ଡେରାଡୁନ୍,୩୦/୦୬: ଦେବଭୂମି ଉତ୍ତରାଖଣ୍ଡ ଓ ହିମାଚଳରେ ପ୍ରକୃତି କୋପ ଦେଖିବାକୁ ମିଳିଛି । ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି । ପ୍ରବଳ ବର୍ଷାରୁ ଲୋକ ହନ୍ତସନ୍ତ ହେଉଛନ୍ତି । ରାସ୍ତାଘାଟ ବନ୍ଦ ଜଳବନ୍ଦୀ ସ୍ଥିତି । ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆଜି ପାଇଁ (ସୋମବାର) ପାଇଁ ଉତ୍ତରାଖଣ୍ଡ ନିମନ୍ତେ ରେଡ୍ ଆଲର୍ଟ ଜାରି ହୋଇଛି । କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ଓ ବଜ୍ରପାତ ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫଳରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି । ସେପଟେ ୨୪ ଘଣ୍ଟିଆ ତୀର୍ଥଯାତ୍ରାରେ ବ୍ରେକ୍ ଲାଗିଥିଲା । ଏବେ ତାହାକୁ ହଟାଇ ଦିଆଯାଇଛି ।
Uttarakhand | Garhwal Divisional Commissioner Vinay Shankar Pandey told ANI that the 24-hour ban on the Char Dham Yatra has been lifted.
— ANI (@ANI) June 30, 2025
The commissioner stated that the respective District Magistrates of the districts along the Yatra route have been instructed to stop… pic.twitter.com/Czbdgp9Eet
ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍- ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡର ଚାରିଧାମ ଯାତ୍ରାକୁ ଗୋଟିଏ ଦିନ ପାଇଁ ସ୍ଥଗିତ ରଖାଯାଇଥିଲା । ହେଲେ ଏହି ୨୪ ଘଣ୍ଟିଆ ବ୍ରେକ୍କୁ ହଟାଇ ଦିଆଯାଇଛି । ଗଡ଼ୱାଲ ଡିଭିଜନାଲ କମିଶନର ବିନୟ ଶଙ୍କର ପାଣ୍ଡେ କହିଛନ୍ତି ଯେ, ଚାରିଧାମ ଯାତ୍ରା ଉପରେ ୨୪ ଘଣ୍ଟାର ପ୍ରତିବନ୍ଧକ ହଟାଇ ଦିଆଯାଇଛି । କମିଶନର କହିଛନ୍ତି ଯେ ଯାତ୍ରା ମାର୍ଗରେ ଥିବା ଜିଲ୍ଲାଗୁଡ଼ିକର ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଜିଲ୍ଲାର ପାଗ ପରିସ୍ଥିତି ଉପରେ ନଜର ରଖି ଯାନବାହନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
୯ ଶ୍ରମିକ ନଖୋଜ,ଉଦ୍ଧାରକାର୍ଯ୍ୟ ଜାରି- ଉତ୍ତରାଶୀ ଜିଲ୍ଲା ବର୍ଷା ବିପତ୍ତି ଦେଖିବାକୁ ମିଳିଛି । ଯମୁନୋତ୍ରୀ ଜାତୀୟ ରାଜପଥର ସିଲାଇ ଅଞ୍ଚଳରେ ଏକ ନିର୍ମାଣାଧୀନ ହୋଟେଲ ନିକଟରେ ୧୯ ଜଣ ଶ୍ରମିକ ରହୁଥିବା ବେଳେ ସେମାନଙ୍କ କ୍ୟାମ୍ପକୁ ବାଦଲଫଟା ବର୍ଷା ଧୋଇ ନେଇଥିଲା । ୧୦ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ ଜଣ ନିଖୋଜ ଅଛନ୍ତି । ଜିଲ୍ଲା ପ୍ରଶାସନ ଅନୁଯାୟୀ ଏସଡିଆରଏଫ,ଏନଡିଆରଏଫ, ରାଜସ୍ୱ ବିଭାଗ ଓ ପୁଲିସ ଟିମ୍ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି ।