ପ୍ରମୂଖ ଖବର
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ, ୧୫ହଜାରରୁ ଉର୍ଦ୍ଧ୍ବ ଚାଷୀ ସାମିଲ ହେବେ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ରାଜ୍ୟରେ ଆଉ ୮ ଶିଳ୍ପକୁ ମଞ୍ଜୁରୀ, ନିବେଶ ହେବ ୧ ଲକ୍ଷ ୫୧ ହଜାର ୨୩୯ କୋଟି ଟଙ୍କା : ଢେଙ୍କାନାଳରେ ବେଦାନ୍ତ କରିବ ପ୍ଲାଣ୍ଟ

Published By : Suraj Kumar | June 16, 2025 11:09 PM

ଭୁବନେଶ୍ବର, ୧୬।୬ : ରାଜ୍ୟରେ ଆଉ ୮ ବଡ଼ ଶିଳ୍ପକୁ ମଞ୍ଜୁରୀ। HLCA ବୈଠକରେ ମିଳିଲା ମଞ୍ଜୁରୀ।ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା HLCA ବୈଠକ। ନିବେଶ ହେବ ୧ ଲକ୍ଷ ୫୧ ହଜାର ୨୩୯ କୋଟି ଟଙ୍କା। ୮ ଶିଳ୍ପ ହେଲେ ମିଳିବ ୬୦ ହଜାର ନିଯୁକ୍ତି ସୁଯୋଗ।

ରାଜ୍ୟରେ ବେଦାନ୍ତର ଆଉ ଏକ ପ୍ରକଳ୍ପକୁ ମଞ୍ଜୁରୀ। ଢେଙ୍କାନାଳରେ ବେଦାନ୍ତ କରିବ ବଡ଼ ପ୍ଲାଣ୍ଟ। ୩ MTPA ଆଲୁମିନିୟମ ପ୍ଲାଣ୍ଟ କରିବ ବେଦାନ୍ତ। ନିବେଶ ହେବ ୧ ଲକ୍ଷ ୨୮ ହଜାର କୋଟି ଟଙ୍କା ।ପ୍ରକଳ୍ପ ହେଲେ ମିଳିବ ୩୦ ହଜାର ନିଯୁକ୍ତି।

ଢେଙ୍କାନାଳରେ ଜିନ୍ଦଲ ସ୍ପେଶିଆଲିଟି ଷ୍ଟିଲ୍‌ ପ୍ଲାଣ୍ଟକୁ ମଧ୍ୟ ମଞ୍ଜୁରୀ ମିଳିଛି।  ପ୍ରକଳ୍ପ ପାଇଁ ଜିନ୍ଦଲ ନିବେଶ କରିବ ୩,୬୦୦ କୋଟି ଟଙ୍କା । ଗଞ୍ଜାମରେ SRF କରିବ କେମିକାଲ ପ୍ଲାଣ୍ଟ।  ପ୍ରକଳ୍ପ ପାଇଁ ନିବେଶ ହେବ ୧୦ ହଜାର କୋଟି ଟଙ୍କା। ସେହିପରି ଖୋର୍ଦ୍ଧାରେ ସ୍ପୋର୍ଟକିଙ୍ଗ୍‌ କରିବ ଟେକ୍ସଟାଇଲ ୟୁନିଟ୍‌। କେନ୍ଦୁଝରରେ ଶ୍ୟାମ ଷ୍ଟିଲ୍‌ କରିବ ପ୍ଲାଣ୍ଟ। ଶ୍ୟାମ ଷ୍ଟିଲ୍‌ ନିବେଶ କରିବ ୨,୪୯୦ କୋଟି ଟଙ୍କା ବୋଲି ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.