ପ୍ରମୂଖ ଖବର
  • ଆସନ୍ତା ୨୩ରେ ମନ୍ତ୍ରୀ ପରିଷଦ ବୈଠକ, ଅତିରିକ୍ତ ବଜେଟ୍‌କୁ ନେଇ ହେବ ଆଲୋଚନା
  • ||
  • ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଡିସେମ୍ବର ସୁଦ୍ଧା ୧ କୋଟି ମହିଳା ହିତାଧିକାରୀଙ୍କୁ ମିଳିବ ଟଙ୍କା
  • ||
  • ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ମହିଳାଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି
  • ||
  • ରାଜଧାନୀରେ ମାଙ୍କଡ଼ ଉତ୍ପାତ ଘଟଣା, ଟ୍ରାଙ୍କୁଲାଇଜ୍ କରି ଧରିଲା ନନ୍ଦନକାନନ ଟିମ୍
  • ||
  • କଟକ: କଟକ ବାଲିଯାତ୍ରାରେ ସିଏମ୍‌ସି ସ୍ବାସ୍ଥ୍ୟ ଟିମ୍‌ର ଚଢ଼ଉ, ଖାଦ୍ୟ ଷ୍ଟଲ୍‌ରୁ ବାସି, ଅପମିଶ୍ରିତ ଖାଦ୍ୟ ଜବତ
  • ||
  • ଭରତପୁର ଥାନା ମାମଲା: ଷ୍ଟାଟସ୍‌ ରିପୋର୍ଟ ଦାଖଲ ନିର୍ଦ୍ଦେଶ
  • ||
  • ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ନକ୍ସଲ ନିହତ, ଜଣେ ଯବାନ ଆହତ
  • ||
  • ତାମିଲନାଡୁ ମୁହାଁଇପାରେ ସମ୍ଭାବ୍ୟ ବାତ୍ୟା, ଓଡ଼ିଶାକୁ ପ୍ରଭାବ ନାହିଁ: ୨୪ ଘଣ୍ଟାରେ ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ
  • ||

ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ଉଦ୍ୟମ

ବୌଦ୍ଧ, ୦୬/୧୧: ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଦାଦାଗିରି । ରୋଗୀଙ୍କୁ ଦୁର୍ବ୍ୟବହାର ସହିତ ଆକ୍ରମଣ ଉଦ୍ୟମ କଲେ ଡାକ୍ତର । ରାଗିଯାଇ ରୋଗୀଙ୍କ ପ୍ରେସକ୍ରିପ୍ସନ ଫାଡିଲେ । ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଅସଭ୍ୟ ଭାଷାରେ ଗାଳି କଲେ ଡାକ୍ତର ଶୁଭମ୍ ଚୌଧୁରୀ । ଏନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି । 

ସୂଚନା ମୁତାବକ, ବୌଦ୍ଧ ସହର ବଗିଚା ସାହିର ସନ୍ତୋଷ ପଟ୍ଟନାୟକ ରକ୍ତ ଚାପ ଜନିତ ରୋଗରେ ଆକ୍ରାନ୍ତ ଥିବା ବେଳେ ମଙ୍ଗଳବାର ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଯାଇଥିଲେ । ବୁଧବାର ରାତିରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତାଙ୍କର ରକ୍ତଚାପ ଥିବାରୁ ଡାକ୍ତରଙ୍କୁ ଯାଞ୍ଚ କରିବା ପାଇଁ କହିଥିଲେ । ରାତିରେ ଡ୍ୟୁଟିରେ ଥିବା ଡାକ୍ତର ଶୁଭମ୍ ଚୌଧୁରୀ ତାଙ୍କୁ ରାତିରେ ରକ୍ତ ଚାପ ଦେଖାଯାଏ ନାହିଁ ବୋଲି କହିଥିଲେ । ଏହା ସହ ଚିକିତ୍ସା କରିବାକୁ ମନା କରିଦେଇଥିଲେ ଏବଂ ରୋଗୀଙ୍କ ପ୍ରେସକ୍ରିପ୍ସନକୁ ମଧ୍ୟ ଫାଡି ଫିଙ୍ଗି ଦେଇଥିଲେ । ରୋଗୀଙ୍କ ଝିଅ ଏବଂ ସ୍ତ୍ରୀ ଏହାର ପ୍ରତିବାଦ କରିବାରୁ ଡାକ୍ତର ନିଜ ଚୌକିରୁ ରାଗରେ ଉଠି ଯାଇ ତାଙ୍କୁ ମାଡ ମାରିବାକୁ ହାତ ଉଠାଇଥିଲେ ବୋଲି ରୋଗୀଙ୍କ ଝିଅ ଅଭିଯୋଗ କରିଛନ୍ତି । 

ତେବେ ରାତିରେ ରୋଗୀଙ୍କ ଚିକିତ୍ସା ପାଇଁ ନିଯୁକ୍ତି ଥିବା ଡାକ୍ତର ଯଦି ରୋଗୀଙ୍କୁ ଏଭଳି ଭାବେ ବ୍ୟବହାର କରିବେ ଏବଂ ମେଡିକାଲରୁ ବାହାରି ଯିବାକୁ କହିବା ସହିତ ସୁରକ୍ଷା କର୍ମୀକୁ ଲଗାଇ ତାଙ୍କୁ ବାହାରକୁ ବାହାର କରିଦେବେ, ତେବେ ଏଭଳି ଡାକ୍ତର କିଭଳି ରୋଗୀଙ୍କ ସେବା କରିବେ ଏବଂ ରୋଗୀଙ୍କ ଚିକିତ୍ସା କରିବେ । ଏଭଳି ଡାକ୍ତରଙ୍କୁ ଏହି ଜିଲ୍ଲାରୁ ତୁରନ୍ତ ବଦଳି କରିବା ସହିତ ତାଙ୍କ ଉପରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ରୋଗୀଙ୍କ ସମ୍ପର୍କୀୟ ଦାବି କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.