ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

୨୬ ବର୍ଷରେ ଅନନ୍ୟା ପାଣ୍ଡେ , ଛୁଟିଲା ଶୁଭେଚ୍ଛାର ସୁଅ

Published By : Anindita Ratha | October 30, 2024 11:15 AM

ମୁମ୍ବାଇ,୩୦/୧୦: ବଲିଉଡ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ୩୦ ଅକ୍ଟୋବରରେ ଅର୍ଥାତ୍ ଆଜି ତାଙ୍କ ୨୬ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅଭିନେତ୍ରୀଙ୍କୁ ପରିବାର, ସାଙ୍ଗ ସମେତ ଫ୍ୟାନ୍ସ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଅନନ୍ୟାଙ୍କ ମା' ଭାବନା ପାଣ୍ଡେ ଏବଂ ବାପା ଚଙ୍କି ପାଣ୍ଡେ ଖାସ ଅନ୍ଦାଜରେ ନିଜ ଲାଡଲିକୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଅନନ୍ୟାଙ୍କ ଖାସ ବାନ୍ଧବୀ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଏବଂ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲୀ ନନ୍ଦା ତାଙ୍କ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି ।

ତେବେ ୨୦୧୯ ମସିହାରେ ଫିଲ୍ମ 'ଷ୍ଟୁଡେଣ୍ଟ ଅଫ୍ ଦି ଇୟର ୨' ସହିତ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ। ଅନନ୍ୟା ୫ ବର୍ଷରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସେ ଅନେକ ଚଳଚ୍ଚିତ୍ରରେ କାମ କରିଥିବା ସହ ବହୁତ ଟଙ୍କା ମଧ୍ୟ  ରୋଜଗାର କରିଛନ୍ତି।ଅନନ୍ୟା ପାଣ୍ଡେଙ୍କର ନିଜର ବିଳାସପୂର୍ଣ୍ଣ ଘର ଅଛି । ସେ ୨୦୨୩ ମସିହାରେ ଧନତେରାସ ଅବସରରେ ତାଙ୍କର ନୂତନ ଘର କିଣିଥିଲେ। ତାଙ୍କର ବିଳାସପୂର୍ଣ୍ଣ ଗାଡି ଗୁଡିକର ଏକ ଚମତ୍କାର କଲେକସନ୍‌ ମଧ୍ୟ ଅଛି । ସେ ୧.୭୦ କୋଟି ଟଙ୍କା ମୂଲ୍ୟର BMW 7 ସିରିଜର ମାଲିକ ଅଟନ୍ତି ।  ଏହା ବ୍ୟତୀତ ତାଙ୍କ କାର ସଂଗ୍ରହରେ ୧.୮୪ କୋଟି ଟଙ୍କା ମୂଲ୍ୟର ରେଞ୍ଜ ରୋଭର ସ୍ପୋର୍ଟ, ୮୮ ଲକ୍ଷ ଟଙ୍କା ମୂଲ୍ୟର ମର୍ସିଡିଜ-ବେଞ୍ଜ ଇ-କ୍ଲାସ, ୩୩ ଲକ୍ଷ ଟଙ୍କା ମୂଲ୍ୟର ସ୍କୋଡା କୋଡିଆକ ଏବଂ ୩୦ ଲକ୍ଷ ଟଙ୍କା ମୂଲ୍ୟର ହୁଣ୍ଡାଇ ସାଣ୍ଟା ଫେ ମଧ୍ୟ ରହିଛି।

ଟଙ୍କା ପଇସା ଦୃଷ୍ଟିରୁ ଅନନ୍ୟା ପାଣ୍ଡେ ମଧ୍ୟ କମ୍ ନୁହଁନ୍ତି। ସେ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକାଣୀ ଅଟନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୧୯ ରେ ଅନନ୍ୟା ପାଣ୍ଡେଙ୍କ ସମ୍ପତ୍ତି ୫୪ କୋଟି ଟଙ୍କା ଥିଲା। ଏହି ସମ୍ପତ୍ତି ୨୦୨୦ ରେ ୫୮ କୋଟି ହେଲା।  ୨୦୨୧ ରେ ୬୬ କୋଟି ଏବଂ ୨୦୨୨ ରେ ୭୦କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବର୍ତ୍ତମାନ ଅନନ୍ୟାଙ୍କ ସମ୍ପତ୍ତି ମୂଲ୍ୟ ୭୪ କୋଟି ଟଙ୍କାବୋଲି କୁହାଯାଉଛି। ଅନନ୍ୟା ପାଣ୍ଡେଙ୍କ ବିଷୟରେ ରିପୋର୍ଟରେ ଦର୍ଶାଯାଇଛି ଯେ ସେ ପ୍ରତି ମାସରେ ୬୦ ଲକ୍ଷ ଟଙ୍କା ଏବଂ ପ୍ରତିବର୍ଷ ପ୍ରାୟ ୭କୋଟି ଟଙ୍କା ରୋଜଗାର କରନ୍ତି। ସେ ତାଙ୍କର ଗୋଟିଏ ଚଳଚ୍ଚିତ୍ର ପାଇଁ ମୋଟ ୩ କୋଟି ଟଙ୍କା ଆଦାୟ କରନ୍ତି। ଏହା ବ୍ୟତୀତ ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ବିପୁଳ ପରିମାଣର ରୋଜଗାର କରନ୍ତି । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ପ୍ରାୟୋଜିତ ପୋଷ୍ଟ ପାଇଁ ୫୦ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି। ସେ ସ୍କେଚର୍ସ ଇଣ୍ଡିଆ, ସ୍ଵାରୋଭସ୍କି, ପୁମା, ଲାକମେ, ଫାଷ୍ଟ୍ରାକ୍ ପରଫ୍ୟୁମ, ମେବେଲିନ୍, ଜେବିଏଲ୍ ଏବଂ ଗାର୍ନିଅର୍ ସହିତ ଅନେକ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର । ଏହି ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ଅନନ୍ୟା ୬୦ ଲକ୍ଷ ଟଙ୍କା ଚାର୍ଜ କରନ୍ତି । ତେବେ ଅନନ୍ୟା ପାଣ୍ଡେ ତାଙ୍କ ପାଞ୍ଚ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ  ଅନେକ ଚଳଚ୍ଚିତ୍ର କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.