ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ବାରଙ୍ଗ ପୁଅ ବୋହୂ ପୋଡ଼ି ଘଟଣା: ୫ ଦିନ ଜୀବନ ମରଣ ସହ ସଙ୍ଘର୍ଷ ପରେ ଆଖି ବୁଜିଲା ପୁଅ

Published By : Harapriya Sethi | December 6, 2024 8:48 AM

ବାରଙ୍ଗ,୦୬/୧୨: ବାରଙ୍ଗ ପୁଅ ବୋହୂ ପୋଡ଼ି ଘଟଣାରେ ପୁଅ ଦିନବନ୍ଧୁ ରାଉତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ପାଞ୍ଚ ଦିନ ତଳେ ପାରିବାରିକ କଳହରୁ ପୁଅ ଏବଂ ବୋହୂକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା ବାପା । ଚାରି ଦିନ ତଳେ ବୋହୂ ସସ୍ମିତା ରାଉତଙ୍କ ଜୀବନ ଯାଇଥିଲା ।

ସୂଚନା ମୁତାବକ, ନିଶା ଖାଇବାକୁ ବାରଣ କରିବାରୁ ନୃଶଂସ ବାପା ନେଇଗଲା ପୁଅ ବୋହୂଙ୍କ ଜୀବନ । ପୁଅ ବୋହୂଙ୍କୁ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇଥିବା ବେଳେ ୪ ଦିନ ତଲେ ବୋହୂ ସସ୍ମିତାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପୁଅ ଦୀନବନ୍ଧୁଙ୍କର ଜୀବନ ସଙ୍କଟାପନ୍ନ ହୋଇଥିଲା । ସେ ଚିକିତ୍ସାରତ ଥିବା ବେଳେ ଶୁକ୍ରବାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ ଡିସେମ୍ବର ୧ ତାରିଖରେ ବାରଙ୍ଗ ଥାନା ଅଧୀନରେ ଥିବା ଗୋଡ଼ିସହି ଫାଣ୍ଡି ନିକଟରେ ରହୁଥିବା ଗୋବର୍ଦ୍ଧନ ରାଉତଙ୍କ ପୁଅ ବୋହୂ ଖାଇ ଏକାଠି ଖାଉଥିଲେ । ଏହି ସମୟରେ ହଠାତ୍ ଏକ ଜରିରେ କିଛି ପେଟ୍ରୋଲ୍‌ ଭର୍ତ୍ତି କରି ଆଣି ଦୀନବନ୍ଧୁ ଓ ପୂଜାଙ୍କ ଉପରକୁ ପକାଇ ହାତରେ ଧରିଥିବା ନିଆଁ ହୁଳାରେ ନିଆଁ ଲଗାଇ ତୁରନ୍ତ କବାଟ ବନ୍ଦ କରି ଦେଇଥିଲା ବାପା । କିଛି କେହି ବୁଝିବା ପୂର୍ବରୁ ଦେହରେ ପେଟ୍ରୋଲ ପକାଇ ପୁଅ ବୋହୂଙ୍କୁ ଜାଳି ଦେଇଥିଲା ବାପା ଗୋବର୍ଦ୍ଧନ ରାଉତ । ନିଶା ଖାଇବାକୁ ଟଙ୍କା ନଦେବାରୁ ଏପରି କରିଥିବା ଜଣା ପଡିଥିଲା। ଏହି ଘଟଣା ପରେ ପୁଅ ବୋହୂ ଡାକ୍ତରଖାନାରେ ଚିକିତ୍ସାରତ ଥିବା ବେଳେ ୪ ଦିନ ତଳେ ବୋହୂଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଘଟଣାରେ ବାପାକୁ ଗତ ୪ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.