ଫିରିଙ୍ଗିଆ, ୨୬l ୧୧ ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ପଞ୍ଚାୟତ ଗୋଚ୍ଛାପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି l ଏହି ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ଫିରିଙ୍ଗିଆ ବ୍ଲକ ଅଧ୍ୟାକ୍ଷା ନମିତା କହଁର ଉଦଘାଟନ କରିଥିଲେ l
ଫିରିଙ୍ଗିଆ ବ୍ଲକ ସାମାଜିଜ ସୁରକ୍ଷା ଅଧିକାରୀ ଜ୍ଞାନ ରଞ୍ଜନ ସେଠି ଙ୍କ ଅଧ୍ୟକ୍ଷ୍ୟତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଫିରିଙ୍ଗିଆ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି ପଦ୍ମା,ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ମୁଖ୍ୟ ଅକ୍ଷୟ କୁମାର ପଣ୍ଡା,ଡାକ୍ତର ସାଇସ୍ତା ପରବିନ ଯୋଗ ଦେଇଥିଲେ l ଫିରିଙ୍ଗିଆ ବ୍ଲକର ଗୋଚ୍ଛା ପଡା ଜୋନର ୧୨ ଟି ପଞ୍ଚାୟତ ର ୫ ସହ ରୁ ଅଧିକ ଜନସାଧାରଣ ଯୋଗ ଦେଇଥିବା ବେଳେ ସମୁଦାୟ ବିଭିନ୍ନ ବିଭାଗ ରୁ ୧୯୧ ଜଣ ପଞ୍ଜିକରଣ କରିଥିଲେ l ୮୩ ଜଣ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ l ୧୮ ଜଣକୁ ଭିନ୍ନ କ୍ଷମ ପ୍ରମାଣ ପତ୍ର କାର୍ଯ୍ୟକ୍ରମ ଅବସରରେ ତୁରନ୍ତ ପ୍ରଦାନ କରା ଯାଇଥିଲା l ବିଭିନ୍ନ ବିଭାଗର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତରମାନେ ଯୋଗ ଦେଇ ଚିକିତ୍ସା କରିବା ସହ ଭିନ୍ନକ୍ଷମମାନଙ୍କୁ ଔଷଧ ପ୍ରଦାନ ସହ ପ୍ରମାଣ ପତ୍ର ପାଇଁ ବ୍ୟବସ୍ଥା କରିଥିଲେ ।