ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମ୍ୟାନେଜରକୁ ସୁଇସାଇଡ ନୋଟ ଦେଖାଇ ଲୁଟି ନେଲେ ବ୍ୟାଙ୍କ୍

Published By : Gurupada Nath | October 1, 2024 9:19 PM

ନୂଆଦିଲ୍ଲୀ, ୧/୧୦ : ଉତ୍ତରପ୍ରଦେଶର ଶାମଲୀରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ବ୍ୟାଙ୍କ ଲୁଟକୁ ସଫଳ କରିଛନ୍ତି ଦୁର୍ବୃତ୍ତମାନେ । ବ୍ୟାଙ୍କ ଭିତରେ ପହଞ୍ଚି ମ୍ୟାନେଜରକୁ ଗନ୍ ପଏଣ୍ଟରେ ନେବା ପରେ ୪୦ଲକ୍ଷ ନଗଦ ଟଙ୍କା ସହ ସହଜରେ ଫେରାର ହୋଇଯାଇଛନ୍ତି । ନିଜର ପରିଚୟ ଲୁଚେଇବାକୁ ଅପରାଧିମାନେ ମୁହଁରେ ମାସ୍କ ଏବଂ ମୁଣ୍ଡରେ ଚାଦର ଘୋଡ଼େଇ ହୋଇ ପହଞ୍ଚିଥିଲେ । ଏହି ଘଟଣା ସଦର କୋତବାଲୀ ଅଞ୍ଚଳରେ ଧୀମାନପୁରା ଗେଟ ନିକଟ ଆକ୍ସିସ ବ୍ୟାଙ୍କର ଅଟେ ।

ଦୁର୍ବୃତ୍ତମାନେ ମ୍ୟାନେଜର ନବୀନ ଜୈନଙ୍କୁ ନିଜର ସୁଇସାଇଡ ନୋଟ ବି ଦେଖାଇଲେ ଏବଂ ଧମକ ଦେଇ କହିଥିଲେ ମୋ ଉପରେ ୩୮ଲକ୍ଷ ଟଙ୍କାର ଋଣ ଅଛି । ଆପଣ ମୋତେ ୪୦ଲକ୍ଷ ଟଙ୍କା ଦିଅନ୍ତୁ ନାହିଁ ତ ମୁଁ ଆତ୍ମହତ୍ୟା କରି ନେବି ନ ହେଲେ ଆପଣଙ୍କୁ ମାରି ଦେବି । ଶାମଲୀ ଏସପି ରାମ ସେବା ଗୌତମ କହିଛନ୍ତି କି ଏହି ଘଟଣାର ଯାଞ୍ଚ କରାଯାଉଛି । କୁହାଯାଉଛି କି ଦୁର୍ବୃତ୍ତମାନେ ବ୍ୟାଙ୍କ ମ୍ୟାନେଜରଙ୍କ ସହ ବସିଥିଲେ, ସେତେବେଳେ ସେ ଏକ ସୁଇସାଇଡ ନୋଟ ବ୍ୟାଙ୍କ ମ୍ୟାନେଜରଙ୍କୁ ଦେଖାଇଥିଲେ, ପରେ ସେ କାନରେ କହିବାକୁ ଲାଗିଲେ କି ମୋ ଉପରେ ୩୮ଲକ୍ଷ ଟଙ୍କାର ଋଣ ଅଛି । ଆପଣ ମୋତେ ୪୦ଲକ୍ଷ ଟଙ୍କା ଦିଅନ୍ତୁ, ନାହିଁ ତ ମୁଁ ଆତ୍ମହତ୍ୟା କରି ନେବି ପୁଣି ଆପଣଙ୍କୁ ଜୀବନରୁ ମାରିଦେବି । ବର୍ତ୍ତମାନ ଆଗକୁ ଯାଞ୍ଚ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.