ନୂଆଦିଲ୍ଲୀ,୭।୫: ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ସେନାର ‘ଅପରେସନ୍ ସିନ୍ଦୂର’ ନେଇ ଦେଶରେ ଉତ୍ସବର ପରିବେଶ। ତେବେ ଏହି ଅପରେସନ୍ର ଅପେକ୍ଷାରେ ଥିଲେ ବିହାରର ମହିଳାମାନେ। କାରଣ ପହଲଗାମ୍ ହମଲା ପରେ ବୈଶାଳି ଜିଲ୍ଲାର କିଛି ମହିଳା ଏକ ନିଆରା ବ୍ରତ ରଖିଥିଲେ। ତାହା ହେଲା ସେମାନେ ଦିନ ଦିନ ଧରି ନିଜ ମଥାରେ ସିନ୍ଦୁର ଲଗାଉ ନଥିଲେ। ଏହି ବ୍ରତ ସେ ପର୍ଯ୍ୟନ୍ତ ଥିଲା ଯେଉଁ ପର୍ଯ୍ୟନ୍ତ ପହଲଗାମ୍ ଆକ୍ରମଣରେ ମୃତ ଲୋକଙ୍କ ବିଧବା ପତ୍ନୀଙ୍କୁ ନ୍ୟାୟ ନମିଳିଛି। ହାଜିପୁର ସହରର ଏହି ମହିଳାମାନେ ନିଜ ମଥାରେ ସିନ୍ଦୁର ନଲଗାଇବାର ସଂକଳ୍ପ ନେଇଥିଲେ। ତେବେ ‘ଅପରେସନ୍ ସିନ୍ଦୂର’ ପରେ ସେମାନଙ୍କ ବ୍ରତ ପୂରଣ ହୋଇଛି।
ଏହି ମହିଳାମାନେ ଏହି ବାର୍ତ୍ତା ଦେଇଛନ୍ତି ଯେ, ଭାରତୀୟ ସେନାର ‘ଅପରେସନ୍ ସିନ୍ଦୂର’ ଦେଶର ସମସ୍ତ ମହିଳାଙ୍କ ମାନ-ସମ୍ମାନ ଓ ଅସ୍ତିତ୍ବର ରକ୍ଷା ହୋଇଛି। ପୁରା ସମାଜର ଆହ୍ବାନ ଦିଆଯାଇଥିଲା ଯେ, ଯଦି ପାକିସ୍ତାନ ପୁଣି କିଛି ନିନ୍ଦନୀୟ କାର୍ଯ୍ୟକରେ ଆମେ ଚୁଡି ପିନ୍ଧି ବସିବୁନି, ବଂର ଭାରତର ଅସ୍ତିତ୍ବ ରକ୍ଷା ପାଇଁ ନିଜର ପ୍ରାଣର ବାଜି ଲଗାଇ ଦେବୁ।
ମଙ୍ଗଳବାର ରାତି ଅଧରେ ଭାରତର ସର୍କିକାଲ ଷ୍ଟାଇକ୍ ‘ଅରେସନ୍ ସିନ୍ଦୂର’ ହୋଇଥିଲା। ବୁଧବାର ସକାଳ ୧୦ଟା ବେଳେ ହାଜିପୁରର ଗାନ୍ଧୀ ଆଶ୍ରମର ମଞ୍ଚରେ ଏହି ମହିଳମାନେ ପରସ୍ପରର ମଥାରେ ସିନ୍ଦର ଦେଇ ବ୍ରତ ପୂରଣ କରିଥିଲେ। ଏହା ପୂର୍ବରୁ ମହିଳାମାନେ ମନ୍ଦିରରେ ପୂଜା-ଅର୍ଚ୍ଚନା କରିଥିଲେ।