ ରାଜ୍ୟର ଚାଷୀମାନଙ୍କୁ ଉନ୍ନତ ମାନର କୃଷି ବୈଷୟିକ ଜ୍ଞାନ କୌଶଳ ବିକାଶ ପାଇଁ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ୨୯ ମେ ରୁ ୧୨ ଜୁନ୍ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକରେ କୃଷି ବିଭାଗ ପକ୍ଷରୁ ଆୟୋଜନ କରାଯାଇଛି। ଶନିବାର କୋକସରା ବ୍ଲକର କୋକସରା ଧାନ ମଣ୍ଡି ଓ ଡେଙ୍ଗାଗୁଡା ଗ୍ରାମରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀଙ୍କ ଅଧ୍ୟକ୍ଷତାରେ କୋକସରା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ କୋକସରା ବ୍ଲକ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ, ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ସମ୍ମାନିତ ଅତିଥି ଭାବେ କୃଷି ବୈଜ୍ଞାନିକ  ପ୍ରକାଶ ଚନ୍ଦ୍ର ଜେନା, ଅଜୟ କୁମାର ମାରାଣ୍ଡି, ଏଡିଓ ଧର୍ମଗଡ଼ ସୂର୍ଯ୍ୟ କୁମାର ପାତ୍ର, ଉଦ୍ୟାନ କୃଷି ବୈଜ୍ଞାନିକ ତୁଳସୀ ମାଝୀ, ପେକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ,ସମିତି ସଭ୍ୟା ଗାୟତ୍ରୀ ପଣ୍ଡା, ନାଏବ ସରପଞ୍ଚ ଖଲୋନୀ ନାଗ ଉପସ୍ଥିତ ଥିଲେ। କୃଷି ବୈଜ୍ଞାନିକ ମାନେ ଉନ୍ନତ ମାନର କୃଷି ଉତ୍ପାଦନ ବୃଦ୍ଧି ପାଇଁ ବୈଷୟିକ, ନୂତନ ପଦ୍ଧତିରେ ଚାଷ ପ୍ରଣାଳୀ ନେଇ ପରାମର୍ଶ ଦେଇଥିଲେ।

ସେହିପରି ଡେଙ୍ଗାଗୁଡାଠାରେ ମଧ୍ୟ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆମପାଣି ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଆମପାଣି ଜୋନ୍‌ ବିଜେପି ମଣ୍ଡଳ ସଭାପତି ମଧୁବନ ପାତ୍ର,ବିଜେପି ନେତା ଗରୁଡ଼ ଧ୍ଵଜ ମାଝୀ, ସମିତି ସଭ୍ୟ ଘନଶ୍ୟାମ ନାଏକ, ଟେମରା ପେକ୍ସ ସମ୍ପାଦକ ରଞ୍ଜନ କୁମାର ପାଣିଗ୍ରାହୀ, ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ, କୃଷି ବୈଜ୍ଞାନିକ ଶ୍ରଦ୍ଧା ମହାନ୍ତି, ତୁଳସୀ ମାଝୀ ଉପସ୍ଥିତ ରହି ଚାଷିଙ୍କୁ ଉନ୍ନତ ମାନର କୃଷି ଉତ୍ପାଦନ ବୃଦ୍ଧି ପାଇଁ ବୈଷୟିକ, ନୂତନ ପଦ୍ଧତିରେ ଚାଷ ପ୍ରଣାଳୀ ନେଇ ପରାମର୍ଶ ଦେଇଥିଲେ। ଉଭୟ କାର୍ଯ୍ୟକ୍ରମକୁ ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ କୃଷି ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.