ପ୍ରମୂଖ ଖବର
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଲଙ୍କାଗୁଣ୍ଡ, ନକଲି ଚାବି ଏବଂ ବ୍ଲାକ୍ ମ୍ୟାଜିକ୍...ବ୍ୟାଙ୍କରୁ ୫୩ କୋଟି ଟଙ୍କା ଉଭାନ, ଲୁଟ୍‌ର ପର୍ଦ୍ଦାଫାସ୍, ମ୍ୟାନେଜର ଥିଲା ମାଷ୍ଟରମାଇଣ୍ଡ୍

Published By : Rasmita Pradhan | June 30, 2025 11:41 AM

ବେଙ୍ଗାଲୁରୁ, ୩୦/୦୬ : କର୍ଣ୍ଣାଟକ ବିଜୟପୁରା ଜିଲ୍ଲାର ବହୁ ଚର୍ଚ୍ଚିତ କାନାରା ବ୍ୟାଙ୍କରୁ ୫୩.୨୬ କୋଟି ଟଙ୍କାର ଡକାୟତି ଘଟଣାର ପର୍ଦ୍ଦାଫାସ୍। ପୁଲିସକୁ ବଡ଼ ସଫଲତା ମିଳିଛି। ଲୁଟ୍ ଘଟଣାର ମାଷ୍ଟରମାଇଣ୍ଡ୍ ନିଜେ ବ୍ୟାଙ୍କ୍ ମ୍ୟାନେଜର। ଚକ୍ରାନ୍ତ କରି ଲୁଟି ନେଇଥିଲେ ୫୯ କିଲୋ ସୁନା ଏବଂ ନଗଦ ୫.୩ ଲକ୍ଷ ଟଙ୍କା। ବ୍ୟାଙ୍କ୍ ମ୍ୟାନେଜର ବିଜୟକୁମାର ମରିୟାଲଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ। ଏଯାବତ୍ ୧୧ କିଲୋ ସୁନା ଏବଂ ଡକାୟତି ପାଇଁ ବ୍ୟବହାର ହୋଇଥିବା ଦୁଇଟି କାର୍ ଜବତ ହୋଇଛି। ଅନ୍ୟ ଅଭିଯୁକ୍ତମାନେ ଫେରାର୍ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୁଲିସ ୮ଟି ଟିମ୍ ଗଠନ କରି ଛାନଭିନ୍ ଚଳାଇଛି। 

ସୂଚନାନୁଯାୟୀ, ମେ' ୨୩ ରୁ ୨୫ ଭିତରେ ବିଜୟପୁରା ଜିଲ୍ଲା ମଣଗୁଲି ଗ୍ରାମର କାନାରା ବ୍ୟାଙ୍କ ଶାଖାରୁ ୫୩.୨୬ କୋଟି ଟଙ୍କାର ଡକାୟତି ହୋଇଥିଲା। ଲୁଟେରାମାନେ ପୁଲିସକୁ ଚକ୍‌ମା ଦେବାକୁ ପ୍ରଥମେ ସିସିଟିଭି ଏବଂ ବିଜୁଳି ତାର କାଟି ଦେଇଥିଲେ। ଏହାପରେ ଗ୍ରୀଲ୍ କାଟି ବ୍ୟାଙ୍କରେ ପଶିଥିଲେ। ପୂର୍ବତନ ବ୍ୟାଙ୍କ୍ ମ୍ୟାନେଜରଙ୍କ ଦ୍ଵାରା ତିଆରି ହୋଇଥିବା ଡୁପ୍ଲିକେଟ୍ ଚାବି ବ୍ୟବହାର କରି ଲକରରୁ ସୁନାଗହଣା ସବୁ ନେଇଯାଇଥିଲେ।  ଏହି ଘଟଣାରେ ତଦନ୍ତ କରିବା ପରେ ପୁଲିସ ହାତରେ ବଡ଼ ସୁରାକ୍ ଲାଗିଛି।

ତଦନ୍ତରୁ ଜଣାପଡ଼ିଛି ଯେ, ବ୍ୟାଙ୍କ୍ ମ୍ୟାନେଜର ବିଜୟକୁମାର ବହୁ ଦିନ ଆଗରୁ ବ୍ୟାଙ୍କ୍ ଲୁଟ୍ ପାଇଁ ଯୋଜନା କରିଥିଲେ। ସେ ବ୍ୟାଙ୍କର ପୂର୍ବତନ କର୍ମଚାରୀ ଚନ୍ଦ୍ରଶେଖର ନେରେଲା ଏବଂ ସୁନୀଲ ମୋକାଙ୍କ ସହ ମିଶି ଚକ୍ରବ୍ୟୁହ ରଚିଥିଲେ। ପୁଲିସକୁ ବାଟବଣା କରିବାକୁ ଘଟଣାସ୍ଥଳରେ ଲଙ୍କାଗୁଣ୍ଡ ଏବଂ କଳାଯାଦୁର ଭ୍ରମ ସୃଷ୍ଟି କରିବାକୁ କିଛି ସାମଗ୍ରୀ ପକାଇଥିଲେ। ଅଭିଯୁକ୍ତମାନେ ହଲିଉଡ୍, ବଲିଉଡ୍ ଏବଂ ନେଟଫ୍ଲିକ୍ସରୁ ବହୁ ଡକାୟତି ଫିଲ୍ମ ଦେଖି ପ୍ଲାନିଂ କରିଥିଲେ।

ଅଭିଯୁକ୍ତମାନେ ପୁଲିସକୁ ଭ୍ରମିତ କରିବାକୁ ବହୁ ରଣନୀତି କରିଥିଲେ। ମ୍ୟାନେଜର ବିଜୟକୁମାରଙ୍କ ବଦଳି ହେବା ଯାଏଁ ଅପେକ୍ଷା କରିଥିଲେ। ଏହାପରେ ମେ ୨୩ରେ ବ୍ୟାଙ୍କ୍ ଲୁଟ୍ ପାଇଁ ଦିନ ଧାର୍ଯ୍ୟ କଲେ। ହେଲେ ସେଦିନ ଆରସିବି ଏବଂ ହାଇଦ୍ରାବାଦ ଆଇପିଏଲ୍ ମ୍ୟାଚ୍ ଥିବା ଯୋଗୁଁ ପ୍ଲାନିଂ ସ୍ଥଗିତ ରଖିଥିଲେ। ଡକାୟତିର ପୂର୍ବ ସନ୍ଧ୍ୟାରେ ଗାଁର ସମସ୍ତ ସିସିଟିଭି କ୍ୟାମେରା ନିଷ୍କ୍ରିୟ କରିଦେଇଥିଲେ। ଧରାପଡ଼ିଯିବା ଭୟରେ ହାଇ-ମାଷ୍ଟ ଲାଇଟିଂ ତାର କାଟି ଦେଇଥିଲେ। ଟ୍ରାନ୍ସପୋର୍ଟ ପାଇଁ ଏକ ଟ୍ରକ୍‌ର ବ୍ୟବସ୍ଥା କରିଥିଲେ। ପୁରା ଘଟଣାକ୍ରମ କ୍ରାଇମ୍ ଥ୍ରିଲର ପରି ଯୋଜନା କରିଥିଲେ।  







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.