ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମହାକୁମ୍ଭ ଯାତ୍ରା ହେଲା ଶେଷ ଯାତ୍ରା: ଟାୟାର ଫାଟିବାରୁ ବେକାବୁ ହୋଇ କାର୍‌କୁ ପିଟିଲା ବସ୍‌, ୮ ମୃତ

Published By : Tapas Panda | February 6, 2025 8:14 PM

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ଗୁରୁବାର ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଡୁଡୁରେ ନିୟନ୍ତ୍ରଣ ହରାଇ ଏକ ବସ୍‌ କାରକୁ ଧକ୍କା ଦେବା ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଦୁର୍ଘଟଣାରେ ବସର କେତେକ ଯାତ୍ରୀ ଆହତ ହୋଇଛନ୍ତି । 

ମିଳିଥିବା ସୂଚନା ଅନୁସାରେ, ଟାୟାର ଫାଟିଯିବାରୁ ବସ୍‌ଟି ନିୟନ୍ତ୍ରଣ ହରାଇଥିଲା ଏବଂ କାରକୁ ଧକ୍କା ଦେଇଥିଲା । ଯାତ୍ରୀବାହୀ ବସ୍‌ଟି ଜୟପୁରରୁ ଆଜମେର ଯାଉଥିଲା । କାରଟି ବୀପରିତ ମାର୍ଗରେ ଯାତ୍ରା କରୁଥିଲା । ଏହି ସମୟରେ ହଠାତ ବସ୍‌ର ଟାୟାର ଫାଟିଯାଇଥିଲା ଏବଂ ବସ୍‌ଟି ଡିଭାଇଡର ଡେଇଁ କାରକୁ ଧକ୍କା ଦେଇଥିଲା।  ଦୁର୍ଘଟଣାରେ କାରରେ ଥିବା ମସସ୍ତ ୮ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । 

ଡୁଡୁରେ ୪୮ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସହ ଜଡ଼ିତ ଅନେକ ଭିଡିଓ ଓ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ସବୁ ମୃତ ଭିଲଓ୍ବାଡା ବାସିନ୍ଦା ହୋଇଥିବା ବେଳେ ସେମାନେ ମହାକୁମ୍ଭ ଅଭିମୁଖେ ଯାତ୍ରା କରୁଥିଲେ । ସେପଟେ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ଲାଗି ପୋଲିସ ପଠାଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.