ପ୍ରମୂଖ ଖବର
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଗିରଫ ହୋଇପାରନ୍ତି ସୋନୁ ସୁଦ୍, ୧୦ ଲକ୍ଷ ଟଙ୍କାର ହେରଫେର ମାମଲାରେ ଫସିଲେ ଅଭିନେତା

Published By : Rasmita Pradhan | February 7, 2025 8:48 AM

ମୁମ୍ଵାଇ, ୦୭/୦୨ : ବଲିଉଡ୍ ଅଭିନେତା ସୋନୁ ସୁଦ୍‌ଙ୍କ ବଢିଲା ମୁସ୍କିଲ୍। ଗିରଫ ହୋଇପାରନ୍ତି ଅଭିନେତା। ସୋନୁଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ୍। ୧୦ ଲକ୍ଷ ଟଙ୍କାର ହେରଫେର୍ ମାମଲାରେ ସୋନୁଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି। ରାଜେଶ ଖନ୍ନା ନାମକ ଜଣେ ଓକିଲଙ୍କ ଦ୍ଵାରା ଦାୟର କରାଯାଇଥିବା ଏକ ମାମଲାରେ ଲୁଧିଆନାର ଏକ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି।

ସୂଚନାନୁଯାୟୀ, ୧୦ ଲକ୍ଷ ଟଙ୍କାର ହେରଫେର ମାମଲାରେ ସାକ୍ଷୀ ଦେବା ପାଇଁ ଅଭିନେତାଙ୍କୁ ବାରମ୍ବାର ସମନ ପଠାଯାଇଥିଲା। ହେଲେ ସୋନୁ ହାଜର ହୋଇନଥିଲେ। ଯାହାଫଳରେ ଲୁଧିୟାନା କୋର୍ଟର ମାଜିଷ୍ଟ୍ରେଟ୍ ରମନପ୍ରୀତ କୌର ସୋନୁଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି। ମୁମ୍ଵାଇର ଅନ୍ଧେରୀର ଓସିୱାରା ଥାନାକୁ ଏହି ୱାରେଣ୍ଟ ପଠାଯାଇଛି। ଅଭିନେତାଙ୍କୁ ଗିରଫ କରି ତାଙ୍କୁ ଅଦାଲତରେ ହାଜର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ ୧୦ ତାରିଖରେ ହେବ। ତେବେ ଏପର୍ଯ୍ୟନ୍ତ ଅଭିନେତା କିମ୍ବା ତାଙ୍କ ଟିମ୍ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।  

ଏହି ଖବରଟିକୁ ପଢନ୍ତୁ-ମହାକୁମ୍ଭ ଯାତ୍ରା ହେଲା ଶେଷ ଯାତ୍ରା: ଟାୟାର ଫାଟିବାରୁ ବେକାବୁ ହୋଇ କାର୍‌କୁ ପିଟିଲା ବସ୍‌, ୮ ମୃତ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.