ନୂଆଦିଲ୍ଲୀ,୩୦।୬: ସୁପ୍ରିମକୋର୍ଟରେ ପହଁଞ୍ଚିଲା କୋଲକାତା ଆଇନ ଛାତ୍ରଙ୍କୁ ଗଣଦୁଷ୍କର୍ମ ମାମଲା। ଏହି ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଆବେଦନ ଦାଖଲ କରାଯାଇଛି। ସୁପ୍ରିମକୋର୍ଟର ଆଇନଜୀବି ସତ୍ୟମ ସିଂହ ସୋମବାର ଆବେଦନ ଦାଖଲ କରି କୋର୍ଟଙ୍କ ତଦାରଖରେ ସିବିଆଇ ଯାଞ୍ଚ ଦାବି କରିଛନ୍ତି।
ଆବେଦନରେ କୁହାଯାଇଛି ଯେ, ଧାର୍ଯ୍ୟ ସମୟସୀମାରେ ମାମଲାର ତଦନ୍ତ କରାଯାଉ। ପୀଡିତା ଓ ତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରାଯାଉ। ଏହା ସହ ପଶ୍ଚିମବଙ୍ଗ ସରକାର ରାଜ୍ୟର ସମସ୍ତ ଶିକ୍ଷା ସଂସ୍ଥାନରେ କିଭଳି ସୁରକ୍ଷା ବ୍ୟବସ୍ଥା ବଢାଯିବ ସେ ନେଇ ପଦକ୍ଷେପ ନିଅନ୍ତୁ। ପୀଡିତାଙ୍କୁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ଅନ୍ତରୀଣ କ୍ଷତିପୂରଣ ଦିଅନ୍ତୁ। ପୀଡିତାଙ୍କ ବିଷୟରେ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ଓ ବିଧାୟକ ମଦନ ମିତ୍ରଙ୍କ ଅପମାନଜନକ ବୟାନକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆବେଦନକାରୀ ଦାବି କରିଛନ୍ତି।
୨୫ ଜୁନ୍ରେ ସାଉଥ୍ କୋଲକାତାରେ ଲ’ କଲେଜର ପ୍ରଥମ ବର୍ଷର ଛାତ୍ରୀଙ୍କ ସହ ପୂର୍ବତନ ଛାତ୍ରମାନେ ଗଣଦୁଷ୍କର୍ମ କରିଥିଲେ। ଏହି ମାମଲା ସାମନାକୁ ଆସିବା ପରେ ବିଜେପି ଓ କଂଗ୍ରେସ କଡ଼ା ବିରୋଧ କରିଛି। ଏହା ସହ ପଶ୍ଚିମବଙ୍ଗରେ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ରବିବାର କହିଛି , ସହରରର ଖିଦରପୁର ଅଞ୍ଚଳରେ ବିଜେପିର ଯୁବ ଶାଖା ସଦସ୍ୟ ହାତିବାଗାନ ଅଞ୍ଚଳରେ ରାଲି ବାହାର କରିଥିଲା। ପଶ୍ଚିମବଙ୍ଗରେ ଆଇନ ବ୍ୟବସ୍ଥା ଖରାପ ହେଉଥିବା ନେଇ ଅଭିଯୋଗ କରିଥିଲା। ଏହା ସହ ପ୍ରତ୍ୟେକ ମହିଳାଙ୍କ ସୁରକ୍ଷା ଦାବି କରିଛି ଦଳ।