ପ୍ରମୂଖ ଖବର
  • ଶିମିଳିପାଳରେ ୫ ଶିକାରୀକୁ ବାନ୍ଧିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍, ୫ ଦେଶୀ ବନ୍ଧୁକ ଜବତ
  • ||
  • ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଇଣ୍ଡିଆ-ଇଂଲଣ୍ଡ ତୃତୀୟ ଟି-ଟ୍ବେଣ୍ଟି, ସିରିଜ କବଜା ଲକ୍ଷ୍ୟରେ ସୂର୍ଯ୍ୟସେନା, କର ବା ମର ସ୍ଥିତିରେ ବଟଲରବାହିନୀ
  • ||
  • ରାଜ୍ୟରେ ଉଭାନ ହେଲାଣି ଶୀତ, କଲବଲ କରୁଛି କୁହୁଡି: ଫେବ୍ରୁଆରୀ ପହିଲାରୁ ଆହୁରି ବଢ଼ିବ ରାତି ତାପମାତ୍ରା
  • ||

ଅପରେସନ ଗ୍ରୀନ କ୍ଲିନ୍‌ର ତୃତୀୟ ଦିନ, ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ନଷ୍ଟ

Published By : Harapriya Sethi | November 10, 2024 8:43 AM

ବୌଦ୍ଧ,୧୦/୧୧: ତୃତୀୟ ଦିନରେ ବୌଦ୍ଧ ପୋଲିସର ଅପରେସନ ଗ୍ରୀନ କ୍ଲିନ୍ ଆରମ୍ଭ । ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ସୁନାଝରି ଏବଂ ଆମ୍ବଝରି ଗ୍ରାମ୍ୟ ଜଙ୍ଗଲରୁ ଗଞ୍ଜେଇ ଗଛ ନଷ୍ଟ କରିଛି ପୋଲିସ । ୬୭ ଏକର ଜଙ୍ଗଲ ଜମିରୁ ପ୍ରାୟ ୬୭ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । 

ବୌଦ୍ଧ ଅଞ୍ଚଳରେ ନିୟମିତ ଭବରେ ଗଞ୍ଜେଇ ଚାଲାଣ ହେଉଥିବା କାରଣରୁ ପୋଲିସ ଏଭଳି ପଦକ୍ଷେପ ନେଇଛି । ଦୁଇଟି ସ୍ଥାନରେ ଆଦର୍ଶ ଥାନା ପକ୍ଷରୁ ଅପରେସନ ଗ୍ରୀନ କ୍ଲିନ୍ ଆରମ୍ଭ କରାଯାଇଥିଲା । ଏହାର ତୃତୀୟ ଦିନରେ ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ସୁନାଝରି ଏବଂ ଆମ୍ବଝରି ଗ୍ରାମ୍ୟ ଜଙ୍ଗଲର ୬୭ ଏକର ଜଙ୍ଗଲ ଜମିରୁ ୬୭ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ । ଏହି ଦୁଇ ଜଙ୍ଗଲରୁ ପ୍ରାୟ ୨ ଲକ୍ଷ ଗଞ୍ଜେଇ ଗଛ ପୋଡା ଯାଇଛି । ଏହାର ମୁଲ୍ୟ ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ୧୯୫ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.